ଛୋଟ ଦେଶରୁ ବଡ଼ ବାର୍ତ୍ତା

କଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟ ତଥା ଦକ୍ଷିଣ-ପୂର୍ବ ୟୁରୋପ ସଂଲଘ୍ନ ଦ୍ବୀପଦେଶ ସାଇପ୍ରସ୍‌, ଉତ୍ତର ଆମେରିକାନ ଦେଶ କାନାଡା ଓ କେନ୍ଦ୍ରୀୟ ତଥା ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶ କ୍ରୋଏସିଆ ଗସ୍ତ କରିଥିଲେ। ସାଇପ୍ରସ୍‌ ପକ୍ଷରୁ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‌ ଅଫ୍‌ ଦି ଅର୍ଡର ଅଫ୍‌ ମାକାରିଓସ -୩’ ପ୍ରଦାନ କରାଯାଇଛି। ସାଇପ୍ରସ୍‌ ରାଷ୍ଟ୍ରପତି ନିକୋସ୍‌ କ୍ରିଷ୍ଟୋଡୋଲିଡସ ନିଜେ ବିମାନ ବନ୍ଦର ଆସି ମୋଦିଙ୍କୁ ପାଛୋଟି ନେଇଥିଲେ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ-ସାଇପ୍ରସ୍‌ କାନ୍ଧକୁ କାନ୍ଧ ମିଳାଇ କାମ କରୁଛନ୍ତି। ସାଇପ୍ରସ କଶ୍ମୀର ପ୍ରସଙ୍ଗରେ ଭାରତକୁ ସବୁବେଳେ ସମର୍ଥନ କରିଛି। ଏହାସହ ଭାରତ-ୟୁରୋପୀୟ ସଂଘ ସମ୍ପର୍କ, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ବିକାଶ ପାଇଁ ସାଇପ୍ରସ୍‌ ସହ ଭାରତର ସମ୍ପର୍କ ଜରୁରୀ ବୋଲି ମନେକରାଯାଉଛି। ବଡ଼ କଥା ହେଉଛି ସାଇପ୍ରସ୍‌-ତୁର୍କୀ ବିବାଦ ଭିତରେ ସାଇପ୍ରସ୍‌ର ପୁନଃ ଏକତ୍ରୀକରଣ ପାଇଁ ଭାରତ ସାଇପ୍ରସ୍‌କୁ ସାହସ ଦେଇଛି। ଭାରତ-ସାଇପ୍ରସ୍‌ ବାଣିଜ୍ୟ କାରବାର ୧୫୦ ନିୟୁତ ଡଲାର ରହିଛି। ପରସ୍ପରର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ନେଇ ସହମତ ପ୍ରକାଶ ପାଇଛି।
ସାଇପ୍ରସ୍‌ ଗସ୍ତରେ ମୋଦି ହେଉଛନ୍ତି ତୃତୀୟ ଭାରତୀୟ ପ୍ରଧାନମନ୍ତ୍ରୀ। ପୂର୍ବରୁ ୧୯୮୩ରେ ଇନ୍ଦିରା ଗାନ୍ଧୀ, ୨୦୦୨ରେ ଅଟଳ ବିହାରୀ ବାଜପେୟୀ ସାଇପ୍ରସ୍‌ ଗସ୍ତ କରିଥିଲେ। ସେଠାରେ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୧୨ହଜାର। ତେବେ ସାଇପ୍ରସ୍‌-ଭାରତ ଦ୍ବିପାକ୍ଷିକ ଆଲୋଚନାରେ ପ୍ରମୁଖ ଥିଲା ସାଇପ୍ରସ୍‌-ତୁର୍କୀ ବିବାଦ। ଅପରେଶନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀର ସହଯୋଗ ରହିଥିଲା। ତୁର୍କୀ ଉତ୍ତର ସାଇପ୍ରସ୍‌କୁ କବ୍‌ଜା କରିଥିବାବେଳେ ସାଇପ୍ରସ୍‌ ଏହାକୁ ତା’ର ମୂଳଭୂଖଣ୍ଡ ସହ ଯୋଡ଼ିବା ପାଇଁ ଭାରତର ସହାୟତା ଲୋଡ଼ିଛି। ୧୯୭୪ରେ ସାଇପ୍ରସ୍‌ ଉପରେ ତୁର୍କୀର ଆକ୍ରମଣ ପରେ ଏହି ବିଭାଜନ ବିବାଦର କାରଣ ହୋଇଛି। ତୁର୍କୀ ଲଗାତର କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଓ ଭାରତ ବିରୋଧରେ ପାକିସ୍ତାନକୁ ସହଯୋଗ କରୁଥିବା ବେଳେ ସାଇପ୍ରସ୍‌ର ପୁନଃ ଏକତ୍ରୀକରଣକୁ ଭାରତ ପୂର୍ଣ୍ଣ ସମର୍ଥନ ଦେଇଛି। ତେଣୁ ଭାରତ-ସାଇପ୍ରସ୍‌ ସୁସମ୍ପର୍କ ତୁର୍କୀ ପାଇଁ କଡ଼ା ବାର୍ତ୍ତା ହୋଇଛି। ଏହାସହ ସାଇପ୍ରସ୍‌ ୟୁରୋପୀୟ ସଂଘର ସଦସ୍ୟ ରହିଥିବା ବେଳେ ଭାରତ ପାଇଁ ୟୁରୋପକୁ ପ୍ରବେଶ ପଥ ହେଉଛି ସାଇପ୍ରସ୍‌। ତେଣୁ ଛୋଟ ଦେଶ ହେଲେ ମଧ୍ୟ ଏହା ଭାରତ ପାଇଁ ଗୁରୁତ୍ୱବହନ କରୁଛି।
ସାଇପ୍ରସ୍‌ ଗସ୍ତ ସାରି ପ୍ରଧାନମନ୍ତ୍ରୀ ୫୧ତମ ଜି-୭ ବୈଠକରେ ଯୋଗଦେବାକୁ କାନାଡାର କାନାନାସ୍କିସ୍‌ ସହର ଗସ୍ତ କରିଥିଲେ। ସେ କାନାଡାର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ ରକ୍ଷାକରି ଏହି ଶିଖର ସମ୍ମିଳନୀରେ ଭାଗ ନେଇଥିଲେ । ଭାରତ ଅତିଥି ରାଷ୍ଟ୍ରଭାବେ ଜି-୭ ବୈଠକରେ ଲଗାତର ୬ ଥର ଯୋଗଦେଇ ନିଜର ଆଭିମୁଖ୍ୟ ବିଶ୍ବ ଆଗରେ ଉପସ୍ଥାପନ କରିଆସୁଛି। ବଡ଼ କଥା ହେଉଛି ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗରେ କାନାଡାର ପୂର୍ବ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କ ଶାସନ ସମୟ ଓ ବିଶେଷକରି ୨୦୨୪ରୁ ଭାରତ- କାନାଡା କୂଟନୈତିକ ତିକ୍ତତା ନିମ୍ନସ୍ତରରେ ରହିଛି । କାର୍ନ୍ନି କାନାଡାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ପୁନଃ ସ୍ଥାପନକୁ ଗୁରୁତ୍ୱ ଦେଇଛନ୍ତି। ୨୦୨୩ରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପରେ ଭାରତ-କାନାଡା କୂଟନୈତିକ ସମ୍ପର୍କ ଖରାପ ହେଇଥିଲା। ଏହାସହ ଜି-୭ ସାଇଡ୍‌ ଲାଇନ ବୈଠକରେ ଟ୍ରମ୍ପ -ମୋଦିଙ୍କ ସାକ୍ଷାତ ଆଲୋଚନା କାର୍ଯ୍ୟସୂଚୀ ଥିବା ବେଳେ ଇସ୍ରାଏଲ-ଇରାନ ଯୁଦ୍ଧ ସ୍ଥିତିକୁ ଦେଖି ଜି ୭ ବୈଠକ ଛାଡ଼ି ଅଧାରୁ ୱାଶିଂଟନ ଚାଲିଯାଇଥିଲେ ଟ୍ରମ୍ପ। ତେଣୁ ଟ୍ରମ୍ପଙ୍କୁ ଟେଲିଫୋନ କରି ଭାରତର ଅପରେଶନ ସିନ୍ଦୂରର ସମ୍ପୂର୍ଣ୍ଣ ଆଭିମୁଖ୍ୟ ମୋଦି ଅବଗତ କରିଥିଲେ। ଭାରତର ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ସମର୍ଥନ କରିଥିଲେ ଟ୍ରମ୍ପ। ଏହାସହ ମୋଦି ଆଗାମୀ କ୍ବାଡ୍‌ ବୈଠକରେ ଯୋଗଦେବାକୁ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିଛନ୍ତି। ମୋଦି ମଧ୍ୟ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ୟୁରୋପୀୟ କମିଶନର ସଭାପତି ଉରସୁଲ ଭନ୍‌ ଡେର ଲେୟନଙ୍କ ସମେତ ବିଶ୍ବର ଅନ୍ୟ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
କାନାଡା ଗସ୍ତ ଶେଷ ପରେ ମୋଦି ୟୁରୋପୀୟ ଦେଶ କ୍ରୋଏସିଆ ରାଜଧାନୀ ଜାଗ୍ରେବରେ ପହଞ୍ଚିଥିଲେ। କ୍ରୋଏସିଆକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଗସ୍ତ। ୩୮ଲକ୍ଷ ଜନସଂଖ୍ୟା ବିଶିଷ୍ଠ କ୍ରୋଏସିଆର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ପ୍ଲେଙ୍କୋବିକ୍‌ଙ୍କ ସହ ଆଲୋଚନା କରିଥିଲେ। ୟୁଗୋସ୍ଲାଭିଆଠାରୁ ୧୯୯୧ରେ ଅଲଗା ହୋଇ ସ୍ବାଧୀନ ତଥା ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲା କ୍ରୋଏସିଆ। ଆଡ୍ରିଆଟିକ୍‌ ସାଗର ତଟଦେଶରେ ଅବସ୍ଥିତ କ୍ରୋଏସିଆ ହେଉଛି ୧୨ ଶହ ଦ୍ବୀପର ସମାହାର। ଇଟାଲୀ ସହ ସାମୁଦ୍ରିକ ସୀମା ସଂଲଘ୍ନ ଏହି କ୍ଷୁଦ୍ର ଦେଶ ବିଶ୍ବ ଐତିହ୍ୟ ଦୃଶ୍ୟପଟରେ ୧୦ଟି ପର୍ଯ୍ୟଟନ ସ୍ଥଳକୁ ସ୍ଥାନ ଦେଇଛି। ବିଶ୍ବର ସବୁଠାରୁ ଛୋଟ ସହର ହୁମ କ୍ରୋଏସିଆରେ ଅବସ୍ଥିତ। ଏହା ସହ ଆଧୁନିକ ଟାଏର ଜନକ ହେଉଛି କ୍ରୋଏସିଆ। ଅର୍ଥାତ୍‌ କ୍ରାବଟ ନାମକ ଟାଏ ପ୍ରଥମେ କ୍ରୋଏସିଆର ସୈନିକମାନେ ପିନ୍ଧୁଥିବା ବେଳେ ଏହା ପରେ ଆଧୁନିକ ଟାଏରେ ରୂପାନ୍ତର ହୋଇଥିଲା। ବଡ଼ କଥା ହେଉଛି ଭାରତ ୟୁରୋପୀୟ ସଂଘ ଓ ବିଶ୍ବ ମଞ୍ଚରେ ସମ୍ପର୍କ ମଜଭୁତ ପାଇଁ କ୍ରୋଏସିଆ ସହ ସମ୍ପର୍କ ଜରୁରୀ। ଏହାସହ ଜଳପଥ ସହଯୋଗ ,ସାଂସ୍କୃତିକ ଆଦାନପ୍ରଦାନ ପାଇଁ କ୍ରୋଏସିଆ ଭଳି ଛୋଟ ଗଣତାନ୍ତ୍ରିକ ଦେଶ ସହ ଭାରତ ଦ୍ବିପାକ୍ଷିକ ସମ୍ପର୍କ ସ୍ଥାପନ ବିଶେଷ ଆବଶ୍ୟକତା ବହନ କରୁଛି। ଆତଙ୍କବାଦ ବିରୋଧରେ ଭାରତର ପ୍ରତିଜ୍ଞାବଦ୍ଧ ଲଢ଼େଇ, ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ପ୍ରୟାସ କ୍ଷେତ୍ରରେ ବିଶ୍ବର ଏହି ଛୋଟ ଛୋଟ ଦେଶଙ୍କ ସହ ଭାରତର ମଧୁର ସମ୍ପର୍କ ମଧ୍ୟ ଅନିବାର୍ଯ୍ୟ।

ଲଳିତେନ୍ଦୁ ପଲାଉରୀ
ବାଲିପନ୍ତାଳ, ନଗର,ଅସ୍ତରଙ୍ଗ, ପୁରୀ
ମୋ: ୯୭୭୮୬୯୭୦୪୬


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri