ଭିଡ ସ୍ଥାନ ଦେଖି ଏହି ବିଶ୍ୱସୁନ୍ଦରୀଙ୍କୁ ଦୁର୍ବ୍ୟବହାର କରିଥିଲେ ୧୫ ବର୍ଷର ନାବାଳକ, ଧରିନେବାପରେ…

ବମ୍ବେ: ଭାରତର ପ୍ରଥମ ବିଶ୍ୱସୁନ୍ଦରୀ ହେଉଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ। ମାତ୍ର ଅଠର ବର୍ଷ ବୟସରେ ଏହି ସୁନ୍ଦରୀ ପ୍ରତିଯୋଗିତା ଜିତି ଦେଶ ପାଇଁ ଗୌରବ ଆଣିଦେଇଥିଲେ ସେ। ପରେ ଚବିଶ ବର୍ଷ ବୟସରେ ଅନାଥ ଶିଶୁକନ୍ୟାଙ୍କୁ ନିଜର ନାମ ଦେଇ ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ। ସର୍ବଦା ସେ ମହିଳା ସଶକ୍ତିକରଣକୁ ନେଇ ସ୍ବର ଉତ୍ତୋଳନ କରିଆସୁଥିବା ବେଳେ ନିଜ ଦମ୍‌ରେ ଜୀବନ ଜିଇଁଥାନ୍ତି।

ସଫଳତାର ଶୀର୍ଷରେ ଥିବା ଏହି ଅଭିନେତ୍ରୀଙ୍କୁ ଏକଦା ଜଣେ ପନ୍ଦର ବର୍ଷୀୟ ବାଳକ ଦୁର୍ବ୍ୟବହାର କରିଥିଲେ। ଏକ ଚାରିଟେବୁଲ କାର୍ଯ୍ୟକ୍ରମରେ ନିଜର ମନକଥା କହିଥିଲେ ସୁସ୍ମିତା। ଆଖପାଖରେ ଭିଡ ଥିବା ହେତୁ ଅଭିନେତ୍ରୀ ଜାଣି ପାରିବେ ନାହିଁ ଭାବି ବାଳକଜଣଙ୍କ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ। ହେଲେ ସେ ଧରାପଡ଼ିଥିଲେ। ପଛପଟୁ ତାଙ୍କ ହାତ ସୁସ୍ମିତା ଧରିନେଇଥିଲେ। ପରେ ତାଙ୍କ ବେକକୁ ଧରି ସାଙ୍ଗରେ ନେଇଥିଲେ। ଖରାପ ଆଚରଣ ଯୋଗୁ ବାଳକଙ୍କୁ ଲୋକମାନେ ମାରିବେ ବୋଲି ସେ ଭାବିଥିଲେ। ପ୍ରଥମେ ସେ ନିଜର ଭୁଲ ସ୍ବୀକାର କରୁ ନ ଥିଲେ। ହେଲେ ପରେ ସେ ଭୁଲ ମାଗିଥିଲେ। ଆଉ କେବେ ଏଭଳି ଆଚରଣ କରିବେ ନାହିଁ ବୋଲି କହିଥିଲେ। ଏତେ କମ୍‌ ବୟସର ପିଲାର ଏଭଳି ବ୍ୟବହାର ସୁସ୍ମିତାଙ୍କୁ ସେତେବେଳେ ବେଶ୍‌ ଚମକାଇ ଥିଲା।

Share