ଅଭିଯୁକ୍ତଙ୍କ ଆଡ୍ଡାସ୍ଥଳୀରେ ଚଢୁଛି ବୁଲଡୋଜର

ବଲାଙ୍ଗୀର ଅଫିସ,୧୬ା୨: ବଲାଙ୍ଗୀର ସହର ମାଲଗୋଦାମପଡା ଠାରେ ବୁଧବାର ଅପରାହ୍ଣରୁ ପୋଲିସ ଏବଂ ପ୍ରଶାସନିକ ଟିମ୍‌ କେତେଜଣ ଅସାମାଜିକ ବ୍ୟକ୍ତିଙ୍କ ଘର ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ମାଲଗୋଦାମପଡାର ତେଜରାଜ ନନ୍ଦ, ନିରୋଜ ହରପାଲ ଏବଂ ସଞ୍ଜୟ ତାଣ୍ଡିଙ୍କ ଘରକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଜେସିବି ମେଶିନ ସହାୟତାରେ ଏହି ତିନି ବ୍ୟକ୍ତିଙ୍କ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା, ଆଡିସନାଲ ଏସ୍‌ପି ସୁରେଶ ନାଏକ, ଏସଡିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟଙ୍କ ଉପସ୍ଥିତିରେ ପ୍ରଶାସନିକ ଟିମ୍‌ ଘରଭଙ୍ଗା ଅଭିଯାନ ଆରମ୍ଭ କରିଥିଲେ। ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଘରଭଙ୍ଗା ଅଭିଯାନ ଜାରି ରହିଥିବା ଜଣାପଡିଛି। ମାଜିଷ୍ଟ୍ରେଟ୍‌ ପଣ୍ଡା କହିଛନ୍ତି ଯେ, ଉପଜିଲାପାଳଙ୍କ କୋର୍ଟରେ ପୋଲିସ ତରଫରୁ ୧୩୩ ସିଆରପିସିରେ ଆବେଦନ କରାଯାଇଥିଲା। ଯେଉଁମାନଙ୍କ ନଁାରେ ଚୋରି, ଡକାୟତି, ହତ୍ୟା ଉଦ୍ୟମ ଭଳି ମାମଲା ରହିଛି ଏବଂ ଯେଉଁମାନେ ବାରମ୍ବାର ଅପରାଧ ଘଟାଇବା ପରେ ଜାମିନ୍‌ରେ ଆସି ପୁଣି ଅପରାଧ ଘଟାଉଛନ୍ତି ସେଭଳି ଅଭିଯୁକ୍ତମାନେ ସରକାରୀ ଜମି କବ୍‌ଜା କରି ଘର କରିଛନ୍ତି ଏବଂ ବାରମ୍ବାର ଆପରାଧିକ ଘଟଣାରେ ସମ୍ପୃକ୍ତ ରହୁଛନ୍ତି ା ସେମାନଙ୍କ ଘରକୁ ଉଚ୍ଛେଦ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ଆଡିସନାଲ ଏସପି ସୁରେଶ ନାୟକ କହିଛନ୍ତି ଯେ, ଯେଉଁ ସ୍ଥାନରେ ରହି ଅଭିଯୁକ୍ତମାନେ ଅପରାଧ ଯୋଜନା କରୁଛନ୍ତି ଏବଂ ଏହାକୁ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି ସେହି ସ୍ଥାନରୁ ଉଚ୍ଛେଦ କରିବା ପାଇଁ ଉପଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ସଭ୍ୟ ସଂଗ୍ରହ ପାଇଁ କର୍ମୀ ସମ୍ମିଳନୀ

ପାଟଣା,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶିଠାରେ ବିଜେଡିର ପାଟଣା ନିର୍ବାଚନମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ...

ସଫେଇ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସାଇକେଲରୁ ପଡ଼ି କର୍ମଚାରୀଙ୍କ ଜୀବନ ଗଲା

କୃଷ୍ଣପ୍ରସାଦ,୨୭ା୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସିଅଣ୍ଡି ପଞ୍ଚାୟତରେ ଜଣେ ସଫେଇ କରୋନା ଯୋଦ୍ଧାଙ୍କ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କ ନାମ ଶରତ...

ମାଲକାନଗିରି: ୨୭୧୮ରୁ ୧୧୪ ପ୍ରାର୍ଥିପତ୍ର ନାକଚ

ମାଲକାନଗିରି,୨୪।୧ (ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଯାଞ୍ଚ ପରେ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜିଲାରେ ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡମେମ୍ବର...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ଅସଦାଚରଣ ଘଟଣା: ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଉଦଳା,୨୪ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଥିବା ଏକ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଅଧ୍ୟାପିକାଙ୍କୁ ଅସଦାଚରଣ କରିବା ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ...

ବାଲି ଉତ୍ତୋଳନକୁ ବିରୋଧ

ବଡ଼ସାହି,୨୦ା୧୨(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଉଠାଣୀନୂଆଗଁା ଗ୍ରାମରେ ଥିବା ଲିଜ୍‌ ବାଲିଖାଦାନରୁ ବାଲି ଉତ୍ତୋଳନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଗ୍ରାମବାସୀ ବିରୋଧ କରିଛନ୍ତିି।...

ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁଥିଲା ବିଜେଡି: ଅଭିଯୋଗ ଆଣିଲା ଭାଜପା

ପାଟଣା,୨୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ୨୯ ନମ୍ବର ଜୋନ୍‌ ତେଣ୍ଡେରା ପଞ୍ଚାୟତ ଭାଣ୍ଡାରୀ ବିଲା ଓ ଖିଲାରୀ ପାଟ ଗାଁରେ ବୁଧବାର ରାତିରୁ ବଡ଼ବିଲରୁ...

ରଜ ମହୋତ୍ସବ ଉଦ୍‌ଯାପିତ

ବରୀ/ରତ୍ନଗିରି,୧୬।୬(ସ୍ବ.ପ୍ର./ଡି.ଏନ୍‌.ଏ.)- ଆଧୁନିକ ଚାକଚକ୍ୟରେ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାହିତ୍ୟକଳା, ଲୋକଗୀତ ଓ ଭାଇଚାରା ହଜିଯାଉଛି। ଏସବୁ ଫେରିଲେ ବରୀ ହସିବା ସହ ରାଜ୍ୟ ହସିଉଠିବ ବୋଲି...

ବଲାଙ୍ଗୀର ବାଳକଙ୍କ ବିରଳ କୃତିତ୍ୱ

ବଲାଙ୍ଗୀର ଅଫିସ, ୬ା୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ...

Advertisement
Archives

Model This Week