Categories: ଫୁରସତ

ଏକ ବିସ୍କୁଟ ବଦଳାଇଦେଲା ଜୀବନ: ମହିଳା ହେଲେ କୋଟିପତି

ଅନେକ ଥର ଆମେ ଜୀବନରେ ଏମିତି କିଛି ଘଟ, ଯାହା ଆମେ ପୂର୍ବରୁ େକେବେ ଭାବି ନ ଥାଉ। କିନ୍ତୁ ଚାରିପାଖରେ କିଛି ଘଟଣା ଆମ ଜୀବନ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଅମାଣ୍ଡା ନାମକ ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି। ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ସେ କ’ଣ କରିବେ ଭାବିପାରି ନ ଥିଲେ। କେବଳ ସେତେବେଳେ ଏକ ବିସ୍କୁଟ ତାଙ୍କୁ ଭବିଷ୍ୟତ ଗଢିବା ପାଇଁ ବାଟ ଦେଖାଇଥିଲେ। ସେହି ବାଟ ଅନୁସରଣ କରି ଏବେ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି।
@ Somefromthe80s ନାମକ ଏକ ଟିକଟକ ଆକାଉଣ୍ଟ ସହିତ ତାଙ୍କ ସଂଘର୍ଷର କାହାଣୀ ବାଣ୍ଟି ଅମାଣ୍ଡା କହିଛନ୍ତି ଯେ, ଏକ ବିସ୍କୁଟ ତାଙ୍କ ଜୀବନ ବଦଳାଇ ଦେଇଛି ଏବଂ ଏବେ ସେ କୋଟିପତି ହୋଇପାରିଛନ୍ତି। ଦୁଇ ସନ୍ତାନର ମା’ ଅମାଣ୍ଡା କୁହନ୍ତି ଯେ, ସେ ପାଞ୍ଚ ବର୍ଷ ପୂର୍ବେ ଚାକିରି ହରାଇଥିଲେ। ଏହା ପରେ ସେ ବହୁତ ଭାଙ୍ଗି ପଡିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ତାଙ୍କୁ ଖୁସି କରିବା ପାଇଁ କୁକିଜ ପ୍ୟାକେଟ ଉପହାର ଦେଇଥିଲେ। ୩୦ ବର୍ଷିୟା ଅମାଣ୍ଡା ଏହି କୁକିଜ ବିସ୍କୁଟ ଖୋଲିବା ମାତ୍ରେ, ତାଙ୍କ ଜୀବନ ବଦଳିଯାଇଥିଲା। ତାଙ୍କ ଭାଗ୍ୟ ବିସ୍କୁଟରେ ଲେଖାଯାଇଥିବା ଏକ ନୋଟ ଯୋଗୁ ବଦଳିଯାଇଥିଲା। ବିସ୍କୁଟରେ ଲେଖାଯାଇଥିଲା – ତୁମେ ତୁମର ବ୍ୟବସାୟରେ ଅସାଧାରଣ ଖୁସି ହେବାକୁ ଯାଉଛ। କିଛି ଭାଗ୍ୟଶାଳୀ ସଂଖ୍ୟା ସହିତ, ବ୍ୟବସାୟରେ ସେ ସଫଳ ହୋଇପାରିବେ ବୋଲି ମଧ୍ୟ ଏହି ନୋଟରେ ଲେଖାଯାଇଥିଲା।
ଏହି ବାର୍ତ୍ତା ଦେଖିବା ପରେ ହିଁ ଅମାଣ୍ଡା ଇଟିଏସଓ୍ବାଇ ଦୋକାନ ଖୋଲିଥିଲେ ଏବଂ ସେ ଏଥିରେ ସଫଳତା ପାଇଥିଲେ। ଅମାଣ୍ଡାଙ୍କ କଷ୍ଟମ ତିଆରି ବ୍ୟାନର ଭାଇରାଲ ହେଲା ଏବଂ ସେ ଏଥିରୁ ବହୁତ ଲାଭ ପାଇଲେ। ଅମାଣ୍ଡା ରାତାରାତି କୋଟିପତି ହୋଇଥିଲେ ଏବଂ ଏବେ ତାଙ୍କ କମ୍ପାନୀ ୧୨ ମିଲିୟନ ଡଲାରରେ ପରିଣତ ହୋଇଛ। ଅମାଣ୍ଡା ଏହି କାହାଣୀକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଆତ୍ମବିଶ୍ୱାସ ସହିତ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସଫଳତା ଦେଇଥାଏ ବୋଲି କୁହନ୍ତି ଅମାଣ୍ଡା।

Share