ତେଲ ଦର ବୃଦ୍ଧିରେ ବିରତି;୨୧ ଦିନ ଧରି ବଢି ଚାଲିଥିଲା

ନୂଆଦିଲ୍ଲୀ,୨୯।୬ : ଗତ ୨୧ ଦିନ ଧରି ତେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇଛି। କରୋନା ସଙ୍କଟରେ ଏଭଳି ଲଗାତର ଦର ବୃଦ୍ଧିକୁ ନେଇ ସାରା ଦେଶରେ ଖାଉଟିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଜୁନ ୭ ପରଠାରୁ ବଢିଚାଲିଥିବା ତେଲ ଦରରେ ରବିବାର ବିରତି ଲାଗିଛି। ତୈଳ ବିପଣନ କମ୍ପାନୀଗୁଡିକ ୨୧ ଦିନ ପରେ ପ୍ରଥମ ଥର ଲାଗି ଦର ବୃଦ୍ଧି ଉପରେ ରୋକ ଲଗାଇଛନ୍ତି। ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୮୦.୯୪ ଟଙ୍କା ରହିଥିବା ବେଳେ ଡିଜେଲ ୭୮.୫୫ ଟଙ୍କା ରହିଛି। ତୈଳ କମ୍ପାନୀ ଶନିବାର ତେଲ ବଢାଇ ଥିବାରୁ ଦିଲ୍ଲୀରେ ପେଟ୍ରୋଲ ୮୦.୩୮ ଟଙ୍କା ଏବଂ ଡିଜେଲ ଦର ୮୦.୮୪ ଟଙ୍କା ଛୁଇଁଛି। ଜୁନ ୨୭ରେ ପେଟ୍ରୋଲ ଲିଟର ପିଛା ୦.୨୫ ପଇସା ବଢିଥିବା ବେଳେ ଡିଜେଲ ୨୧ ପଇସା ବଢିଥିଲା।
ରାଜ୍ୟଗୁଡିକ ସ୍ତରରେ ଲାଗୁଥିବା ଭାଲ୍ୟୁ ଆଡେଡ୍‌ ଟ୍ୟାକ୍ସ(ଭାଟ୍‌) ଆଧାରରେ ଦେଶ ମଧ୍ୟରେ ପେଟ୍ରୋଲ ଡିଜେଲ ଦରରେ ଭିନ୍ନତା ରହୁଛି। ରାଜ୍ୟଗୁଡିକ ପେଟ୍ରୋଲ ଉପରେ ଭ୍ୟାଟ୍‌ ୧୬.୭୫%ରୁ ୩୦% ଏବଂ ଡିଜେଲରେ ୨୭%ରୁ ୩୦%କୁ ବୃଦ୍ଧି କରିଛନ୍ତି। ଜୁନ୍‌ ୭ ପରଠାରୁ ତେଲ କମ୍ପାନୀଗୁଡିକ ଇନ୍ଧନ ଦରରେ ବୃଦ୍ଧି କରିବା ଫଳରେ ଲୋକଙ୍କୁ ପେଟ୍ରୋଲ ଉପରେ ଅତିରିକ୍ତ ୯.୧୨ ଟଙ୍କା ଏବଂ ଡିଜେଲ ଉପରେ ୧୧.୦୧ ଟଙ୍କା ଦେବାକୁ ପଡୁଛି। ଶନିବାର ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଯଥା-ଚେନ୍ନାଇ, ମୁମ୍ବାଇ ଏବଂ କଲିକତାରେ ତେଲ ଦର ଅପରିବର୍ତ୍ତିତ ରହିଛି। ଶନିବାର ମୁମ୍ବାଇରେ ପେଟ୍ରୋଲ ଲିଟର ୮୭.୧୯ ଟଙ୍କା ଥିବା ବେଳେ ଡିଜେଲ ଦର ୭୮.୭୧ ଟଙ୍କା ଥିଲା। କଲିକତାରେ ଏହା ଯଥାକ୍ରମେ ୮୨.୦୫ ଟଙ୍କା ଏବଂ ୭୫.୫୨ ଟଙ୍କା, ଚେନ୍ନାଇରେ ୮୩.୫୯ ଟଙ୍କା ଏବଂ ୭୭.୬୧ ଟଙ୍କା ରହିଛି।
ଲକ୍‌ଡାଉନ୍‌ ଯୋଗୁ ୮୨ ଦିନ ତେଲ ଦରରେ ତୈଳ ବିପଣନ କମ୍ପାନୀଗୁଡିକ କୌଣସି ପରିବର୍ତ୍ତନ କରି ନ ଥିଲେ। ଜୁନ ୭ରେ ପ୍ରଥମ କରି କମ୍ପାନୀ ଦରରେ ପରିବର୍ତ୍ତନ କରିବା ଆରମ୍ଭ କଲେ। ଅନ୍ତର୍ଜାତୀୟ ବଜାରରେ କରୋନା ଯୋଗୁ ଅଶୋଧିତ ତେଲ ଦର ରେକର୍ଡ ସ୍ତରକୁ ଖସିବା ଦେଖି ସରକାର ଉତ୍ପାଦ ଟିକସ ବଢାଇଥିଲେ। ଏହା ଦ୍ୱାରା ଅଧିକ ଟିକସ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଶୋଧିତ ତେଳ ଦର କମିବା ଯୋଗୁ ଇନ୍ଧନର ରିଟେଲ ଦରରେ କୌଣସି ପରିବର୍ତ୍ତନ ନ କରି କମ୍ପାନୀ ଟିକସ ବଢିବା ସତ୍ତ୍ୱେ ମଧ୍ୟ ଦରକୁ ନିଜ ମଧ୍ୟରେ ବ୍ୟବସ୍ଥିତ କଲେ। ମାତ୍ର ଗତ କିଛିଦିନ ତଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପୁଣି ବଢିବା ଯୋଗୁ କମ୍ପାନୀ ପୁଣି ଥରେ ଲଗାତର ଭାବେ ଦରକୁ ବଢାଉଥିବା କହିଛନ୍ତି। ଦର ବୃଦ୍ଧିକୁ ନେଇ ସୋମବାର କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦାବିପତ୍ର ପ୍ରଦାନ କରିବ। ଦରବୃଦ୍ଧି ପ୍ରତ୍ୟାହାର କରିବା ଲାଗି ଦାବି କରାଯିବ। କୋଭିଡ୍‌ ସମୟରେ ସରକାରଙ୍କ ମନମୁଖି ଏବଂ ଲୁଟ ମନୋଭାବ ବିରୋଧରେ ଦଳ ପକ୍ଷରୁ ତାଲୁକ, ତହସିଲ ଏବଂ ବ୍ଲକ ସ୍ତରରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସର ଜେନେରାଲ ସେକ୍ରେଟାରୀ କେ.ସି. ଭେନୁଗୋପାଳ କହିଛନ୍ତି। ଜୁନ ମାସରେ ରନ୍ଧନ ଗ୍ୟାସ ଦର ଦିଲ୍ଲୀରେ ସିଲିଣ୍ଡର ପିଛା ୧୧.୫୦ ଟଙ୍କା ବୃଦ୍ଧି ଘଟିଛି। ଚଳିତବର୍ଷ ମେ ମାସରେ ଗତବର୍ଷ ତୁଳନାରେ ଏଲପିଜି ବ୍ୟବହାର ୧୨.୮% ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri