୩ ବର୍ଷର ଝିଅକୁ ମାରି ନଦୀରେ ଫିଙ୍ଗିବା ଘଟଣା: ଡେମୋ ଦେଖାଇଲେ ଅଭିଯୁକ୍ତ ବାପା

ଆନନ୍ଦପୁର,୮ା୭(ସନ୍ତୋଷ ରାଉତ): ନିଜର ୩ ବର୍ଷର ଝିଅକୁ ଭରା ନଦୀ ଗର୍ଭକୁ ଫିଙ୍ଗି ହତ୍ୟାକରିବା ଘଟଣାର ଦୀର୍ଘ ୧୦ ବର୍ଷ ପରେ ହତ୍ୟାକାରୀ ଅଭିଯୁକ୍ତ ବାପା କ୍ରାଇମ୍‌ବ୍ରାଞ୍ଚ ହାତରେ ଗିରଫ ହୋଇଥିଲେ। ଶନିବାର ଅଭିଯୁକ୍ତ ବାପାଙ୍କୁ ରିମାଣ୍ଡରେ ଆଣି କ୍ରାଇମ ବ୍ରାଞ୍ଚ ପକ୍ଷରୁ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରାଯାଇଛି। ଅଭିଯୁକ୍ତ ବାପା ଘଟାଇଥିବା ହତ୍ୟାକାଣ୍ଡର ସମସ୍ତ ବିବରଣୀ କ୍ରାଇମ ବ୍ରାଞ୍ଚ ନିକଟରେ ଓଗାଳିଛନ୍ତି।

ଆନନ୍ଦପୁର ଥାନା ଫକୀରପୁର ଗ୍ରାମର ପ୍ରଶାନ୍ତ ସାହାଣୀଙ୍କୁ ନିଜ ୩ବର୍ଷର ଝିଅକୁ ହତ୍ୟା କରିବାର ୧୦ ବର୍ଷ ପରେ କ୍ରାଇମ ବ୍ରାଞ୍ଚ ମହାରାଷ୍ଟ୍ରର ମୁରଦାବାଦ ଅଞ୍ଚଳରୁ ଗିରଫ କରିବା ପରେ ଚଳିତ ମାସ ୨ ତାରିଖ ଆନନ୍ଦପୁର ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଆନନ୍ଦପୁର ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଶନିବାର କ୍ରାଇମ୍‌ ବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ନିଜ ଗ୍ରାମ ଫକୀରପୁରକୁ ନେଇଥିଲା। ସେଠାରେ ଅଭିଯୁକ୍ତ ବାପା ହତ୍ୟାକାଣ୍ଡ ଘଟଣାର ଡେମୋ ଦେଖାଇଥିଲେ।

ଅଭିଯୁକ୍ତ ବାପା ପ୍ରଶାନ୍ତ ୨୦୧୩ ଅଗଷ୍ଟ ମାସ ୧୮ରେ ପାରିବାରିକ କଳହକୁ କେନ୍ଦ୍ର କରି ନିଜର ୩ ବର୍ଷର ଝିଅକୁ ଉଛୁଳା ବୈତରଣୀ ନଦୀରେ କାଠ ଭେଳା ଦେଖାଇଥିଲେ। ଝିଅ କାହିଁ କହିବାରୁ ତାକୁ ଉଛୁଳା ପାଣିରେ ଛାଡ଼ି ଦେଇଥିଲେ। ପରେ ୫୩ନଂ ରାଜ୍ୟ ରାଜପଥର ତରତରା ଛକରୁ ଭଦ୍ରକ ଓ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ପୂଜା ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କ ସ୍ତ୍ରୀ ପୂଜାଙ୍କ ଅଭିଯୋଗ କ୍ରମେ ୧୨୫/୧୩ରେ ଆନନ୍ଦପୁର ଥାନାରେ ମାମଲା ରୁଜୁ ହୋଇଥିଲେ ବି ଆନନ୍ଦପୁର ପୋଲିସର କାର୍ଯ୍ୟଧାରାରେ ଅସନ୍ତୋଷ ବ୍ୟକ୍ତ କରି ପୂଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଆସିଥିଲା। ଦୀର୍ଘ ୧୦ ବର୍ଷ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ବାପା ପ୍ରଶାନ୍ତଙ୍କୁ ମହାରାଷ୍ଟ୍ରର ମୁରଦାବାଦରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ପାନ୍‌ ନଂ ଓ ଆଧାର ନଂ ଏବଂ ଆକାଉଣ୍ଟକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ଦେବୀପ୍ରସାଦ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri