Posted inଜାତୀୟ

ଯୁବବର୍ଗଙ୍କୁ ଅସ୍ତ୍ର ଧରିବାକୁ ଆହ୍ବାନ

ଚଣ୍ଡିଗଡ଼,୧୪ା୮: ହରିୟାଣାର ନୁହ ଜିଲାରେ ଗତ ମାସ ୩୧ରେ ଘଟିଥିବା ହିଂସାତ୍ମକ ସଂଘର୍ଷ ଘଟଣା ଉପରେ ଆଲୋଚନା ପାଇଁ ରବିବାର ପାଲଓ୍ବାଲଠାରେ ସର୍ବ ହିନ୍ଦୁ ସମାଜ ପକ୍ଷରୁ ଏକ ମହାପଞ୍ଚାୟତର ଆୟୋଜନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ଏହି ଧର୍ମୀୟ ଶୋଭାଯାତ୍ରା ୨୮ରୁ ପୁନର୍ବାର ଆରମ୍ଭ କରିବା ଲାଗି ମହାପଞ୍ଚାୟତ ନିଷ୍ପତ୍ତି ନେଇଛି। ଏଥିସହିତ ହିଂସା ଘଟଣାର ଏନ୍‌ଏସ୍‌ଏ ତଦନ୍ତ କରାଯିବାକୁ ଦାବି ହୋଇଛି। ନୁହକୁ ଗୋବଧ ମୁକ୍ତ କରିବା ସହ ଜିଲାବାସୀଙ୍କ ସୁରକ୍ଷା ପାଇଁ ନୁହରେ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟାଳୟ ଖୋଲିବାକୁ ସେମାନେ ସରକାରଙ୍କୁ ଆହ୍ବାନ ଦେଇଛନ୍ତି।
ସୂଚନାଯୋଗ୍ୟ, ଘୃଣିତ ଭାଷଣ ଦିଆଯିବ ନାହିଁ ସର୍ତ୍ତରେ ମହାପଞ୍ଚାୟତ ପାଇଁ ଅନୁମତି ଦିଆଯାଇଥିଲା ବୋଲି ପାଲଓ୍ବାଲ୍‌ ଏସ୍‌ପି ଲୋକେନ୍ଦ୍ର ସିଂ କହିଛନ୍ତି। ପ୍ରଶାସନର ସର୍ତ୍ତକୁ ଅବଜ୍ଞା କରି ବକ୍ତାମାନେ ମହାପଞ୍ଚାୟତରେ ଖୋଲା ଧମକ ଦେଇଛନ୍ତି। ଆୟୋଜକମାନେ ବକ୍ତାମାନଙ୍କୁ ସତର୍କ କରାଇଥିଲେ ମଧ୍ୟ ଅଧିକାଂଶ ଏହାକୁ ମାନି ନ ଥିଲେ। ଯଦି ଆମକୁ ଗୋଟିଏ ଆଙ୍ଗୁଠି ଦେଖାଇବ, ଆମେ ପୂରା ହାତ କାଟିଦେବୁ ବୋଲି ଜଣେ ବକ୍ତା କହୁଥିବା ଶୁଣାଯାଇଥିଲା। ମହାପଞ୍ଚାୟତରେ ହରିୟାଣା ଗୋରକ୍ଷକ ଦଳର ଆଚାର୍ଯ୍ୟ ଆଜାଦ ଶାସ୍ତ୍ରୀ ଯୁବବର୍ଗଙ୍କୁ ଅସ୍ତ୍ର ଧରିବା ପାଇଁ ପରାମର୍ଶ ଦେଇଛନ୍ତି। ମଓ୍ବୋତ୍‌ରେ ତୁରନ୍ତ ୧୦୦ ରାଇଫଲ ଲାଇସେନ୍ସ ନିଶ୍ଚିତ କରିବାକୁ ହେବ। ଏହା ଏକ ‘କର ବା ମର’ ସ୍ଥିତି ବୋଲି ଶାସ୍ତ୍ରୀ କହିଛନ୍ତି। ଏତଲାକୁ ଭୟ ନ କରିବା ଲାଗି ସେ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୩୧ରେ ବିଶ୍ୱ ହିନ୍ଦୁ ପରଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିବା ସହ ଟେକାମାଡ଼ କରିବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ୨ ହୋମଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ। ବହୁ ଗାଡ଼ି, ଦୋକାନ ଓ ଘର ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri