ଏମ୍‌କେସିଜିରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ

ବ୍ରହ୍ମପୁର ଅଫିସ,୨୩ା୫: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶନିବାର ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ମହିଳାଙ୍କ ବୟସ ପ୍ରାୟ ୫୦ ହୋଇଥିବା ବେଳେ ଘର ଗଞ୍ଜାମ ଜିଲା ବୋଲି ସୂଚନା ମିଳିଛି। ତାଙ୍କର ଆଖି କଳା ପଡ଼ିଯାଇଛି। ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଡାକ୍ତର ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି।