Categories: ଫୁରସତ

ରାତିକ ପାଇଁ ୨ କୋଟି

ବ୍ରିଟେନର ଗ୍ଲାମର ମଡେଲ ରିଆନ ଶାଗଡେନ ତାଙ୍କ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଟ୍ରୋଲ ହୋଇଥାନ୍ତି। କିନ୍ତୁ ସେ ଟ୍ରୋଲରମାନଙ୍କୁ କଡ଼ା ଜବାବ ମଧ୍ୟ ଦିଅନ୍ତି। କେତେଥର ସେ ଏଥିପାଇଁ ଲଜ୍ଜିତ ମଧ୍ୟ ହୋଇଛନ୍ତି। ଏବେ ସେମିତି ଏକ ପୋଷ୍ଟ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ। ରିଆନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୋତେ ଜଣେ ପ୍ରତିଷ୍ଠିତ  ବ୍ୟବସାୟୀ ଗୋଟିଏ ରାତି କାଟିବା ପାଇଁ ୨ କୋଟି ଅଫର ଦେଇଛନ୍ତି।

୩୪ ବର୍ଷୀୟା ରିଆନ କହିଛନ୍ତି, ଏହା ଦ୍ୱାରା ସେ ବହୁତ ମାନସିକ ଅଶାନ୍ତିରେ ରହୁଛନ୍ତି। ବ୍ୟବସାୟୀ ଜଣକ ତାଙ୍କୁ ମେସେଜ୍‌ କରି କହିଛନ୍ତି, ମୋ’ ସହିତ ଗୋଟିଏ ରାତି ବିତାଇଲେ ୨ ଲକ୍ଷ ପାଉଣ୍ଡସ ଅର୍ଥାତ୍‌ ୨ କୋଟି ଟଙ୍କା ଦେବାକୁ ମୁଁ ପ୍ରସ୍ତୁତ ଅଛି। ରିଆନ ଲେଖିଛନ୍ତି, ମୁଁ ସବୁବେଳେ ମୋ ଫଲୋଅର୍ସଙ୍କ ଭାବନାକୁ ସମ୍ମାନ ଦେଇଥାଏ। ଏମିତି ଅଫର ଦେଉଥିବା ଲୋକ ନିଜର ସୀମା ଭିତରେ ରହିବାକୁ ଚେଷ୍ଟା କରନ୍ତୁ।

ରିଆନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ବିଚଳିତ। ସେ ନିଜର ପ୍ରେଗନାନ୍ସିକୁ ନେଇ ସଂଘର୍ଷ କରୁଛନ୍ତି। ଏଥିପାଇଁ ସେ ହରମୋନ ଇଞ୍ଜେକ୍‌ସନ ମଧ୍ୟ ନେଇଛନ୍ତି। ଆଇଭିଏଫ୍‌ ଟେକ୍ନୋଲୋଜି ସାହାଯ୍ୟରେ ସେ ଗର୍ଭବତୀ ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏଥିରେ ସଫଳ ହୋଇପାରିଲେ ନାହଁିଁ। ସେ କହିଛନ୍ତି, ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ଅଧ୍ୟାୟ ଥିଲା।

Share