ଖୋଲିଲା ୯ ବର୍ଷର ହତ୍ୟା ମାମଲା ଫାଇଲ

ଭୁବନେଶ୍ୱର,୧୬।୬(ବ୍ୟୁରୋ)”ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଏବେ କମିଶନରେଟ ପୋଲିସର ଚେତା ପଶୁଛି। ରାଜଧାନୀରେ ରହସ୍ୟ ହୋଇ ରହିଥିବା ବହୁ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି। ଡିସିପିଙ୍କ ନିର୍ଦ୍ଦେଶ ପରେ ବନ୍ଦ ହୋଇପଡିଥିବା ୯ବର୍ଷ ତଳର ଏକ ହତ୍ୟା ମାମଲାର ଫାଇଲ୍‌ ଖୋଲି ତଦନ୍ତ ଆରମ୍ଭ କରିଛି ଚନ୍ଦକା ପୋଲିସ। ଗାଡ଼ି ଓ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ଫଟୋ ସହ ପୋଷ୍ଟର ମାରିଛି। ବୁଧବାର ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ ପାଇଁ ଢେଙ୍କାନାଳ ଗସ୍ତ କରିବ। ମୃତଦେହ ନିକଟରୁ ଏକ ଲୁଗା ଦୋକାନର ଜରି ବ୍ୟାଗ ମିଳିଥିଲା। ଯେଉଁଥିରେ ଢେଙ୍ଗାନାଳ କାମାକ୍ଷାନଗର ଲେଖା ରହିଥିଲା। ସେହି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢାଇବ ବୋଲି ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି।
ସୂଚନା ମୁତାବକ, ୨୦୧୨ ମେ ୧୨ରେ ଏହି ଥାନା ଅନ୍ତର୍ଗତ ଗୋଠପାଟଣାସ୍ଥିତ ଏକ ଆମ୍ବ ବଗିଚାର ଜଙ୍ଗଲିଆ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ପୋଲିସ ସୂଚନା ଦେଇଥିଲା। ଏଥିସହ ତାଙ୍କ ବେକରେ ନାଲି ଲୁଗା ବନ୍ଧା ହୋଇଥିବାବେଳେ ମୁଣ୍ଡରେ ଓ ମୁହଁରେ ଭିନ୍ନ ଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିଲା। ପ୍ରାଥମିକ ତଦନ୍ତବେଳେ ମହିଳାଙ୍କ କୌଣସି ପରିଚୟ ମିଳିପାରି ନ ଥିଲା। ତେବେ ଏହି ମୃତ୍ୟୁକୁ ନେଇ କେହି ଥାନାରେ ଅଭିଯୋଗ ନ କରିବାରୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ସ୍ପଷ୍ଟ ହେବାରୁ ପୋଲିସ ଘଟଣାର ଅଢ଼େଇ ବର୍ଷ ପରେ ଅର୍ଥାତ୍‌ ୨୦୧୫ ଜାନୁୟାରୀ ୧୯ରେ ଏକ ହତ୍ୟା ମାମଲା (ନଂ. ୧୨/୧୫) ରୁଜୁ କରିଥିଲା। ହେଲେ ତଦନ୍ତରେ ଶିଥିଳତା ଯୋଗୁ ମହିଳାଙ୍କ ପରିଚୟ ଓ ରହସ୍ୟ ଉନ୍ମୋଚିତ ହୋଇପାରି ନ ଥିଲା। ଫଳରେ କ୍ରମଶଃ ହତ୍ୟା ମାମଲାଟି ଫାଇଲ୍‌ ଭିତରେ ବନ୍ଦ ହୋଇଯାଇଥିଲା। ନିକଟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିସିପି ଉମାଶଙ୍କର ଦାସଙ୍କ ନଜରକୁ ଏହି ମାମଲା ଆସିବା ପରେ ଏହାର ପୁନଃ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଆଧାରରେ ଚନ୍ଦକା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପୋଷ୍ଟର ମରାଯାଇଛି। ମହିଳାଙ୍କ ସମ୍ପର୍କରେ କୌଣସି ଖବର ପାଇଲେ ଥାନା ଅଧିକାରୀଙ୍କ ମୋବାଇଲ ନଂ.୮୨୮୦୩୩୮୩୨୩, ୯୪୩୮୮୪୯୯୫୯ ଓ ଜୋନ୍‌ ଏସିପିଙ୍କୁ ୮୨୮୦୩୩୮୨୯୬ ନଂ.ରେ ସୂଚନା ଦେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri