ସଞ୍ଜ ହେଲେ ଗାଁରେ ଭାଲୁ

ଆନନ୍ଦପୁର,୨୭।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍‌ ଅଳତୀ ଓ ବେଲସୁନ୍ଦରୀ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଯାଇଛି। ସଞ୍ଜ ହେଲେ ପଲ ପଲ ହୋଇ ଭାଲୁ ଗଁାକୁ ପଶି ଆସୁଛନ୍ତି। ଫଳରେ ଲୋକେ ଘରୁ ବାହାରି ପାରୁ ନ ଥିବା ବେଳେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। ରାତି ୮ ଟା ପରେ ଘରୁ ପଦାକୁ ବାହାରିବା ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଭାଲୁ ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଅଞ୍ଚଳରୁ ନିୟମିତ ଭାବେ ଭାଲୁ ଯିବା ଆସିବା କରୁଛନ୍ତି। ସୂର୍ଯ୍ୟାସ୍ତ ହେବା ମାତ୍ରେ ଭାଲୁ ଗଁା ଭିତରକୁ ପଶିଆସୁଛନ୍ତି। ଖରା ଦିନରେ ଲୋକଙ୍କ ବାଡ଼ି ବଗିଚାରେ ବରକୋଳି, ବେଲ, କାଜୁ ଆଦି ଖାଇବା ଲକ୍ଷ୍ୟରେ ଭାଲୁ ପଲ ହୋଇ ପଶିଆସୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଶନିବାର ସନ୍ଧ୍ୟା ସମୟରେ ଅଳତୀ ଗ୍ରାମର ମଦନ ମୋହନ ବରାଳଙ୍କ ଅଗଣାରେ ପାଚି ପଡ଼ିଥିବା ବେଲ ୩ ଭାଲୁ ଖାଉଥିବା ଦେଖିବାକୁ ମିଳିଥିଲା। ପରେ ଗଁା ଭିତରକୁ ପଶି ପ୍ରମୋଦ ବରାଳଙ୍କ ସମେତ ଅନେକ ଲୋକଙ୍କ ବାଡ଼ିରେ ପଶି କୋଳି ଖାଇବା ସହ ତୋରାଣୀ ପିଇ ଗଁା ଦାଣ୍ଡରେ ବୁଲାବୁଲି କରିଥିଲେ। ଗଁା ଲୋକେ ପାଟି କରିବାରୁ ଭାଲୁ ଜଙ୍ଗଲମୁହଁା ହୋଇଥିଲେ। ଏପରିକି କିଛି ଦିନ ଧରି ଗଁାମୁଣ୍ଡରେ ଭାଲୁଙ୍କ ସହ ଲୋକଙ୍କର ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ନଜିର ରହିଛି। ତେବେ ଅଦ୍ୟାବଧି ଭାଲୁ କାହାର କୌଣସି କ୍ଷତି କରିନାହାନ୍ତି।
ମାତ୍ର ଭାଲୁ ଏକ ହିଂସ୍ର ଜନ୍ତୁ ହୋଇଥିବାରୁ ତାକୁ ଦେଖିଲେ ତା’ଠାରୁ ଦୂରେଇ ଯିବା ସହ ତାକୁ ତା’ ବାଟରେ ଯିବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି। ଭାଲୁଙ୍କୁ ଘଉଡ଼ାଇବା ଆବଶ୍ୟକ ପଡ଼ିଲେ ବନ କର୍ମଚାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି। ଅନ୍ୟପଟେ ଭାଲୁ ହିଂସ୍ର ସ୍ବଭାବର ହୋଇଥିବାରୁ ଜଙ୍ଗଲ ବିଭାଗ ପକ୍ଷରୁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଆନନ୍ଦପୁର ଡିଏଫ୍‌ଓ ଅଭୟ କୁମାର ଦଳେଇ କହିଛନ୍ତି, ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଏକୁଟିଆ ଘରୁ ବାହାରିବେନି, ଯଥାସମ୍ଭବ ସାଙ୍ଗରେ ୨ରୁ ୩ ଜଣ ଆବଶ୍ୟକ ପଡ଼ିଲେ ବାହାରକୁ ବାହାରିବାକୁ କୁହାଯାଇଛି। ଏଥିସହ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି: ଚିଠି କରି କାମ ସାରିଦେଲେ…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri