ପରିବାର ପ୍ରତିପୋଷଣ ଚିନ୍ତାରେ ବ୍ୟବସାୟୀ

ପୁରୀ ଅଫିସ,୧୦ା୩: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ କରି ପେଟ ପୋଷୁଥିବା ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅଗ୍ନିକାଣ୍ଡ ଯୋଗୁ ସେମାନଙ୍କର ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଅନେକ ଦେକାନୀ ଧାରକରଜ ଆଣି ଦୋକାନ କରିଥିଲେ। ଏବେ ଦୋକାନ ଜଳିଯିବା ପରେ କିପରି ଧାରକରଜ ଶୁଝିବେ ଓ ପରିବାର ଭରଣପୋଷଣ କରିବେ ସେହି ଚିନ୍ତା ସେମାନଙ୍କୁ ଘାରିଛି। ଏହି କମ୍ପ୍ଲେକ୍ସ ପରିସରରେ ଦୋକାନ କରିଥିବା ବିପିନ ପୃଷ୍ଟି କହିଛନ୍ତି, କ୍ରିଷ୍ଣା ଗାର୍ମେଣ୍ଟ ନାମରେ ତାଙ୍କର ଏକ ଡ୍ରେସ୍‌ ଦୋକାନ ରହିଥିଲା। ସେ ପ୍ରାୟ ୫ ବର୍ଷ ହେବ ଏଠାରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ନିଆଁ ଲାଗିବା ଫଳରେ ତାଙ୍କର ପ୍ରାୟ ୩ ଲକ୍ଷ ଟଙ୍କାର ଡ୍ରେସ ନଷ୍ଟ ହୋଇଛି। ସେ ଏବେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ସେହିପରି ବିଶ୍ୱନାଥ ଶର୍ମା କହିଛନ୍ତି, ସେ ପ୍ରାୟ ୨୨ବର୍ଷ ହେବ ଏଠାରେ ମା’ ଦୁର୍ଗା ଡ୍ରେସ୍‌ ନାମକ ଦୋକାନ କରିଥିଲେ। ସେଥିରେ ଥିବା ସମସ୍ତ ଜିନିଷ ପୋଡ଼ିଯାଇଛି। ପ୍ରାୟ ୭ଲକ୍ଷ ଟଙ୍କାର ଜିନିଷ ରଖିଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ସାଇ ଲେଡିଜ୍‌ କର୍ନର ନାମରେ ଦୋକାନ କରିଥିବା ବି. ଶ୍ରୀକାନ୍ତ କହିଛନ୍ତି, ସେ ଦୀର୍ଘବର୍ଷ ହେବ ଦୋକାନ କଲେଣି। ଏଭଳି ଘଟଣା ଆଗରୁ କେବେ ହୋଇ ନ ଥିଲା। ନିଆଁ ଲାଗିବା ଫଳରେ ପ୍ରାୟ ୧୫ରୁ ୧୭ଲକ୍ଷ ଟଙ୍କାର ଜିନିଷ ତାଙ୍କର କ୍ଷତି ହୋଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉ। ସେହିପରି ପୂଜା ଗାର୍ମେଣ୍ଟ ନାମରେ ଡ୍ରେସ ଦୋକାନ କରିଥିବା ରବିନ୍ଦ୍ର କୁମାର ପୃଷ୍ଟି କହିଛନ୍ତି, ତାଙ୍କର ୩୦ରୁ ୩୫ ଲକ୍ଷ ଟଙ୍କାର ଜିନିଷ ନିଆଁରେ ପୋଡ଼ିି ପାଉଁଶ ହୋଇଯାଇଛି। ସେ ପରିବାର କିପରି ଭରଣପୋଷଣ କରିବେ କିଛି ବୁଝିପାରୁନାହାନ୍ତି। ନିଜ ଆଖିଆଗରେ ତାଙ୍କର ସବୁ ଜିନିଷପତ୍ର ପୋଡ଼ି ଯାଉଥିଲେ ମଧ୍ୟ ସେ ଦେଖିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri