ପ୍ରଥମଥର ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଲାଗିଲା ଏତେ ବଡ଼ ଅପରାଧିକ ମାମଲା

ଓ୍ବାଶିଂଟନ,୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ବିବାଦ ଥମିବାର ନାଁ ନେଉନି। ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଟ୍ରମ୍ପ ରଣକ୍ଷେତ୍ର ସଜାଡୁଥିବା ବେଳେ ଅପରାଧିକ ମାମଲାରେ କୋର୍ଟକୁ ଦୌଡୁଛନ୍ତି।

ନ୍ୟୁୟର୍କର ଜଣେ ଗ୍ରାଣ୍ଡ ଜଜ୍‌ ଟ୍ରମ୍ପଙ୍କୁ ମାର୍ଚ୍ଚ ୩୧ରେ ତାଙ୍କ ୨୦୧୬ ରାଷ୍ଟ୍ରପତି ପ୍ରଚାର ଅଭିଯାନରେ ଜଣେ ପର୍ନ ଷ୍ଟାରଙ୍କୁ ଗୁପ୍ତ ଅର୍ଥ ପ୍ରଦାନ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୦୬ରେ ପର୍ନଷ୍ଟାର ଷ୍ଟର୍ମି ଡାନିଏଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ। ଡାନିଏଲ୍‌ଙ୍କ ଅନୁଯାୟୀ, ସେ ପ୍ରଥମେ ଟ୍ରମ୍ପ୍‌ଙ୍କୁ ୨୦୦୬ରେ କାଲିଫର୍ନିଆ ଏବଂ ନେଭାଡା ଚାରିପାଖରେ ଥିବା ଏକ ଚାରିଟି ଗଲ୍ଫ ଟୁର୍ନାମେଣ୍ଟରେ ଭେଟିଥିଲେ। ଷ୍ଟର୍ମିଙ୍କୁ ଏକ ଟିଭି ତାରକା କରିବାକୁ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ। ଷ୍ଟର୍ମି କହିବା ଅନୁଯାୟୀ ଟ୍ରମ୍ପ ଏବଂ ତାଙ୍କ ମଧ୍ୟରେ ଯୌନ ସମ୍ପର୍କ ଥିଲା। ତେବେ  ଏପରି କାର୍ଯ୍ୟ କରିଛନ୍ତି ବୋଲି ଟ୍ରମ୍ପ ଅସ୍ବୀକାର କରିଛନ୍ତି।

ଆମେରିକା ଇତିହାସରେ ଟ୍ରମ୍ପ୍‌ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯାହାଙ୍କ ନାମରେ ୨୪ରୁ ଅଧିକ ମାମଲା ରହିଛି। ଏସବୁର ତଦନ୍ତ ଏବେ ବି ଚାଲିଛି।

Share