ଶେୟାର ମାର୍କେଟରେ ନିବେଶକଙ୍କ ଉପରେ ବମ୍ପର ଟଙ୍କାର ବର୍ଷା, ଆସନ୍ତା ସପ୍ତାହରେ ଆସୁଛି…

ନୂଆଦିଲ୍ଲୀ,୩୧ା୮: ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହେଉଛି। ଏହା ସହିତ ଆସନ୍ତାକାଲିଠାରୁ ପରବର୍ତ୍ତୀ ବ୍ୟବସାୟିକ ସପ୍ତାହ ମଧ୍ୟ ଆରମ୍ଭ ହେଉଛି। ଏହି ସପ୍ତାହରେ ୮ଟି କମ୍ପାନୀର IPO ଖୋଲିବାକୁ ଯାଉଛି। ଏଥିମଧ୍ୟରୁ ଗୋଟିଏ ମେନବୋର୍ଡ IPO, ବାକି ୫ଟି SME ସେଗ୍‌ମେଣ୍ଟର। ଜାଣନ୍ତୁ…

ଅମାଣ୍ଟା ହେଲଥକେୟାର IPO ହେଉଛି ୧୨୬ କୋଟି ଟଙ୍କାର ଏକ ଆଗାମୀ ମେନବୋର୍ଡ ଇସ୍ୟୁ। ଏହି IPO ୧ ସେପ୍ଟେମ୍ବରରେ ସବ୍‌ସ୍କ୍ରିପ୍‌ସନ ପାଇଁ ଖୋଲିବ ଏବଂ ୩ ସେପ୍ଟେମ୍ବରରେ ବନ୍ଦ ହେବ। ଏହା ୧.୦୦ କୋଟି ଶେୟାରର ଏକ ସମ୍ପୂର୍ଣ୍ଣ ନୂତନ ଇସ୍ୟୁ। ଏହାର ମୂଲ୍ୟ ବ୍ୟାଣ୍ଡ ପ୍ରତି ଶେୟାର ୧୨୦ ଟଙ୍କାରୁ ୧୨୬ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। IPO ଅଧୀନରେ ଶେୟାର ଆବଣ୍ଟନ ୪ ସେପ୍ଟେମ୍ବରରେ ହେବ ବୋଲି ଆଶା କରାଯାଉଛି ଏବଂ ସମ୍ଭାବ୍ୟ ତାଲିକାଭୁକ୍ତ ୯ ସେପ୍ଟେମ୍ବରରେ ହୋଇପାରେ। ଏହି IPO ଗ୍ରେ ମାର୍କେଟରେ ୨୫ ଟଙ୍କା ପ୍ରିମିୟମରେ କାରବାର ହେଉଛି।

ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ କମ୍ପାନୀ ରଚିତ ପ୍ରିଣ୍ଟସ ୧ ସେପ୍ଟେମ୍ବରରେ ଏହାର IPO ଆଣୁଛି। ନିବେଶକମାନେ ଏଥିପାଇଁ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଡ୍‌ କରିପାରିବେ। ଏହା ଏକ SME ସେଗମେଣ୍ଟ IPO। ଏହା ଜରିଆରେ ମାଧ୍ୟମରେ ୦.୧୩ କୋଟି ନୂତନ ଶେୟାର ଜାରି କରି କମ୍ପାନୀ ୧୯.୪୯ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ପ୍ରତି ଶେୟାରର ପ୍ରାଇସ୍‌ ବ୍ୟାଣ୍ଡ ୧୪୦ ଟଙ୍କାରୁ ୧୪୯ ଟଙ୍କା ସ୍ଥିର କରାଯାଇଛି।

ଗୋଏଲ କନଷ୍ଟ୍ରକ୍ସନ IPO ସେପ୍ଟେମ୍ବର ୨ରେ ଲଞ୍ଚ ହେବାକୁ ଯାଉଛି। ଏହା ୪ ସେପ୍ଟେମ୍ବରରେ ବନ୍ଦ ହେବ। ଏହାର ଇସ୍ୟୁ ଆକାର ୯୯.୭୭ କୋଟି ଟଙ୍କା। ଇସ୍ୟୁରେ ୮୦.୮୧ କୋଟି ଟଙ୍କାର ନୂତନ ସେୟାର ଏବଂ ୧୮.୯୬ କୋଟି ଟଙ୍କାର ବିକ୍ରୟ ପ୍ରସ୍ତାବ ଅନ୍ତର୍ଭୁକ୍ତ। ଏହି ସେୟାରଗୁଡ଼ିକର ମୂଲ୍ୟ ୨୪୯ ଟଙ୍କାରୁ ୨୬୨ ଟଙ୍କା ମଧ୍ୟରେ ରହିଛି।

ଆଇଟି ସେବା ଏବଂ ପରାମର୍ଶଦାତା ସଂସ୍ଥା ଅପ୍ଟିଭ୍ୟାଲୁ ଟେକ୍‌ ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୪ ମଧ୍ୟରେ ଏହାର IPO ଆଣିଛି। କମ୍ପାନୀ ୬୧.୬୯ ଲକ୍ଷ ଶେୟାର ଜାରି କରି ୫୧.୮୨ କୋଟି ଟଙ୍କା ସଂଗ୍ରହ କରିବାକୁ ଚାହୁଁଛି। ଏହାର ବ୍ୟାଣ୍ଡ୍‌ ଭ୍ୟାଲ୍ୟୁ ପ୍ରତି ଶେୟାର ୮୦ ରୁ ୮୪ ଟଙ୍କା ସ୍ଥିର କରାଯାଇଛି। ଖୁଚୁରା ନିବେଶକମାନଙ୍କୁ ଅତି କମରେ ଦୁଇଟି ଲଟ୍‌ (୩,୨୦୦ ଶେୟାର) ପାଇଁ ବିଡ୍‌ କରିବାକୁ ପଡ଼ିବ।

ପ୍ରଯୁକ୍ତିବିଦ୍ୟା ସମାଧାନ ପ୍ରଦାନକାରୀ ଅଷ୍ଟର ସିଷ୍ଟମ୍ସର IPO ସେପ୍ଟେମ୍ବର ୩ରେ ଖୋଲିବ। ଏଥିପାଇଁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଡ୍‌ ରଖାଯାଇପାରିବ। କମ୍ପାନୀ ୫୨ ଟଙ୍କାରୁ ୫୫ ଟଙ୍କା ପ୍ରତି ଶେୟାର ମୂଲ୍ୟରେ ୨୮.୩ ଲକ୍ଷ ଶେୟାର ନୂତନ ଇସ୍ୟୁ ମାଧ୍ୟମରେ ୧୫.୫୭ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଛି।

ଆଲୁମିନିୟମ ଉତ୍ପାଦ ବ୍ୟବସାୟରେ ନିୟୋଜିତ ଶରଭୟା ମେଟାଲ୍ସର IPO ସେପ୍ଟେମ୍ବର ୪ରେ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୯ରେ ବନ୍ଦ ହେବ। ଇସ୍ୟୁ ଆକାର ୫୮.୮୦ କୋଟି ଟଙ୍କା, ଯେଉଁଥିରେ ୪୯ କୋଟି ଟଙ୍କାର ଏକ ନୂତନ ଇସ୍ୟୁ ଏବଂ ୯.୮୦ କୋଟି ଟଙ୍କାର OFS ଅନ୍ତର୍ଭୁକ୍ତ।

ପ୍ଲାଷ୍ଟିକ ପ୍ୟାକେଜିଂ ର୍ନିମାତା ଭିଗର ପ୍ଲାଷ୍ଟ ଇଣ୍ଡିଆ ମଧ୍ୟ ସେପ୍ଟେମ୍ବର ୪ରୁ ୯ ସେପ୍ଟେମ୍ବର ମଧ୍ୟରେ ଏହାର IPO ଆଣୁଛି। କମ୍ପାନୀ ୨୫.୧୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଛି। ଇସ୍ୟୁରେ ୨୦.୨୪ କୋଟି ଟଙ୍କାର ନୂତନ ସେୟାର ଏବଂ ୪.୮୬ କୋଟି ଟଙ୍କାର OFS ଅନ୍ତର୍ଭୁକ୍ତ। ଏଥିରେ ପ୍ରତି ଶେୟାର ପ୍ରାଇସ୍‌ ବ୍ୟାଣ୍ଡ ୭୭ଟଙ୍କାରୁ ୮୧ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି।

ବଶିଷ୍ଠ ଲଗଜରୀ ଫ୍ୟାଶନ IPO ସେପ୍ଟେମ୍ବର ୫ରେ ଖୋଲିବ। ଏଥିରେ ୧୨୦୦ ଶେୟାର ମଧ୍ୟରୁ ଅନେକ କରାଯାଇଛି। ପ୍ରାଇସ୍‌ ବ୍ୟାଣ୍ଡ ୧୦୯ରୁ ୧୧୧ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri