ଅଗଷ୍ଟ ୫ରେ ପାକିସ୍ତାନରେ ହେବ ବଡ଼ ପ୍ରତିବାଦ ରାଲି, କାହିଁକି ଜାଣନ୍ତୁ…

ଲାହୋର,୧୬।୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ଅଗଷ୍ଟ ୫ତାରିଖରେ ସାରା ଦେଶରେ ପ୍ରତିବାଦ କରିବାକୁ ଡାକରା ଦେଇଛି। ସେହି ଦିନ ସେମାନଙ୍କ ନେତାଙ୍କ ଜେଲ ରହଣିର ୩ ବର୍ଷ ପୂରିବ। ଇମ୍ରାନ୍‌ଙ୍କ ଦଳ ‘ପାକିସ୍ତାନ ତେହେରିକ-ଇ-ଇନସାଫ୍‌’ (ପିଟିଆଇ) କହିଛି, ଏହି ପ୍ରତିବାଦ ଆନ୍ଦୋଳନ ଅଗଷ୍ଟ ୫ରୁ ଆରମ୍ଭ ହୋଇ ସେମାନଙ୍କ ନେତା ମୁକ୍ତ ହେବା ପର୍ଯ୍ୟନ୍ତ ଜାରି ରହିବ।
ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ଏକାକୀ ବନ୍ଦୀ ଥିବା ଇମ୍ରାନ ଖାନ୍‌ଙ୍କୁ ୨୦୨୩ ଅଗଷ୍ଟ ୫ରେ ଗିରଫ କରାଯାଇଥିଲା। ଇସଲାମାବାଦର ଏକ ଅଦାଲତ ତାଙ୍କୁ ତୋଷା ଖାନା (ରାଜକୋଷ) ମାମଲାରେ ଦୁର୍ନୀତି ପାଇଁ ଦୋଷୀ ସାବ୍ୟସ୍ତ କରିବା ପରେ ଏହି ଗିରଫଦାରୀ ହୋଇଥିଲା।

Share