ତେଲ ଦର ବୃଦ୍ଧିରେ ବିରତି;୨୧ ଦିନ ଧରି ବଢି ଚାଲିଥିଲା

ନୂଆଦିଲ୍ଲୀ,୨୯।୬ : ଗତ ୨୧ ଦିନ ଧରି ତେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇଛି। କରୋନା ସଙ୍କଟରେ ଏଭଳି ଲଗାତର ଦର ବୃଦ୍ଧିକୁ ନେଇ ସାରା ଦେଶରେ ଖାଉଟିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଜୁନ ୭ ପରଠାରୁ ବଢିଚାଲିଥିବା ତେଲ ଦରରେ ରବିବାର ବିରତି ଲାଗିଛି। ତୈଳ ବିପଣନ କମ୍ପାନୀଗୁଡିକ ୨୧ ଦିନ ପରେ ପ୍ରଥମ ଥର ଲାଗି ଦର ବୃଦ୍ଧି ଉପରେ ରୋକ ଲଗାଇଛନ୍ତି। ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୮୦.୯୪ ଟଙ୍କା ରହିଥିବା ବେଳେ ଡିଜେଲ ୭୮.୫୫ ଟଙ୍କା ରହିଛି। ତୈଳ କମ୍ପାନୀ ଶନିବାର ତେଲ ବଢାଇ ଥିବାରୁ ଦିଲ୍ଲୀରେ ପେଟ୍ରୋଲ ୮୦.୩୮ ଟଙ୍କା ଏବଂ ଡିଜେଲ ଦର ୮୦.୮୪ ଟଙ୍କା ଛୁଇଁଛି। ଜୁନ ୨୭ରେ ପେଟ୍ରୋଲ ଲିଟର ପିଛା ୦.୨୫ ପଇସା ବଢିଥିବା ବେଳେ ଡିଜେଲ ୨୧ ପଇସା ବଢିଥିଲା।
ରାଜ୍ୟଗୁଡିକ ସ୍ତରରେ ଲାଗୁଥିବା ଭାଲ୍ୟୁ ଆଡେଡ୍‌ ଟ୍ୟାକ୍ସ(ଭାଟ୍‌) ଆଧାରରେ ଦେଶ ମଧ୍ୟରେ ପେଟ୍ରୋଲ ଡିଜେଲ ଦରରେ ଭିନ୍ନତା ରହୁଛି। ରାଜ୍ୟଗୁଡିକ ପେଟ୍ରୋଲ ଉପରେ ଭ୍ୟାଟ୍‌ ୧୬.୭୫%ରୁ ୩୦% ଏବଂ ଡିଜେଲରେ ୨୭%ରୁ ୩୦%କୁ ବୃଦ୍ଧି କରିଛନ୍ତି। ଜୁନ୍‌ ୭ ପରଠାରୁ ତେଲ କମ୍ପାନୀଗୁଡିକ ଇନ୍ଧନ ଦରରେ ବୃଦ୍ଧି କରିବା ଫଳରେ ଲୋକଙ୍କୁ ପେଟ୍ରୋଲ ଉପରେ ଅତିରିକ୍ତ ୯.୧୨ ଟଙ୍କା ଏବଂ ଡିଜେଲ ଉପରେ ୧୧.୦୧ ଟଙ୍କା ଦେବାକୁ ପଡୁଛି। ଶନିବାର ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଯଥା-ଚେନ୍ନାଇ, ମୁମ୍ବାଇ ଏବଂ କଲିକତାରେ ତେଲ ଦର ଅପରିବର୍ତ୍ତିତ ରହିଛି। ଶନିବାର ମୁମ୍ବାଇରେ ପେଟ୍ରୋଲ ଲିଟର ୮୭.୧୯ ଟଙ୍କା ଥିବା ବେଳେ ଡିଜେଲ ଦର ୭୮.୭୧ ଟଙ୍କା ଥିଲା। କଲିକତାରେ ଏହା ଯଥାକ୍ରମେ ୮୨.୦୫ ଟଙ୍କା ଏବଂ ୭୫.୫୨ ଟଙ୍କା, ଚେନ୍ନାଇରେ ୮୩.୫୯ ଟଙ୍କା ଏବଂ ୭୭.୬୧ ଟଙ୍କା ରହିଛି।
ଲକ୍‌ଡାଉନ୍‌ ଯୋଗୁ ୮୨ ଦିନ ତେଲ ଦରରେ ତୈଳ ବିପଣନ କମ୍ପାନୀଗୁଡିକ କୌଣସି ପରିବର୍ତ୍ତନ କରି ନ ଥିଲେ। ଜୁନ ୭ରେ ପ୍ରଥମ କରି କମ୍ପାନୀ ଦରରେ ପରିବର୍ତ୍ତନ କରିବା ଆରମ୍ଭ କଲେ। ଅନ୍ତର୍ଜାତୀୟ ବଜାରରେ କରୋନା ଯୋଗୁ ଅଶୋଧିତ ତେଲ ଦର ରେକର୍ଡ ସ୍ତରକୁ ଖସିବା ଦେଖି ସରକାର ଉତ୍ପାଦ ଟିକସ ବଢାଇଥିଲେ। ଏହା ଦ୍ୱାରା ଅଧିକ ଟିକସ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଶୋଧିତ ତେଳ ଦର କମିବା ଯୋଗୁ ଇନ୍ଧନର ରିଟେଲ ଦରରେ କୌଣସି ପରିବର୍ତ୍ତନ ନ କରି କମ୍ପାନୀ ଟିକସ ବଢିବା ସତ୍ତ୍ୱେ ମଧ୍ୟ ଦରକୁ ନିଜ ମଧ୍ୟରେ ବ୍ୟବସ୍ଥିତ କଲେ। ମାତ୍ର ଗତ କିଛିଦିନ ତଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପୁଣି ବଢିବା ଯୋଗୁ କମ୍ପାନୀ ପୁଣି ଥରେ ଲଗାତର ଭାବେ ଦରକୁ ବଢାଉଥିବା କହିଛନ୍ତି। ଦର ବୃଦ୍ଧିକୁ ନେଇ ସୋମବାର କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦାବିପତ୍ର ପ୍ରଦାନ କରିବ। ଦରବୃଦ୍ଧି ପ୍ରତ୍ୟାହାର କରିବା ଲାଗି ଦାବି କରାଯିବ। କୋଭିଡ୍‌ ସମୟରେ ସରକାରଙ୍କ ମନମୁଖି ଏବଂ ଲୁଟ ମନୋଭାବ ବିରୋଧରେ ଦଳ ପକ୍ଷରୁ ତାଲୁକ, ତହସିଲ ଏବଂ ବ୍ଲକ ସ୍ତରରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସର ଜେନେରାଲ ସେକ୍ରେଟାରୀ କେ.ସି. ଭେନୁଗୋପାଳ କହିଛନ୍ତି। ଜୁନ ମାସରେ ରନ୍ଧନ ଗ୍ୟାସ ଦର ଦିଲ୍ଲୀରେ ସିଲିଣ୍ଡର ପିଛା ୧୧.୫୦ ଟଙ୍କା ବୃଦ୍ଧି ଘଟିଛି। ଚଳିତବର୍ଷ ମେ ମାସରେ ଗତବର୍ଷ ତୁଳନାରେ ଏଲପିଜି ବ୍ୟବହାର ୧୨.୮% ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri