୨୦୦୦ ବର୍ଷ ପୁରାତନ ଜଳଖିଆ ଦୋକାନର ମିଳିଲା ସନ୍ଧାନ

ରୋମ୍‌,୨୭।୧୨: ଇଟାଲୀରେ ୨୦୦୦ ବର୍ଷ ପୁରାତନ ଏକ ଜଳଖିଆ ଦୋକାନର ସନ୍ଧାନ ମିଳିଛି। ଆଗ୍ନେୟଗରି ଉଦ୍‌ଗୀରଣରେ ଜଳଖିଆ ଦୋକାନଟି ଉତ୍ତପ୍ତ ତରଳ ଲାଭା ତଳେ ପୋତି ହୋଇ ଯାଇଥିଲା। ଏହାକୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଉଦ୍ଧାର କରିଛନ୍ତି। ଜଳଖିଆ ଦୋକାନରେ ଲୋକଙ୍କ ପାଇଁ ମୁଖ୍ୟତଃ ଗରମ ପାନୀୟ ପ୍ରସ୍ତୁତ କରାଯାଉଥିତ୍ବା ଅନୁମାନ କରାଯାଉଛି। ଏହା ସହିତ କୁକୁଡ଼ା,ବତକ, ଗେଣ୍ଡା, ଘୁଷୁରି, ଗାଈ ମାଂସରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ପରସା ଯାଉଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ସୂଚନା ଦେଇଛନ୍ତି। ଏସବୁ ଖାଦ୍ୟରର ଅବଶେଷ ଏଠାରୁ ମିଳିଛି। ଜଳଖିଆ ଦୋକାନ କାନ୍ଥରେ କୁକୁଡ଼ା ଏବଂ ବତକ ଆଦିର ଚିତ୍ର ରହିଛି। ଇଟାଲୀର ପ୍ରାଚୀନ ପୋମ୍ପେଇ ସହରରେ ଏହି ଦୋକାନଟି ରହିଥିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ବୋଲି ପୋମ୍ପେଇ ପୁରାତତ୍ତ୍ୱ ପାର୍କର ନିର୍ଦ୍ଦେଶକ ମସ୍ସିମୋ ଓସ୍ସାନା କହିଛନ୍ତି। ଆଗ୍ନେୟଗିରି ଉଦ୍‌ଗୀରଣ ସମୟରେ ଏହି ସହରରେ ପ୍ରାୟ ୧୩ ହଜାର ଲୋକ ବାସ କରୁଥିଲେ। ୨୧ ମାଇଲ ପର୍ଯ୍ୟନ୍ତ ଉତ୍ତପ୍ତ ତରଳ ଲାଭା ମାଡ଼ି ଯାଇଥିଲା। ଲୋକେ ଜୀବନ ବିକଳରେ ସହର ଛାଡ଼ି ପଳାଇଥିଲେ। ୩୦୦ରୁ ଅଧିକ ଲୋକ ତରଳ ଲାଭା ତଳେ ପୋତି ହୋଇଯାଇଥିଲେ।

Share