Categories: ଜାତୀୟ

ନାବାଳିକାଙ୍କୁ ବିବାହ କରି ଗିରଫ ହେଲେ ୨୭ ବର୍ଷୀୟ ବ୍ୟକ୍ତି

ମୁମ୍ବାଇ,୨୨।୧୨: ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ୧୫ ବର୍ଷୀୟା ଝିଅଙ୍କୁ ବିବାହ କରିବା ସହ ତାଙ୍କୁ ଅନେକ ଥର ବଳାତ୍କାର କରିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ଶୁକ୍ରବାର ମୁମ୍ବାଇର ଜେଜେ ହସ୍ପିଟାଲରେ ସମ୍ପୃକ୍ତ ଏକ ଶିଶୁ ପ୍ରସବ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଗତ ବର୍ଷ ଜାନୁୟାରୀରେ ବାଲ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଶିଶୁଟିକୁ ପ୍ରସବ କରିବା ପୂର୍ବରୁ ଯେତେବେଳେ ଡାକ୍ତରଖାନାର ଡାକ୍ତରମାନେ ମା’ଙ୍କ ବୟସ ମାଗିଥିଲେ, ସେତେବେଳେ ତାଙ୍କ ସ୍ବାମୀ ଏବଂ ଶାଶୁ କହିଥିଲେ ଯେ ତାଙ୍କୁ ୨୦ ବର୍ଷ ହୋଇଛି। କିନ୍ତୁ ଯେତେବେଳେ ଡାକ୍ତର ସେହି ୧୫ ବର୍ଷ ବୟସ୍କା ଝିଅର ଆଧାର କାର୍ଡ ଯାଞ୍ଚ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ସେ ଜୁନ ୨୦୦୬ ରେ ଜନ୍ମଗ୍ରହଣ କରିଥିଲେ। ତେବେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା।

ନାବାଳିକାଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କ ମା’ ତାଙ୍କ ଶିକ୍ଷା ବନ୍ଦ କରି ଅଭିଯୁକ୍ତଙ୍କ ସହ ବିବାହ କରାଇଦେଇଥିଲେ। ଯେହେତୁ ସ୍ବାମୀ ଏବଂ ତାଙ୍କ ମାତାପିତା ଜାଣିଥିଲେ ଯେ ସେ ନାବାଳକା କିନ୍ତୁ ତଥାପି ବିବାହ କରିଥିବାରୁ ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି।

Share