ଶେୟାର ମାର୍କେଟରେ ନିବେଶକଙ୍କ ଉପରେ ବମ୍ପର ଟଙ୍କାର ବର୍ଷା, ଆସନ୍ତା ସପ୍ତାହରେ ଆସୁଛି…

ନୂଆଦିଲ୍ଲୀ,୩୧ା୮: ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହେଉଛି। ଏହା ସହିତ ଆସନ୍ତାକାଲିଠାରୁ ପରବର୍ତ୍ତୀ ବ୍ୟବସାୟିକ ସପ୍ତାହ ମଧ୍ୟ ଆରମ୍ଭ ହେଉଛି। ଏହି ସପ୍ତାହରେ ୮ଟି କମ୍ପାନୀର IPO ଖୋଲିବାକୁ ଯାଉଛି। ଏଥିମଧ୍ୟରୁ ଗୋଟିଏ ମେନବୋର୍ଡ IPO, ବାକି ୫ଟି SME ସେଗ୍‌ମେଣ୍ଟର। ଜାଣନ୍ତୁ…

ଅମାଣ୍ଟା ହେଲଥକେୟାର IPO ହେଉଛି ୧୨୬ କୋଟି ଟଙ୍କାର ଏକ ଆଗାମୀ ମେନବୋର୍ଡ ଇସ୍ୟୁ। ଏହି IPO ୧ ସେପ୍ଟେମ୍ବରରେ ସବ୍‌ସ୍କ୍ରିପ୍‌ସନ ପାଇଁ ଖୋଲିବ ଏବଂ ୩ ସେପ୍ଟେମ୍ବରରେ ବନ୍ଦ ହେବ। ଏହା ୧.୦୦ କୋଟି ଶେୟାରର ଏକ ସମ୍ପୂର୍ଣ୍ଣ ନୂତନ ଇସ୍ୟୁ। ଏହାର ମୂଲ୍ୟ ବ୍ୟାଣ୍ଡ ପ୍ରତି ଶେୟାର ୧୨୦ ଟଙ୍କାରୁ ୧୨୬ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। IPO ଅଧୀନରେ ଶେୟାର ଆବଣ୍ଟନ ୪ ସେପ୍ଟେମ୍ବରରେ ହେବ ବୋଲି ଆଶା କରାଯାଉଛି ଏବଂ ସମ୍ଭାବ୍ୟ ତାଲିକାଭୁକ୍ତ ୯ ସେପ୍ଟେମ୍ବରରେ ହୋଇପାରେ। ଏହି IPO ଗ୍ରେ ମାର୍କେଟରେ ୨୫ ଟଙ୍କା ପ୍ରିମିୟମରେ କାରବାର ହେଉଛି।

ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ କମ୍ପାନୀ ରଚିତ ପ୍ରିଣ୍ଟସ ୧ ସେପ୍ଟେମ୍ବରରେ ଏହାର IPO ଆଣୁଛି। ନିବେଶକମାନେ ଏଥିପାଇଁ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଡ୍‌ କରିପାରିବେ। ଏହା ଏକ SME ସେଗମେଣ୍ଟ IPO। ଏହା ଜରିଆରେ ମାଧ୍ୟମରେ ୦.୧୩ କୋଟି ନୂତନ ଶେୟାର ଜାରି କରି କମ୍ପାନୀ ୧୯.୪୯ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ପ୍ରତି ଶେୟାରର ପ୍ରାଇସ୍‌ ବ୍ୟାଣ୍ଡ ୧୪୦ ଟଙ୍କାରୁ ୧୪୯ ଟଙ୍କା ସ୍ଥିର କରାଯାଇଛି।

ଗୋଏଲ କନଷ୍ଟ୍ରକ୍ସନ IPO ସେପ୍ଟେମ୍ବର ୨ରେ ଲଞ୍ଚ ହେବାକୁ ଯାଉଛି। ଏହା ୪ ସେପ୍ଟେମ୍ବରରେ ବନ୍ଦ ହେବ। ଏହାର ଇସ୍ୟୁ ଆକାର ୯୯.୭୭ କୋଟି ଟଙ୍କା। ଇସ୍ୟୁରେ ୮୦.୮୧ କୋଟି ଟଙ୍କାର ନୂତନ ସେୟାର ଏବଂ ୧୮.୯୬ କୋଟି ଟଙ୍କାର ବିକ୍ରୟ ପ୍ରସ୍ତାବ ଅନ୍ତର୍ଭୁକ୍ତ। ଏହି ସେୟାରଗୁଡ଼ିକର ମୂଲ୍ୟ ୨୪୯ ଟଙ୍କାରୁ ୨୬୨ ଟଙ୍କା ମଧ୍ୟରେ ରହିଛି।

