Odisha Elections 2024

ପାରମ୍ପରିକ ଖାଦ୍ୟ ଆପଣାଇବାକୁ ଆହ୍ବାନ

ବରଗଡ଼ ଅଫିସ୍‌/ପାଇକମାଳ, ୧୯।୧୦(ଡି.ଏନ୍‌.ଏ.): ଖାଦ୍ୟଥାଳିରେ ପୁଷ୍ଟିକର ଖାଦ୍ୟର ଅଭାବ ଦେଖାଯାଇଛି। ଫସଲରେ ରାସାୟନିକ ସାର ଏବଂ କୀଟନାଶକର ବହୁଳ ବ୍ୟବହାର ଯୋଗୁ ଖାଦ୍ୟ ପୁଷ୍ଟଯୁକ୍ତ ବଦଳରେ ବିଷଯୁକ୍ତ ହେଉଛି। ଏଥିପାଇଁ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛି। ଏହାକୁ ପ୍ରତିହତ କରିବା ପାଇଁ ଆମ ଖାଦ୍ୟଥାଳିକୁ ପୁଣିଥରେ ପାରମ୍ପରିକ ଖାଦ୍ୟ ଫେରାଇ ଆଣିବାକୁ ପଡ଼ିବ ବୋଲି ଅହିଂସା କ୍ଲବ ପକ୍ଷରୁ ବରଗଡ଼ ଜିଲା ପାଇକମାଳ ନିକଟ ଭାଙ୍ଗଖୁଁଟି ରଣଜିତପୁରଠାରେ ଆୟୋଜିତ ବିଶ୍ୱ ଖାଦ୍ୟ ଦିବସ-୨୨ ପାଳନ ଅବସରରେ ମତପ୍ରକାଶ ପାଇଛି।
ଗନ୍ଧମାର୍ଦ୍ଧନ ପର୍ବତରେ ପୂଜାର୍ଚ୍ଚନା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରିଥିଲା। ମହିଳାମାନେ ମୁଣ୍ଡରେ କୁଦୋ, ମାଣ୍ଡିଆରେ ସୁସଜ୍ଜିତ ମାଟି କଳସୀ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଅହିଂସା କ୍ଲବ ସମ୍ପାଦକ ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାଇଜ୍‌ ଏଗେନ୍‌ଷ୍ଟ ହଙ୍ଗର୍‌ ଇଣ୍ଡିଆର ନିର୍ଦ୍ଦେଶକ ଡୋଲାମଣି ମହାପାତ୍ର, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପ୍ରବକ୍ତା ସରୋଜ ମହାନ୍ତି, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କୃଷି ଅଧିକାରୀ ଅମୀୟ କୁମାର ସାହୁ, ରବି ନାରାୟଣ ସେନାପତି, ସୋହେଲା ସିଡ଼ିପିଓ ରାସେଶ୍ୱରୀ ସାହୁ, ଜିଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା, ପାଇକମାଳ ସରପଞ୍ଚ ତୁଳାବତୀ ସୁନା, କୃଷକ ନେତା ନାରାୟଣ ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ସବୁଜ ବିପ୍ଲବ କାରଣରୁ ଆମ ଦେଶରେ ଖାଦ୍ୟରେ ବିବିଧତା ଘୋର ଅଭାବ ଦେଖାଯାଇଛି। ବିଶ୍ୱର ଭୋକିଲା ତାଲିକାରେ ଭାରତର ସ୍ଥାନ ୧୦୭ରେ ରହିଛି। ଏହାକୁ ପ୍ରତିହତ କରିବା ପାଇଁ ପନିପରିବା, ଫଳମୂଳ, ଡାଲିଜାତୀୟ ଖାଦ୍ୟ, ଶାଗ, ଜଙ୍ଗଲ ଜାତୀୟ ଦେଶୀଖାଦ୍ୟକୁ ଆପଣେଇବାକୁ ପଡ଼ିବ ବୋଲି ବକ୍ତାମାନେ ମତ ରଖିଥିଲେ। ଏହି ଅବସରରେ ପାରମ୍ପରିକ ଚାଷ କରୁଥିବା ବିଭିନ୍ନ ଅଞ୍ଚଳର ପ୍ରମୁଖ ଚାଷୀଙ୍କୁ ଖାଦ୍ୟବୀର ଭାବେ ସମ୍ମାନିତ କରାଯାଇଥିଲା। ସାମାଜିକ କାର୍ଯ୍ୟ ଏବଂ ପରିବେଶ ସୁରକ୍ଷା ପାଇଁ ବରଗଡ଼ ସାମ୍ବାଦିକ ସଂଘକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅହିଂସା କ୍ଲବ ପକ୍ଷରୁ ରଣଜିତପୁରର ପ୍ରାକୃତିକ ପରିବେଶରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଚାଷୀମାନେ ଯୋଗଦାନ କରିଥିଲେ। ଖାଦ୍ୟ ପ୍ରଦର୍ଶନୀ ସମାରୋହର ମୁଖ୍ୟ ଆକର୍ଷଣ ଥିଲା। ସ୍ଥାନୀୟ ଅଞ୍ଚଳର ୮୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ, ପିଠା, ମଣ୍ଡା,ବିଭିନ୍ନ ଶାଗ, ଜଙ୍ଗଲର ଫଳମୂଳ, କନ୍ଦମୂଳ ଜାତୀୟ ଖାଦ୍ୟ, କୁଦୋ, ମାଣ୍ଡିଆ, ସୂଆଁ, ଗୁରଜୀ, କାଙ୍ଗୁ ଆଦିରେ ପ୍ରସ୍ତୁତ ମିଷ୍ଟାନ୍ନ ଇତ୍ୟାଦିକୁ ନେଇ ଖାଦ୍ୟ ପସରା କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri