ଖରା ପାଇଁ ଖୋଲିବ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର, ୯।୨ (ବ୍ୟୁରୋ): ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ବୁଧବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଏମ୍‌ସି ଏବଂ ସମସ୍ତ ଲାଇନ୍‌ ବିଭାଗର ଅଧିକାରୀମାନେ ଥିଲେ। ଖରା ମୁକାବିଲା ପାଇଁ ୭ଦିନ ମଧ୍ୟରେ ନିଜର ଯୋଜନା ଜଣାଇବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ହୋଇଥିବା ନିଷ୍ପତ୍ତି ଅନୁସାରେ, ବିଏମ୍‌ସି ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ସମସ୍ତ ୟୁପିଏଚ୍‌ସି, ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ହିଟ୍‌ଓ୍ବେଭ୍‌ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଦାନ କରାଯିବ। ସମସ୍ତଙ୍କ ପାଖରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚତ୍ବା ନେଇ ବ୍ୟବସ୍ଥା କରାଯିବ। ଉଚ୍ଚସ୍ଥାନରେ ଥିବା ଓ୍ବାର୍ଡଗୁଡିକରେ ପାଣି ଟ୍ୟାଙ୍କର ପହଞ୍ଚାଇବା, ଓ୍ବାଟ୍‌କୋ ଓ୍ବାଟର ଏଟିଏମ୍‌କୁ କାର୍ଯ୍ୟକ୍ଷମ କରାଇବା, ନଳକୂପଗୁଡିକୁ ବ୍ୟବସ୍ଥିତ କରାଇବା ମୁଖ୍ୟ ଦାୟିତ୍ୱ ରହିବ। ଚନ୍ଦକା ଜଙ୍ଗଲ, ମାର୍କେଟ କମ୍ପ୍ଲେକ୍ସ, ଅଳିଆ ଗଦା ନିଆଁ ରୋକିବାକୁ ଧ୍ୟାନ ଦିଆଯିବ। ସେହିପରି ବସ୍ତିରେ ନିଆଁ ନ ଲାଗିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହାବାଦ୍‌ ବହୁ ଦୋକାନ, ରେଷ୍ଟୁରାଣ୍ଟ ଏବଂ ଭାଟି ଗୁଡିକରେ କୋଇଲା ବ୍ୟବହାର କରାଯାଉଛି। ଏହାଦ୍ୱାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଏବଂ ତାପମାତ୍ରା ଉପରେ ପ୍ରଭାବ ପଡ଼େ। ତେଣୁ ଏସବୁକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଏସ୍‌ଓପି ଜାରି କରାଯିବ। ଅପରପକ୍ଷେ ନିର୍ମାଣ ଶ୍ରମିକମାନେ ଏକତ୍ର ହେଉଥିବା ବିଭିନ୍ନ ସ୍ଥାନଗୁଡିକରେ ଖରାରୁ ରକ୍ଷା ପାଇବା ପାଇଁ ସେଡ୍‌ ପକାଯିବ। ସେହିପରି ଜଳଛତ୍ର ଖୋଲିବାକୁ ଆଗ୍ରହୀ ଥିବା ବ୍ୟକ୍ତିବିଶେଷ, ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ କମ୍ପାନୀମାନେ ଏନେଇ ଆବେଦନ କରିପାରିବେ। ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଜାଗା ପ୍ରଦାନ କରିବ। ଏଥିସହ ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ। ସାଧାରଣତଃ ଖରାଦିନେ ଖାଦ୍ୟ ଖରାପ ହୋଇଯାଏ। ତେଣୁ ଛୋଟ ବଡ଼ ହୋଟେଲ ତଥା ରାସ୍ତାକଡ଼ ଦୋକାନୀମାନେ ଯେପରି ଖରାପ ହୋଇଥିବା ଖାଦ୍ୟ ପରିବେଷଣ ନ କରିବେ ସେ ନେଇ ବିଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଦୃଷ୍ଟି ଦେବେ। ସମ୍ଭାବ୍ୟ ଖରାକୁ ଦୃଷ୍ଟିରେ ରଖି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ତେବେ ବର୍ତ୍ତମାନ ଖରାର ପ୍ରଭାବ ବିଶେଷ ନ ଥିବାବେଳେ ଏହାକୁ ନେଇ ଭୟଭୀତ ନ ହେବାକୁ ମେୟର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri