୩୦ ମିଟର ନୂଆ ମାଟିବନ୍ଧ ଅତଡ଼ା ଧସିଲା

ମହାକାଳପଡ଼ା,୧୬ା୭(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ସଂଲଗ୍ନ ମହାନଦୀର ସାମୁଦ୍ରିକ ଜୁଆର କୂଳ ଲଙ୍ଘିବାରେ ଲାଗିଛି। ଲୁଣା ଘେରିବନ୍ଧ, ଚଳିତବର୍ଷ ବାହାକୁଦ-ମହାନଦୀ ଫେରି ଘାଟଠାରୁ ୧ କିମି କାଜୁ ଜଙ୍ଗଲକୁ ଏକ ନୂତନ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ସାମୁଦ୍ରିକ ଜୁଆର ମାଡ଼ରେ ୩୦ ମିଟର ମାଟିବନ୍ଧ ଅତଡ଼ା ଧସିଥିବା ଦେଖିବାକୁ ମିଳିଛି। ଏଠାରେ ୨୫୦ ହେକ୍ଟରରୁ ଅଧିକ କାଜୁ ଜଙ୍ଗଲ ରହିଛି। କେତେଜଣ ଲୋକ ଏହି କାଜୁ ଜଙ୍ଗଲକୁ ବେଆଇନ ଭାବେ ଦଖଲ କରିଥିବା କୁହାଯାଏ। ଆଗାମୀ ଦିନରେ ଏହି ମାଟିବନ୍ଧରେ ପଥର ସ୍ପର କରା ନ ଗଲେ ସମୁଦ୍ର ଜୁଆର ମାଡ଼ରେ ବନ୍ଧ ଭୁଶୁଡ଼ିଯିବା ସହ କାଜୁ ଜଙ୍ଗଲ ଧ୍ୱଂସ ପାଇବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ତେବେ ୧ କିମି ଦୂର ବନ୍ତନାଶି କନ୍ଧା ପର୍ଯ୍ୟନ୍ତ ମାଟି ଓ ପଥର ବନ୍ଧ ନିର୍ମାଣ ପାଇଁ ଦାବି ଜୋର ଧରିଛି।