ଅଡୁଆ କଲା ୧୪ ବର୍ଷ ପୁରୁଣା ଅଡିଟ୍‌ ରିପୋର୍ଟ

ସୋନପୁର, ୨୯ା୭(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶା ଭୂ-ସଂସ୍କାର ଆଇନରେ ମକଦ୍ଦମା ଫଇସଲା କରିବାରେ କର୍ତ୍ତବ୍ୟରେ ଅବହେଳା କାରଣରୁ ରାଜ୍ୟ ସରକାର ସହିଥିଲେ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କାର ରାଜସ୍ବ କ୍ଷତି। ୨୦୦୪ରେ ହୋଇଥିବା ଏହି ଆର୍ଥିକ ଅନିୟମିତା ୨୦୦୯-୧୦ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍‌ରୁ ଧରାପଡ଼ିଥିଲା। ତେବେ ୧୪ ବର୍ଷ ତଳର ଉକ୍ତ ଅଡିଟ୍‌ ରିପୋର୍ଟକୁ କାଇଦା କରି ଚାପି ଦିଆଯାଇଥିଲା। ହେଲେ ୧୯ ବର୍ଷ ତଳର ଏହି ଘଟଣାରେ ରାଜ୍ୟ ସରକାର ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରେ ତତ୍କାଳୀନ ବଲାଙ୍ଗୀର ତହସିଲଦାର ତଥା ଏବେକାର ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ (ଏଡିଏମ୍‌) ସୂର୍ଯ୍ୟନାରାୟଣ ଦାଶଙ୍କ ଅଡୁଆ ବଢ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏ ନେଇ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଗତ ଜୁଲାଇ ୧୭ରେ ଚିଠି ନଂ. ୨୦୭୨୩ ଅନୁଯାୟୀ ଏଡିଏମ୍‌ ଦାଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହାର ନକଲ ବଲାଙ୍ଗୀର ଜିଲାପାଳ, ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, କଟକ ରାଜସ୍ବ ପର୍ଷଦ ସଚିବଙ୍କୁ ପଠାଯାଇଛି। ୧୯୬୨ ଓଡ଼ିଶା ସିଭିଲ ସର୍ଭିସ୍‌ (ସିସିଏ) ରୁଲସ୍‌ ୧୫ ଅନୁଯାୟୀ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏହି ପଦକ୍ଷେପ ନେଇଛି।
ଅତିରିକ୍ତ ଜିଲାପାଳ ଦାଶଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ପତ୍ର ସଂଖ୍ୟା ୧୫୯୧/୨୩।୫।୨୦୨୩ରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଏହାକୁ ସରକାର ଗ୍ରହଣ କରିବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲାପାଳଙ୍କ ନିକଟରୁ ନୋଟିସପ୍ରାପ୍ତି ସ୍ବୀକାର କରିବାର ୧ ମାସ ମଧ୍ୟରେ ଏଡିଏମ୍‌ ଦାଶ ଲିଖିତ ଭାବେ ନିଜର ପକ୍ଷ ରଖିପାରିବେ। ନିଜର ପକ୍ଷ ରଖିବା ପାଇଁ ସେ ବଲାଙ୍ଗୀର ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଆବଶ୍ୟକ ରେକର୍ଡ ଦେଖିପାରିବେ। ବଲାଙ୍ଗୀର ଜିଲାପାଳଙ୍କ ଅନୁମତିକ୍ରମେ ରେକର୍ଡ କପି ଆଣିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ସୂର୍ଯ୍ୟନାରାୟଣ ଦାଶ ବଲାଙ୍ଗୀରରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ। ୨୦୦୪ରେ ଓଡ଼ିଶା ଭୂ ସଂସ୍କାର ଆଇନର ଧାରା ୮(କ) ଅନୁସାରେ ମକଦ୍ଦମା ଫଇସଲା କରିବାରେ ତାଙ୍କର ଢିଲା ପଣ ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ସେତେବେଳେ ରାଜ୍ୟ ସରକାରଙ୍କ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କାର ରାଜସ୍ବ କ୍ଷତି ହୋଇଥିଲା। ୨୦୦୯-୧୦ ଅଡିଟ୍‌ ରିପୋର୍ଟରୁ ଏହି ଅନିୟମିତତା ଜଣାପଡ଼ିଥିଲା। ତେବେ ୧୪ ବର୍ଷ ତଳର ଉକ୍ତ ଅଡିଟ୍‌ ରିପୋର୍ଟକୁ ଚାପି ଦିଆଯାଇଥିଲା। ରାଜସ୍ବ ବିଭାଗର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଜିଲାପାଳ ରାଣା ତତ୍କାଳୀନ ବଲାଙ୍ଗୀର ତହସିଲଦାର ସୂର୍ଯ୍ୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। ଅନ୍ୟପଟେ ତହସିଲଦାର ପଦବୀରୁ ପଦୋନ୍ନତି ପାଇ ସୂର୍ଯ୍ୟନାରାୟଣ ଏବେ ଜଣେ ଏଡିଏମ୍‌। ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କ ପାଇଁ ୧୯ ବର୍ଷ ତଳର ଆର୍ଥତ୍କ ଅନିୟମିତତା ଅଡୁଆ ସୃଷ୍ଟି କରିଛି। କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବାରୁ ଜୁଲାଇ ୧୭ ପରଠାରୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ତାଙ୍କୁ ବିଭାଗୀୟ ପଦୋନ୍ନତି ମିଳିବ ନାହିଁ। ସେହିପରି ଓଡ଼ିଶା ସିଭିଲ ସର୍ଭିସ (ସିସିଏ) ରୁଲସ୍‌ ୧୫ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହେଲେ ସରକାର ତାଙ୍କଠାରୁ ରାଜସ୍ବ କ୍ଷତିର ମୂଳଧନ ସହିତ ବାର୍ଷିକ ୧୨% ସରଳ ସୁଧ ହାରରେ ପ୍ରାୟ ୭ କୋଟି ଅର୍ଥ ଆଦାୟ କରିପାରନ୍ତି। ସେହିପରି ପଦର ଅବନତି, ଇନ୍‌କ୍ରିମେଣ୍ଟ ବନ୍ଦ ସହ ନିୟମ ଅନୁଯାୟୀ ସରକାର ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri