Posted inଫୁରସତ

ବିବାହ ଭୋଜିକୁ ପଶି ଆସି ସବୁ ମିଠା ଖାଇଗଲା ଭାଲୁ

ଓ୍ବାଶିଂଟନ: ନିମନ୍ତ୍ରିତ ଅତିଥିମାନେ ବିବାହ ଭୋଜିରେ ଯୋଗଦେବା ସାଧାରଣ କଥା। କିଛି ଲୋକ କେବଳ ଖାଦ୍ୟ ଲୋଭରେ ବିବାହ ଭୋଜିକୁ ଆସିଥାନ୍ତି। ଏହି ବିଷୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବି ଦେଖିଥିବେ। ମାତ୍ର କେବେ ଭାବିଛନ୍ତି କିମ୍ବା ଦେଖିଛନ୍ତି ଏକ ଭାଲୁ ମଧ୍ୟ ବିବାହ ଭୋଜିକୁ ଆସି ଖାଦ୍ୟ ଖାଇବାର। ଆମେରିକାର ଏକ ବିବାହ ଉତ୍ସବରେ ଏମିତି ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ଏକ ଭାଲୁ ବିବାହରେ ପ୍ରବେଶ କରି ଅତିଥିମାନଙ୍କ ସାମ୍ନାରେ ସେମାନଙ୍କ ପାଇଁ ପ୍ରସ୍ତୁତ ମିଠା ସବୁ ଖାଇଦେଲା।

ନିକଟରେ ବ୍ରେଣ୍ଡନ ମାର୍ଟିନେଜ ଏବଂ କେଲିନ ମ୍ୟାକ୍ରୋସି-ମାର୍ଟିନେଜ କଲରାଡୋର ବୋଲ୍ଡର୍‌ କାଉଣ୍ଟିରେ ବିବାହ କରିଥିଲେ। ମାର୍ଟିନେଜ ଏହି ବିବାହ ସହ ଜଡ଼ିତ ଅନେକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏବଂ ତାଙ୍କ ସ୍ବାମୀ ବିବାହ କରିଥିବା ନଜର ଆସିଛନ୍ତି। କିନ୍ତୁ ଗୋଟିଏ ଫଟୋ ସବୁଠାରୁ ଚକିତକର ବିଷୟ। ଏହି ଫଟୋରେ, ଭାଲୁ ବିବାହ ସ୍ଥାନ ଭିତରେ ରହିଥିବା ଦେଖିବାକୁ ମିଳିଛି।

ଫଟୋ ପୋଷ୍ଟ କରି ସେ କ୍ୟାପଶନ ଲେଖିଛନ୍ତି, ଶେଷରେ ଏକ ଭାଲୁ ଆମର ମିଠା ଖାଇଲା। ଫଟୋରେ ଭାଲୁ ଏକ ଟେବୁଲ ଉପରେ ବସି ଖୁସିରେ ମିଠା ଖାଉଥିବା ଦେଖିବାକୁ ମିଳିଛି । ଏହା ସ୍ପଷ୍ଟ ଯେ କେହି ଭାଲୁ ନିକଟକୁ ଯିବାକୁ ସାହସ କରିନାହାନ୍ତି। କାରଣ ଏହି ସ୍ଥାନଟି ସମ୍ପୂର୍ଣ୍ଣ ଖାଲି ଦେଖାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ହାଇସ୍କୁଲ ଦିନରୁ ଏହି ଦୁଇ କପଲ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ବିବାହ ସମୟରେ ଏତେ ବର୍ଷା ହେଉଥିଲା ଯେ, ସେମାନଙ୍କୁ ଛତା ତଳେ ଠିଆ ହୋଇ ବିବାହ କରିବାକୁ ପଡ଼ିଲା। ଏହା ପରେ ଭାଲୁ ସହ ଏହି ଘଟଣା ଘଟିଥିଲା। ଯେଉଁ କାରଣରୁ ବିବାହଟି ସମ୍ପୂର୍ଣ୍ଣ ସ୍ମରଣୀୟ ହୋଇରହିଗଲା।

ନବଦମ୍ପତି କହିଛନ୍ତି, ତୁରନ୍ତ କର୍ମଚାରୀମାନେ ଆସି ପହଞ୍ଚି ଭାଲୁକୁ ଗୋଡ଼ାଇଥିଲେ। ଯେପରି କାହାରି କିଛି କ୍ଷତି ନ ହୁଏ। କନ୍ୟା କହିଛନ୍ତି, ଭାଲୁଟି ପୂରା ଟେବୁଲରେ ଥିବା ପ୍ଲେଟ୍‌କୁ ଚାଟି ସଫା କରିଦେଇଛି। ସେମାନେ କେବଳ ଏହି ଦୃଶ୍ୟ ଦେଖୁଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri