ବିଧାୟକଙ୍କ ଘରେ ୨୩ ଘଣ୍ଟାର ରେଡ୍‌

ଭୁବନେଶ୍ୱର (ବ୍ୟୁରୋ)/ ବ୍ରହ୍ମପୁର ଅଫିସ,୧୮ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ପକ୍ଷରୁ ସକାଳ ପ୍ରାୟ ୭ଟାରୁ ଏକକାଳୀନ ପ୍ରଦୀପଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ, ବ୍ରହ୍ମପୁରରେ ଥିବା ନିଜସ୍ବ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ୧୫ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ତେବେ ଏହି ଚଢ଼ାଉ ସୋମବାର ସକାଳ ୬ଟାରେ ସରିଛି।

ଏହି ଚଢ଼ାଉରେ ପ୍ରଦୀପଙ୍କ ଘରୁ ଜମି କିଣାବିକାର କାଗଜପତ୍ର, ବିପୁଳ ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କର ଜମାଖାତା, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ, ଲାପଟପ୍‌, ମୋବାଇଲ ଏବଂ ଅନ୍ୟାନ୍ୟ କାଗଜପତ୍ର ଆଦି ଜବତ କରିଛି। ଏଥିସହ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ଘରୁ ୨୦ ଲକ୍ଷ ଟଙ୍କା ମିଳିଛି। ଏହି ଚଢାଉରେ ଭିଜିଲାନ୍ସର ଜଣେ ଏସ୍‌ପି, ୨ ଜଣ ଅତିରିକ୍ତ ଏସ୍‌ପି, ୧୭ ଜଣ ଡିଏସ୍‌ପି ସାମିଲ ହୋଇଛନ୍ତି। ଚଢାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଦୀପଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ୨୦୨୦ ଡିସେମ୍ବର ୯ରେ ରାଜ୍ୟ ସରକାର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଏକ ମାମଲା (ନଂ. ଏଲ୍‌ୱାଇ ୧୩୪୮/୨୦୨୦) ରୁଜୁ କରି ଡିସେମ୍ବର ୧୧ରେ ଭିଜିଲାନ୍ସକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ବିରୋଧରେ ପ୍ରଦୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରିଥିଲେ। ଏପରି କି ଲୋକାୟୁକ୍ତଙ୍କ ରିଭ୍ୟୁ ପିଟିଶନକୁ ମଧ୍ୟ ହାଇକୋର୍ଟ ୨୦୨୧ ଏପ୍ରିଲ୍‌ ୭ରେ ଖାରଜ କରିଦେଇଥିଲେ। ଫଳରେ ଲୋକାୟୁକ୍ତ ସୁପ୍ରିମ୍‌କୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ (ଏସ୍‌ଏଲ୍‌ପି) ଦାଖଲ କରିଥିଲେ। ହେଲେ ଲୋକାୟୁକ୍ତ ଦାଖଲ କରିଥିବା ଏସ୍‌ଏଲ୍‌ପିରେ ଅସତ୍ୟ ତଥ୍ୟ ଦାଖଲ କରି ସୁପ୍ରିମ୍‌କୋର୍ଟଙ୍କୁ ଭ୍ରମିତ କରୁଛନ୍ତି। ତେଣୁ ଲୋକାୟୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦୀପ ୨୦୨୧ ଅଗଷ୍ଟ ୨୩ରେ ସୁପ୍ରିମ୍‌କୋର୍ଟରେ ନିବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଉକ୍ତ ଆବେଦନର ଶୁଣାଣି କରି ସମାନ ପ୍ରସଙ୍ଗରେ ଦୁଇଟି ମାମଲା ଚାଲିପାରିବ ନାହିଁ ଦର୍ଶାଇ ପ୍ରଦୀପଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
ଅନ୍ୟପକ୍ଷରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭିଜିଲାନ୍ସ କରିଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ, ପ୍ରଦୀପ ୨୦୦୯ ମେ’ ୨୪ରୁ ୨୦୨୦ ନଭେମ୍ବର ୩୦ ମଧ୍ୟରେ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି କରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଗତ ମେ’ ୨୮ରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ଲୋକାୟୁକ୍ତ ରିପୋର୍ଟକୁ ଅନୁଶୀଳନ କରିବା ପରେ ଏନେଇ ମାମଲା ରୁଜୁ କରି ଅଧିକ ତଦନ୍ତ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଗତ ୪ ତାରିଖରେ ଭିଜିଲାନ୍ସ ମାମଲା (ନଂ.୬/୨୧) ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଥିଲା।
ଉଲ୍ଲେଖଯୋଗ୍ୟ, ଟାଟା କମ୍ପାନୀରେ ଚାକିରି କରାଇଦେବା ଆଳରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ୱ୍ୟାଇଁ ତଥା ପୂର୍ବତନ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ପ୍ରଦୀପଙ୍କୁ ଡିସେମ୍ବର ୩ରେ ଗିରଫ କରାଯାଇଥିବାବେଳେ ୭ ମାସ ପରେ ଅର୍ଥାତ ଜୁନ ୧୨ରେ ସେ ଜାମିନରେ ମୁକୁଳିଥିଲେ। ଅପରପକ୍ଷରେ ଆକାଶ ପାଠକ ଏବେ ବି ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri