ପୁଣି ଅଲୋଡା ଶିଶୁପୁତ୍ର

ଉମରକୋଟ,୩୦।୩(ସ୍ବ.ପ୍ର.): ପୁଣି ଅଲୋଡା ହେଲା ନବଜାତ ଶିଶୁପୁତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଶିକ୍ଷକ କଲୋନୀ ନିକଟରେ। ଶିଶୁପୁତ୍ରର କାନ୍ଦ ଶୁଣି ଜଣେ ମହିଳା ପହଞ୍ଚି ଅଳିଆଗଦାରେ ପଡ଼ିଥିବା ଦେଖିଲେ। ପରେ ଲୋକଙ୍କ ସହାୟତାରେ ଶିଶୁପୁତ୍ରକୁ ଉଦ୍ଧାର କରି ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଚିକିତ୍ସାଳୟକୁ ଆସିବା ପୂର୍ବରୁ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ବର୍ତ୍ତମାନ ଏଥିରେ ସୁଧାର ଆସିଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯିବ ବୋଲି ଶିଶୁ ବିଶେଷଜ୍ଞ ଡ. ସନ୍ତୋଷ କୁମାର ପଣ୍ଡା କହିଛନ୍ତି।