Categories: ଖେଳ

ପିଲାଦିନେ ଗୋଟିଏ ହାତ କାମୁଡ଼ି ଛିଣ୍ଡେଇ ଦେଇଥିଲା ଭାଲୁ, ପାରାଅଲିମ୍ପିକ୍ସରେ ରଚିଲେ ଇତିହାସ

ଜାପାନ,୩୦ା୮: କୁହାଯାଏ, ସାହସ ଥିବା ଲୋକ କେବେ ହାରେନାହିଁ। ଏହି ଉକ୍ତିର ସତ୍ୟତା ପ୍ରତିପାଦିତ କରିଛନ୍ତି ଟେବୁଲ ଟେନିସ ଖେଳାଳି ମା ଲିନ୍‌। ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ଚିଡ଼ିଆଖାନା ଯାଇଥିବା ବେଳେ ଏକ ଭାଲୁକୁ ଖାଇବା ଦେବା ସମୟରେ ଭାଲୁଟି ତାଙ୍କର ଗୋଟିଏ ହାତ କାମୁଡ଼ି ଛିଣ୍ଡେଇ ଦେଇଥିଲା। କିନ୍ତୁ ଏବେ ସେ ଟୋକିଓ ୨୦୨୦ ପାରାଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ପାଇଁ ଖେଳି ରୋପ୍ୟ ପଦକ ହାସଲ କରିଛନ୍ତି।

ଲିନ୍‌ ପ୍ରଥମେ ଚାଇନା ପାଇଁ ଖେଳୁଥିଲେ କିନ୍ତୁ ୫ ବର୍ଷ ହେବ ଅଷ୍ଟ୍ରେଲିଆ ପାଇଁ ଖେଳୁଛନ୍ତି। ସେ ପାରାଅଲିମ୍ପିକ୍ସ ଟେବୁଲ ଟେନିସରେ ଫାଇନାଲରେ ବେଲଜିୟମ ଖେଳାଳି ଲରିନ୍ସ ଡେବୋସଙ୍କୁ ୯-୧୧,୧୧-୬,୧୧-୩,୧୧-୩ରେ ପରାସ୍ତ କରିଥିଲେ।

ଲିନ୍‌ଙ୍କର ହାତ ସିନା ନାହିଁ, ହେଲେ ସେ କେବେ ମାନସିକସ୍ତରରେ ଭାଙ୍ଗି ପଡ଼ିନାହାନ୍ତି। ସେ ତାଙ୍କ ଶାରୀରିକ ଅକ୍ଷମତାକୁ ସଫଳତା ଭାବେ ସବୁବେଳେ ଗ୍ରହଣ କରିଆସିଛନ୍ତି। ସେ ଟେବୁଲ ଟେନିସକୁ ତାଙ୍କର କ୍ୟାରିୟର ଭାବରେ ଗ୍ରହଣ କରିଥିଲେ। ଲିନ୍‌ ବର୍ତ୍ତମାନ ସୁଦ୍ଧା ୫ଟି ବିଶ୍ୱ ରେକର୍ଡ କରିଛନ୍ତି। ଏହାବ୍ୟତୀତ ୧୧ ଏସିଆନ ଟାଇଟଲ୍ସ ମଧ୍ୟ ଜିତିଛନ୍ତି।

Share