ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍‌! ଅଜବ ଦୃଶ୍ୟର ଭିଡିଓ ଭାଇରାଲ୍‌

ଓ୍ବାଶିଂଟନ୍‌,୯।୧: ଆମେରିକାର ମିଆମି ସହରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍‌ ଚାଲିଯାଉଥିବାର ଦାବି କରାଯାଉଛି। ଏହି ମାମଲା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓରେ ଦେଖାଯାଇଥିବା କ୍ଲିପ ଅନୁଯାୟୀ, ନୂଆ ବର୍ଷ ଅବସରରେ ମିଆମି ମଲ ବାହାରେ ଅତି କମରେ ୧୦ଟି ପୋଲିସ ଗାଡି ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ପରେ ଜଣାପଡିଥିଲା ଯେ, ମଲ ବାହାରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଝଗଡା ହେଉଥିବାରୁ ଏହି ପୋଲିସ ଗାଡି ପାର୍କିଂ କରାଯାଇଥିଲା। ଏହି କାରଣରୁ ପୋଲିସକୁ ଘଟଣାସ୍ଥଳକୁ ଆସିବାକୁ ପଡିଥିଲା।
ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଝଗଡା କରୁଥିବା ଯୁବକଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ସମସ୍ତ ବାଳକଙ୍କର ବୟସ ୧୮ ବର୍ଷରୁ କମ ଥିଲା। ମଲ ବାହାରେ ଜଣେ ସୁଟରଙ୍କୁ ଦେଖିବାକୁ ମିଳିଥିଲା, ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟଣା ରେକର୍ଡ କରାଯାଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିଲା, ଏହା ପରେ ଲୋକମାନେ ୧୦ ଫୁଟ ଉଚ୍ଚର ଏଲିଅନକୁ ଧରିବା ପାଇଁ ପୋଲିସ ପହଞ୍ଚିଥିବାର ଗୁଜବ ପ୍ରଚାର କରିବା ଆରମ୍ଭ କରିଥିଲା।
ତେବେ ଭିଡିଓ ସମ୍ପର୍କରେ ପରେ ପୋଲିସ ସୂଚନା ଦେଇଛି ଯେ, କୌଣସି ଏଲିଅନ୍‌ର ମିଳି ନ ଥିଲା।

Share