Categories: ଫୁରସତ

କାର୍‌ ପାଲଟିଲା ବରଫ ଗଦା, ଭିଡିଓ ଦେଖିଲେ…

ନ୍ୟୁୟର୍କରେ ବରଫ ଝଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ଯେଉଁ ଜିନିଷ ରଖିଲେ ବରଫ ପାଲଟିଯାଉଛି। ଏବେ ସୋସିଆଲ ମିଡିଆରେ ଏକ କାର୍‌ର ଫଟୋ ଭାଇରାଲ ହେଉଛି। ଯାହା ପୂରା ବରଫରେ ଆଚ୍ଛାଦିତ ହୋଇଛି।

@ blabla112345 ନାମକ ଏକ ଟୁଇଟର ପେଜ୍‌ରେ ଏକ ଭିଡିଓ ଶେୟାର କରାଯାଇଛି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ନ୍ୟୁୟର୍କର ହାମ୍‌ବର୍ଗର ଏରି ହ୍ରଦ ନିକଟରେ ପାର୍କିଂ ହୋଇଥିବା ଅନେକ କାର୍‌ରେ ଏହି ସପ୍ତାହ ପୂର୍ବରୁ ବରଫର ଏକ ମୋଟା ଆବରଣ ପଡ଼ିଯାଇଛି। ନ୍ୟୁୟର୍କରେ ତାପମାତ୍ରା ହ୍ରାସ ପାଇବା ପରେ ଏରି ହ୍ରଦରେ ଘଣ୍ଟା ପ୍ରତି ୪୭ ମାଇଲରୁ ଅଧିକ ପବନ ବହିବା ପରେ ଏହି ଅସାଧାରଣ ଘଟଣା ଘଟିଥିଲା। ଏହା କାର୍‌ ଉପରେ ବହୁ ପରିମାଣର ହ୍ରଦ ପାଣି ପଡ଼ିଥିଲା। ଯାହା ଶେଷରେ ବରଫରେ ପରିଣତ ହୋଇଥିଲା।

ଶୀତଳ ତାପମାତ୍ରା ଏବଂ ପ୍ରବଳ ପବନର ମିଶ୍ରଣ ଯୋଗୁ ହ୍ରଦର ପାଣି ବରଫ ପାଲଟିଯାଇଛି। ସାଧାରଣତଃ ଏହା ବହୁତ କମ୍‌ ସମୟ ପାଇଁ ଘଟେ ଯେଉଁଥିପାଇଁ ଅଳ୍ପ ସମୟ ମଧ୍ୟରେ ପ୍ରବଳ ତୁଷାରପାତ ହୁଏ। ବରଫର ଏକ ମୋଟା ସ୍ତର କିପରି କାର୍‌ ଛାତରୁ ଚକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି। ଚକଗୁଡିକ ମଧ୍ୟ ଭୂମିରେ ବରଫ ପାଲଟିଯାଇଛି।

ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଖୁସି ଯେ, ମୁଁ ହ୍ରଦ ନିକଟରେ ନାହିଁ। ହ୍ରଦର ଏହି ପ୍ରକାରର ପ୍ରଭାବ ମୁଁ ଆଦୌ ଅନୁଭବ କରିବାକୁ ଚାହେଁ ନାହିଁ। ଆଉ ଜଣେ କହିଛନ୍ତି, କି ଚମତ୍କାର ଦୃଶ୍ୟ। ଏହି ଭିଡିଓକୁ ପ୍ରାୟ ୮ ଲକ୍ଷ ଥର ଦେଖାସରିଲାଣି। ଅନେକ ୟୁଜର ଏହାକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ମଧ୍ୟ କରିଛନ୍ତି।

Share