ହ୍ବାଇଟ୍‌ ହାଉସକୁ ପଶିଆସିଲା ଶିଶୁ

ଓ୍ବାଶିଂଟନ,୧୯ା୪: ଆମେରିକାର ହ୍ବାଇଟ୍‌ ହାଉସକୁ ହଠାତ୍‌ ଏକ ଶିଶୁ ପଶିଯାଇଥିଲା। ଯାହାକୁ ଆମେରିକାର ଗୁପ୍ତ ସେବା ବାହାର କରିଦେଇଛି। ସିକ୍ରେଟ ସର୍ଭିସ ଯୋଗାଯୋଗ ମୁଖ୍ୟ ଆନ୍ଥୋନି ଗୁଗ୍‌ଲିମି କହିଛନ୍ତି, ଶିଶୁଟି ହ୍ବାଇଟ୍‌ ହାଉସର ଉତ୍ତର ପାର୍ଶ୍ୱରେ ଥିବା ବାଡ଼ ଦେଇ ପଶିଆସିଥିଲା। କିଛି ସମୟ ପରେ ତାକୁ ବାହାର କରିଦିଆଯାଇ ତା’ର ମାତାପିତାଙ୍କୁ ହସ୍ତାନ୍ତର କରାଯାଇଛି।

ସେ କହିଛନ୍ତି, ହ୍ବାଇଟ୍‌ ହାଉସର ପଡ଼ିଆ ମଧ୍ୟକୁ ପିଲାଟି ପଶି ଆସିଥିଲା। ବିସିସିଆଇ ରିପୋର୍ଟରେ ପ୍ରକାଶ, ହ୍ବାଇଟ୍‌ ହାଉସରେ ପ୍ରବେଶ ଉପରେ ଅସ୍ଥାୟୀ ଭାବରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ଘଟଣା ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ସମୟରେ ହ୍ବାଇଟ୍‌ ହାଉସ ଭିତରେ ଉପସ୍ଥିତ ଥିଲେ।

ହ୍ବାଇଟ୍‌ ହାଉସକୁ ଘେରି ରହିଥିବା ୬୪ ମିଲିୟନ ଡଲାରର ବାଡ଼ ୧୩ ଫୁଟ ଉଚ୍ଚ ଅଟେ। ଯାହାକି ଏହାର ପୂର୍ବ ଉଚ୍ଚତାର ପ୍ରାୟ ଦୁଇଗୁଣ ଅଟେ, ହ୍ବାଇଟ୍‌ ହାଉସର ସୁରକ୍ଷା ବୃଦ୍ଧି ପାଇଁ ଏପରି କରାଯାଇଛି। ଏହା ସତ୍ତ୍ୱେ ପିଲାଟି କିପରି ପଶିଆସିଲା ତାହା ଆଶ୍ଚର୍ଯ୍ୟଜନକ। ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଅନେକ ପିଲା ହ୍ବାଇଟ୍‌ ହାଉସ ପରିସର ମଧ୍ୟ ପଶିଆସିଛନ୍ତି। ଏନେଇ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share