ରାଇକିଆ,୧୫।୧(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ଥାନାର ନୂତନ ଅଧିକାରୀ ଭାବେ ଏ. ଏ ସ୍ବର୍ଣ୍ଣଲତା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ବଦଳି ପରେ ସବଇନ୍ସପେକ୍ଟର ଆଶୁତୋଷ ପାଇକରାୟ ଚାର୍ଜରେ ରହିଥିଲେ । ଶ୍ରୀମତୀ ପାତ୍ର ଏହା ପୂର୍ବରୁ ବ୍ରହ୍ମପୁର ସାଇବର ଥାନା ରେ କାର୍ଯ୍ୟରତ ଥିଲେ । ଯୋଗଦାନ ଅବସରରେ ବିଭିନ୍ନ ସଙ୍ଗଠନ ତରଫରୁ ତାଙ୍କୁ ସ୍ବାଗତ କରଯାଇଥିବା ବେଳେ ଟ୍ରାଫିକ , ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟି ଦେବା ସହ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।


