Categories: ଫୁରସତ

୧୨ ବର୍ଷର ଛାତ୍ର ଘରେ ବସି ରୋଜଗାର କଲେ ୨ କୋଟି

କରୋନା ମହାମାରୀ କିଛି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। କାହାର ଚାକିରି ଚାଲିଯାଇଛି ତ ଆଉ କାହାର ବ୍ୟବସାୟ ମାନ୍ଦା ହୋଇଛି। ସ୍କୁଲ, କଲେଜ, ଅଫିସ ଏବଂ ବଜାର ବି ବନ୍ଦ ରହିଥିଲା। ଏବେ ପରିସ୍ଥିତି ଟିକେ ସୁଧାର ଆସିବାରୁ ଧୀରେ ଧୀରେ ଅନ୍‌ଲକ୍‌ ହେଲାଣି। ଏହି ମହାମାରୀ ସମୟରେ ସରକାର ସମସ୍ତ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲଣ୍ଡନରେ ରହୁଥିବା ଜଣେ ୧୨ ବର୍ଷର ଛାତ୍ର ଏମିତି କିଛି କରି ଦେଖାଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଛାତ୍ର ଜଣକ ଘରେ ବସି ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରିପାରିଛନ୍ତି।

ଉତ୍ତର ଲଣ୍ଡନରେ ରହୁଥିବା ଛାତ୍ର ବେନ୍ୟାମିନ୍‌ ଅମମ୍ମଦ ଖାଲି ସମୟରେ ହ୍ବେଲ୍‌ର ଡିଜିଟାଲ କଳାକୃତି ତିଆରି କରୁଥିଲେ। ଏହାକୁ ସେ ଅନ୍‌ଲାଇନ୍‌ରେ ବିକ୍ରି କରି ୨ କୋଟିରୁ ଅଧିକ ରୋଜଗାର କରିପାରିଛନ୍ତି। ଏହି ଡିଜିଟାଲ ଫଟୋଗୁଡ଼ିକୁ ସେ ଏନ୍‌ଏଫଟି ଫ୍ଲାଟ୍‌ଫର୍ମରେ ବିକି ଥିଲେ। ଯେଉଁଥିରୁ ସେ ୨ କୋଟି ୧୩ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ୫ ବର୍ଷ ବୟସରୁ ସେ କୋଡିଂ କରିଆସୁଛନ୍ତି। ଏହିବର୍ଷ ସେ ଏନ୍‌ଏଫଟିରେ ଖୁବ୍‌ ପରିଚିତି ଲାଭ କରିଛନ୍ତି। ଭିନ୍ନ ଭିନ୍ନ ପ୍ରକାରର ସେ ହ୍ବେଲ୍‌ର କଳାକୃତି ତିଆରି କରୁଛନ୍ତି।

ଏକ ସାକ୍ଷାତକାରରେ ବେନ୍ୟାମିନ୍‌ କହିଛନ୍ତି, ମୁଁ ପ୍ରଫେଶନାଲ କଳାକାର ନୁହେଁ, କିନ୍ତୁ ୟୁଟ୍ୟୁବ୍‌ରେ କିଛି ଭିଡିଓ ଦେଖେ। ଏହା ପରେ ହ୍ବେଲ୍‌କୁ ପିକ୍‌ସେଲ ରୂପ ଦେଇଥିଲେ।

Share