କିଙ୍ଗ୍‌ ଚାଲର୍‌ସଙ୍କ ରାଜାଭିଷେକ ପାଇଁ ସଜଡ଼ା ହେଲା ୭୦୦ ବର୍ଷ ପୁରୁଣା ସିଂହାସନ

ଲଂଣ୍ଡନ, ୨।୩: ବ୍ରିଟେନ୍‌ର କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ କରୋନେଶନ୍‌ କାର୍ଯ୍ୟକ୍ରମ ପାଇଁ ୭୦୦ ବର୍ଷ ପୁରୁଣା ରାଜକୀୟ ସିଂହାସନକୁ ସଜଡ଼ା ଯାଇଥିବା ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେ ପକ୍ଷରୁ କୁହାଯାଇଛି। ଆସନ୍ତା ମେ ୬ରେ ଆବେଠାରେ କିଙ୍ଗ ଚାଲର୍‌ସ ଏବଂ କୁଇନ୍‌ କନସର୍ଟ କାମିଲାଙ୍କୁ ଆନୁଷ୍ଠାନିକ ଭାବେ ରାଜାଭିଷେକ କରାଯିବ।

ପୂର୍ବରୁ ଏହି ସିଂହାସନରେ ବସାଇ କିଙ୍ଗ୍‌ ହେନେରି ଅଷ୍ଟମ, କୁଇନ୍‌ ଭିକ୍ଟୋରିଆ, ଏଲିଜାବେଥ୍‌ ଦ୍ୱିତୀୟଙ୍କ ରାଜାଭିଷେକ କରାଯାଇଥିଲା। କିଙ୍ଗ୍‌ ଏଡଓ୍ବାର୍ଡ ପ୍ରଥମଙ୍କ ନିର୍ଦ୍ଦେଶକ୍ରମେ ଏହାର ନିର୍ମାଣ କରାଯାଇଥିଲା।

Share