ସମୁଦ୍ର ମଝିରେ ବୋଟ୍‌ରେ ଲାଗିଲା ନିଆଁ, ୭ ମୃତ

ମାନିଲା,୨୩ା୫: ଫିଲିପାଇନ୍ସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୋମବାର ଉତ୍ତର-ପୂର୍ବ ଫିଲିପାଇନ୍ସ ନିକଟରେ ୧୨୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ରେ ନିଆଁ ଲାଗିଯାଇଥିଲା।
ନିଆଁ ଲାଗିବା ପରେ ତୁରନ୍ତ ୧୦୫ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ବୋଲି କୋଷ୍ଟଗାର୍ଡ କହିଛନ୍ତି। ମର୍କ୍ରାଫ୍ଟ-୨ ପଲିଲୋ ଦ୍ୱୀପରୁ ୧୨୪ ଜଣ ଯାତ୍ରୀଙ୍କୁ ନେଇ କ୍ୱେଜନ ଯାଉଥିବାବେଳେ ନିଆଁ ଲାଗିଯାଇଥିଲା। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭ ଜଣ ନିଖୋଜ ଥିବା କୁହାଯାଉଛି। ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସେମାନଙ୍କ ଜୀବନ ରକ୍ଷା କରିବାକୁ ପାଣି ଭିତରକୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ତେବେ ବୋଟ୍‌ରେ କିପରି ନିଆଁ ଲାଗିଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share