ଆଇଟି ସେବା ଏବଂ ପରାମର୍ଶଦାତା ସଂସ୍ଥା ଅପ୍ଟିଭ୍ୟାଲୁ ଟେକ୍‌ ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୪ ମଧ୍ୟରେ ଏହାର IPO ଆଣିଛି। କମ୍ପାନୀ ୬୧.୬୯ ଲକ୍ଷ ଶେୟାର ଜାରି କରି ୫୧.୮୨ କୋଟି ଟଙ୍କା ସଂଗ୍ରହ କରିବାକୁ ଚାହୁଁଛି। ଏହାର ବ୍ୟାଣ୍ଡ୍‌ ଭ୍ୟାଲ୍ୟୁ ପ୍ରତି ଶେୟାର ୮୦ ରୁ ୮୪ ଟଙ୍କା ସ୍ଥିର କରାଯାଇଛି। ଖୁଚୁରା ନିବେଶକମାନଙ୍କୁ ଅତି କମରେ ଦୁଇଟି ଲଟ୍‌ (୩,୨୦୦ ଶେୟାର) ପାଇଁ ବିଡ୍‌ କରିବାକୁ ପଡ଼ିବ।

ପ୍ରଯୁକ୍ତିବିଦ୍ୟା ସମାଧାନ ପ୍ରଦାନକାରୀ ଅଷ୍ଟର ସିଷ୍ଟମ୍ସର IPO ସେପ୍ଟେମ୍ବର ୩ରେ ଖୋଲିବ। ଏଥିପାଇଁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଡ୍‌ ରଖାଯାଇପାରିବ। କମ୍ପାନୀ ୫୨ ଟଙ୍କାରୁ ୫୫ ଟଙ୍କା ପ୍ରତି ଶେୟାର ମୂଲ୍ୟରେ ୨୮.୩ ଲକ୍ଷ ଶେୟାର ନୂତନ ଇସ୍ୟୁ ମାଧ୍ୟମରେ ୧୫.୫୭ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଛି।

ଆଲୁମିନିୟମ ଉତ୍ପାଦ ବ୍ୟବସାୟରେ ନିୟୋଜିତ ଶରଭୟା ମେଟାଲ୍ସର IPO ସେପ୍ଟେମ୍ବର ୪ରେ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୯ରେ ବନ୍ଦ ହେବ। ଇସ୍ୟୁ ଆକାର ୫୮.୮୦ କୋଟି ଟଙ୍କା, ଯେଉଁଥିରେ ୪୯ କୋଟି ଟଙ୍କାର ଏକ ନୂତନ ଇସ୍ୟୁ ଏବଂ ୯.୮୦ କୋଟି ଟଙ୍କାର OFS ଅନ୍ତର୍ଭୁକ୍ତ।

ପ୍ଲାଷ୍ଟିକ ପ୍ୟାକେଜିଂ ର୍ନିମାତା ଭିଗର ପ୍ଲାଷ୍ଟ ଇଣ୍ଡିଆ ମଧ୍ୟ ସେପ୍ଟେମ୍ବର ୪ରୁ ୯ ସେପ୍ଟେମ୍ବର ମଧ୍ୟରେ ଏହାର IPO ଆଣୁଛି। କମ୍ପାନୀ ୨୫.୧୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଛି। ଇସ୍ୟୁରେ ୨୦.୨୪ କୋଟି ଟଙ୍କାର ନୂତନ ସେୟାର ଏବଂ ୪.୮୬ କୋଟି ଟଙ୍କାର OFS ଅନ୍ତର୍ଭୁକ୍ତ। ଏଥିରେ ପ୍ରତି ଶେୟାର ପ୍ରାଇସ୍‌ ବ୍ୟାଣ୍ଡ ୭୭ଟଙ୍କାରୁ ୮୧ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି।

ବଶିଷ୍ଠ ଲଗଜରୀ ଫ୍ୟାଶନ IPO ସେପ୍ଟେମ୍ବର ୫ରେ ଖୋଲିବ। ଏଥିରେ ୧୨୦୦ ଶେୟାର ମଧ୍ୟରୁ ଅନେକ କରାଯାଇଛି। ପ୍ରାଇସ୍‌ ବ୍ୟାଣ୍ଡ ୧୦୯ରୁ ୧୧୧ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri