ପାରମ୍ପରିକ ଖାଦ୍ୟ ଆପଣାଇବାକୁ ଆହ୍ବାନ

ବରଗଡ଼ ଅଫିସ୍‌/ପାଇକମାଳ, ୧୯।୧୦(ଡି.ଏନ୍‌.ଏ.): ଖାଦ୍ୟଥାଳିରେ ପୁଷ୍ଟିକର ଖାଦ୍ୟର ଅଭାବ ଦେଖାଯାଇଛି। ଫସଲରେ ରାସାୟନିକ ସାର ଏବଂ କୀଟନାଶକର ବହୁଳ ବ୍ୟବହାର ଯୋଗୁ ଖାଦ୍ୟ ପୁଷ୍ଟଯୁକ୍ତ ବଦଳରେ ବିଷଯୁକ୍ତ ହେଉଛି। ଏଥିପାଇଁ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛି। ଏହାକୁ ପ୍ରତିହତ କରିବା ପାଇଁ ଆମ ଖାଦ୍ୟଥାଳିକୁ ପୁଣିଥରେ ପାରମ୍ପରିକ ଖାଦ୍ୟ ଫେରାଇ ଆଣିବାକୁ ପଡ଼ିବ ବୋଲି ଅହିଂସା କ୍ଲବ ପକ୍ଷରୁ ବରଗଡ଼ ଜିଲା ପାଇକମାଳ ନିକଟ ଭାଙ୍ଗଖୁଁଟି ରଣଜିତପୁରଠାରେ ଆୟୋଜିତ ବିଶ୍ୱ ଖାଦ୍ୟ ଦିବସ-୨୨ ପାଳନ ଅବସରରେ ମତପ୍ରକାଶ ପାଇଛି।
ଗନ୍ଧମାର୍ଦ୍ଧନ ପର୍ବତରେ ପୂଜାର୍ଚ୍ଚନା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରିଥିଲା। ମହିଳାମାନେ ମୁଣ୍ଡରେ କୁଦୋ, ମାଣ୍ଡିଆରେ ସୁସଜ୍ଜିତ ମାଟି କଳସୀ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଅହିଂସା କ୍ଲବ ସମ୍ପାଦକ ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାଇଜ୍‌ ଏଗେନ୍‌ଷ୍ଟ ହଙ୍ଗର୍‌ ଇଣ୍ଡିଆର ନିର୍ଦ୍ଦେଶକ ଡୋଲାମଣି ମହାପାତ୍ର, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପ୍ରବକ୍ତା ସରୋଜ ମହାନ୍ତି, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କୃଷି ଅଧିକାରୀ ଅମୀୟ କୁମାର ସାହୁ, ରବି ନାରାୟଣ ସେନାପତି, ସୋହେଲା ସିଡ଼ିପିଓ ରାସେଶ୍ୱରୀ ସାହୁ, ଜିଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା, ପାଇକମାଳ ସରପଞ୍ଚ ତୁଳାବତୀ ସୁନା, କୃଷକ ନେତା ନାରାୟଣ ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ସବୁଜ ବିପ୍ଲବ କାରଣରୁ ଆମ ଦେଶରେ ଖାଦ୍ୟରେ ବିବିଧତା ଘୋର ଅଭାବ ଦେଖାଯାଇଛି। ବିଶ୍ୱର ଭୋକିଲା ତାଲିକାରେ ଭାରତର ସ୍ଥାନ ୧୦୭ରେ ରହିଛି। ଏହାକୁ ପ୍ରତିହତ କରିବା ପାଇଁ ପନିପରିବା, ଫଳମୂଳ, ଡାଲିଜାତୀୟ ଖାଦ୍ୟ, ଶାଗ, ଜଙ୍ଗଲ ଜାତୀୟ ଦେଶୀଖାଦ୍ୟକୁ ଆପଣେଇବାକୁ ପଡ଼ିବ ବୋଲି ବକ୍ତାମାନେ ମତ ରଖିଥିଲେ। ଏହି ଅବସରରେ ପାରମ୍ପରିକ ଚାଷ କରୁଥିବା ବିଭିନ୍ନ ଅଞ୍ଚଳର ପ୍ରମୁଖ ଚାଷୀଙ୍କୁ ଖାଦ୍ୟବୀର ଭାବେ ସମ୍ମାନିତ କରାଯାଇଥିଲା। ସାମାଜିକ କାର୍ଯ୍ୟ ଏବଂ ପରିବେଶ ସୁରକ୍ଷା ପାଇଁ ବରଗଡ଼ ସାମ୍ବାଦିକ ସଂଘକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅହିଂସା କ୍ଲବ ପକ୍ଷରୁ ରଣଜିତପୁରର ପ୍ରାକୃତିକ ପରିବେଶରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଚାଷୀମାନେ ଯୋଗଦାନ କରିଥିଲେ। ଖାଦ୍ୟ ପ୍ରଦର୍ଶନୀ ସମାରୋହର ମୁଖ୍ୟ ଆକର୍ଷଣ ଥିଲା। ସ୍ଥାନୀୟ ଅଞ୍ଚଳର ୮୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ, ପିଠା, ମଣ୍ଡା,ବିଭିନ୍ନ ଶାଗ, ଜଙ୍ଗଲର ଫଳମୂଳ, କନ୍ଦମୂଳ ଜାତୀୟ ଖାଦ୍ୟ, କୁଦୋ, ମାଣ୍ଡିଆ, ସୂଆଁ, ଗୁରଜୀ, କାଙ୍ଗୁ ଆଦିରେ ପ୍ରସ୍ତୁତ ମିଷ୍ଟାନ୍ନ ଇତ୍ୟାଦିକୁ ନେଇ ଖାଦ୍ୟ ପସରା କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri