ପୋଖରୀରେ ବୁଡି ୭ ବର୍ଷ ବାଳକଙ୍କ ମୃତ୍ୟୁ

ବେଗୁନିଆପଡ଼ା,୧୧।୪(ଡି.ଏନ.ଏ.): ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୭ ବର୍ଷର ବାଳକ(ଶରତ ପ୍ରଧାନ)। ଗଞ୍ଜାମ ଜିଲା କୋଦଳା ନିକଟସ୍ଥ ଦେଓଗାଁ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଦେଓଗାଁ ବ୍ରାହ୍ମଣ ଗାଡିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଶରତ। ତେବେ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଶରତକୁ ବୁଡି ଯାଉଥିବା ଦେଖି ତୁରନ୍ତ ଉଦ୍ଧାର କରିଥିଲେ। ଖବରପାଇ ପରିବାର ଲୋକେ ଶରତଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏଭଳି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ଏକମାତ୍ର ପୁତ୍ର ଶରତକୁ ହରାଇ ବାପା ପୂର୍ଣଚନ୍ଦ୍ର ଓ ମା’ ରେଣୁ ଦୁଃଖରେ ଭାଙ୍ଗି ପଡିଛନ୍ତି। ଶରତ ତୃତୀୟ ଶ୍ରେଣୀର ଛାତ୍ର ଥିଲେ।