ସୁଷମ ଖାଦ୍ୟ ଓ ସକାରାତ୍ମକ ମାନସିକତା

ସୁଷମ ଖାଦ୍ୟ ଖାଇବା ଦ୍ୱାରା ଆମେ ଅନେକାଂଶରେ ସୁସ୍ଥ ରହିଥାଉ। କେବଳ ସେତିକି ନୁହେଁ, ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ସୁଷମ ଖାଦ୍ୟ ଓ ସକାରାତ୍ମକ ମାନସିକତା’ ବିଷୟବସ୍ତୁକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଏକ ଗବେଷଣା କରି ଏଭଳି ରୋଚକ ତଥ୍ୟ ସାମନାକୁ ଆଣିପାରିଛନ୍ତି। ଏହି ସମୟରେ ସେମାନେ ଗବେଷଣା ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ସୁଷମ ଖାଦ୍ୟ ଖାଇବାକୁ ପରମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସେମାନଙ୍କର ମାନସିକତା କିପରି ରହୁଛି ତାହାକୁ ଅନୁଧ୍ୟାନ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ନିୟମିତ ସୁଷମ ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ମାନସିକତା ସକାରାତ୍ମକ ରହୁଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।