ମେଡିକାଲ ପାଇଖାନାରେ ଜନ୍ମନେଲେ ଶିଶୁକନ୍ୟା, ଗୁରୁତର ଅବସ୍ଥାରେ ଉଦ୍ଧାର

ବରଗଡ଼ ଅଫିସ,୫ା୫: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଗର୍ଭବତୀ, ପ୍ରସୂତି କିମ୍ବା ନବଜାତ ଶିଶୁର ଚିକିତ୍ସାରେ ଆଦୌ ଅବହେଳା ନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଅନେକ କ୍ଷେତ୍ରରେ ଏହା କେବଳ ନିର୍ଦ୍ଦେଶରେ ହିଁ ରହି ଯାଇଥିବା ପରିଲକ୍ଷିତ ହେଉଛି। ଏଭଳି ରୋଗୀ ମେଡିକାଲରେ ପହଞ୍ଚିବା ବେଳେ କେତେବେଳେ ଡାକ୍ତର ଅନୁପସ୍ଥିତ ରହୁଛନ୍ତି ତ ଆଉ କେବେ ଡାକ୍ତର ଉପସ୍ଥିତ ଥିଲେ ସୁଦ୍ଧା ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ଡାକ୍ତରଙ୍କ ଅବହେଳା ଯୋଗୁ ଉଚିତ ସ୍ବାସ୍ୟସେବା ପାଇ ନ ପାରି ଜଣେ ଆସନ୍ନ ପ୍ରସବା ବରଗଡ଼ ଜିଲା ମୁଖ୍ୟ ମେଡିକାଲରୁ ସ଼ହରର ଏକ ଘରୋଇ ନର୍ସିଂହୋମକୁ ଆସିଥିଲେ।ହେଲେ ସେତେବେଳକୁ ଗର୍ଭସ୍ଥ ସନ୍ତାନର ପ୍ରାଣବାୟୁ ଉଡି ଯାଇଥିଲା ଏବଂ ଅସ୍ତ୍ରୋପଚାର କରି ଶିଶୁର ମୃତଦେହ ବାହାର କରାଯାଇଥିଲା। ତେବେ ସେହି ଘଟଣାକୁ ସପ୍ତାହେ ବିତି ନ ଥିବାବେଳେ ଶୁକ୍ରବାର ବରଗଡ଼ ଜିଲା ମୁଖ୍ୟ ମେଡିକାଲରେ ଆଉ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ମେଡିକାଲ ପାଇଖାନାରେ ଜଣେ ମହିଳା ଶିଶୁକନ୍ୟା ଜନ୍ମ ଦେଇଥିବା ବେଳେ ପାଇଖାନା ପ୍ୟାନ ଭିତରୁ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଜିଲା ମୁଖ୍ୟ ମେଡିକାଲରେ ଶିଶୁକନ୍ୟାର ଚିକିତ୍ସା ଚାଲିଛି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା କକରାଝୁରି ଗ୍ରାମର ବିପିନ ମିର୍ଦ୍ଧା ତାଙ୍କ ଆସନ୍ନ ପ୍ରସବା ସ୍ତ୍ରୀ ସନ୍ତୋଷିନୀଙ୍କୁ ଗୁରୁବାର ରାତି ପ୍ରାୟ ୧୧ଟାରେ ବରଗଡ଼ ଜିଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେତେବେଳେ ଡାକ୍ତର ନ ଥିବା ଯୋଗୁ କେହି ସନ୍ତୋଷିନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନ ଥିଲେ। ଅନ୍ୟପକ୍ଷରେ ଶୁକ୍ରବାର ସକାଳେ ସନ୍ତୋଷିନୀ ଶୌଚ କରିବାକୁ ମେଡିକାଲରେ ଥିବା ପାଇଖାନାକୁ ଯାଇଥିଲେ। ତେବେ ଶୌଚ ସମୟରେ ନବଜାତ ଶିଶୁକନ୍ୟା ଜନ୍ମ ହୋଇ ପାଇଖାନା ପ୍ୟାନ ଭିତରକୁ ଅଧେ ଶରୀର ପଶି ଯାଇଥିଲା ଏବଂ ତାଙ୍କ ଚିତ୍କାର ଶୁଣି ଶିଶୁକନ୍ୟାକୁ ପାଖରେ ଥିବା ଲୋକେ ତଥା ସ୍ବାସ୍ଥ୍ୟକର୍ମୀ ଉଦ୍ଧାର କରିଥିଲେ ବୋଲି ସନ୍ତାଷିନୀ କହିଛନ୍ତି। ସେହିପରି ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ, ସେଥିପ୍ରତି ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଦରକାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri