Categories: ଫୁରସତ

ଉଚ୍ଚତା ୩ ଫୁଟ: ଥାନାକୁ ଯାଇ ଯୁବକ କହିଲେ ‘ମୋ ବିବାହ କରାଇ ଦିଅନ୍ତୁ, ହନିମୁନ୍‌ରେ ଗୋଆ ଯିବାକୁ ଚାହେଁ’

କୁହାଯାଏ ‘ଶାଦି କା ଲଡ୍ଡୁ ଯୋ ଖାଏ ଓ୍ବ ପଛତାଏ, ଜୋ ନହିଁ ଖାଏ ଓ୍ବ ଭି ପଛତାଏ’। ହେଲେ କିଛି ଲୋକ ଅବିବାହିତ ରହିବାଠାରୁ ବିବାହ କରିନେବାକୁ ଉଚିତ ମନେ କରନ୍ତି। ଏଭଳି କିଛି ଆଶା ରଖି ଥାନାର ଦ୍ୱାରସ୍ତ ହୋଇଛନ୍ତି ଜଣେ ଯୁବକ। ସେ ହେଲେ ଉତ୍ତରପ୍ରଦେଶର ଅଜିମ ମନ୍‌ସୁରୀ। ତାଙ୍କୁ ୨୬ ବର୍ଷ। ହେଲେ ଉଚ୍ଚତା ୩ ଫୁଟ ହୋଇଥିବା ହେତୁ ତାଙ୍କୁ ବିବାହ କରିବାକୁ ଝିଅମାନେ ଅମଙ୍ଗ ହେଉଛନ୍ତି।

ଅଜିମଙ୍କ ପାଞ୍ଚ ଭାଇଭଉଣୀ। ଏବେ ସେ ବିବାହ କରିବାକୁ ଚାହୁଁଛନ୍ତି। ଅନେକ ବିବାହ ପ୍ରସ୍ତାବ ଆସୁଛି। ହେଲେ ତାଙ୍କ ଉଚ୍ଚତା କମ୍‌ ଯୋଗୁ ତାହା ଭାଙ୍ଗି ଯାଉଛି। ଏଣୁ ସେ କୋତବାଲୀରେ ଥିବା ପୋଲିସ ନିକଟରେ ପହଞ୍ଚି ବିବାହ କରିବାକୁ ସହାୟତା କରିବାକୁ ଗୁହାରୀ କରିଛନ୍ତି।

ବିବାହ କରିବାକୁ ପ୍ରୟାସ କରୁଛି। ହେଲେ ଭଗବାନ ତାଙ୍କ ଡାକ ଶୁଣୁନାହାନ୍ତି। ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ହେଲେ ସୁଫଳ ମିଳୁନାହିଁ। ତେବେ ଯଦି ତାଙ୍କ ବିବାହ ହୋଇଯାଏ ସେ ତାଙ୍କ ସ୍ତ୍ରୀଙ୍କୁ ହନିମୁନ୍‌ରେ ଗୋଆ ନେଇଯିବାକୁ ଚାହାନ୍ତି। ଏହାଛଡ଼ା କୁଲ୍ଲୁମନାଲି, ମସୁରୀ ଭଳି ପର୍ବତାଞ୍ଚଳ ମଧ୍ୟ ବୁଲାଇନେବେ ବୋଲି ସେ କୁହନ୍ତି।

Share