Posted inଫୁରସତ

ଏଥର ପର୍ଯ୍ୟଟନରେ ବାରାଣସୀ ଦୁର୍ଗା ମନ୍ଦିର: ଜାଣନ୍ତୁ କେବେ, କେମିତି ଯିବେ

ଉତ୍ତରପ୍ରଦେଶର ବାରାଣସୀଠାରେ ମା’ ଦୁର୍ଗାଙ୍କୁ ସମର୍ପିତ ଏକ ମନ୍ଦିର ରହିଛି, ଯାହାକୁ କେହି କେହି ଦୁର୍ଗା ମନ୍ଦିର ତ ଆଉ କେହି ଦୁର୍ଗା କୁଣ୍ଡ ମନ୍ଦିର ବୋଲି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ରାଣୀ ଭବାନୀ ନାମ୍ନୀ ଜଣେ ବଙ୍ଗୀୟ ମହାରାଣୀଙ୍କ ଦ୍ୱାରା ଅଷ୍ଟାଦଶ ଖ୍ରୀଷ୍ଟାବ୍ଦ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା।
ମା’ଙ୍କ ଆବିର୍ଭାବକୁ ନେଇ ଲୋକକଥା

ମା’ଙ୍କ ଆବିର୍ଭାବକୁ ନେଇ ଅନେକ ଲୋକକଥା ଶୁଣିବାକୁ ମିଳିଥାଏ। ତନ୍ମଧ୍ୟରୁ ଗୋଟିଏ ହେଉଛି : ଆଜକୁ ବହୁ ବର୍ଷ ପୂର୍ବେ ବାରାଣସୀର ଜନୈକ ରାଜା ନିଜ ପୁତ୍ରୀଙ୍କର ବିଭାଘର ପାଇଁ ସ୍ବୟଂମ୍ବର ସଭାର ଆୟୋଜନ କରିଥିଲେ। କିନ୍ତୁ ଯେତେବେଳେ ରାଜା ଜାଣିଲେ ତାଙ୍କ ପୁତ୍ରୀ କାହାକୁ ଭଲ ପାଉଛନ୍ତି ବୋଲି, ସେତେବେଳେ ସିଏ ଗୁପ୍ତରେ ତାଙ୍କ ପୁତ୍ରୀଙ୍କର ସେହି ଯୁବକଙ୍କ ସହ ବିବାହ କରାଇଦେଲେ। ହେଲେ ଏକଥା ସ୍ବୟଂମ୍ବରକୁ ଆମନ୍ତ୍ରିତ ହୋଇ ଆସିଥିବା ରାଜାମାନେ ଜାଣିଲା ପରେ କ୍ରୋଧ କଲେ। ଆଉ ବାରାଣସୀ ରାଜାଙ୍କ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ବାରାଣସୀ ରାଜାଙ୍କ ଜ୍ୱାଇଁ ମା’ ଦୁର୍ଗାଙ୍କୁ ସ୍ମରଣ କରିବାରୁ ମା’ ଉଭା ହୋଇ ଯୁଦ୍ଧରେ ବାରାଣସୀ ରାଜାଙ୍କୁ ଜିତାଇଥିଲେ। ସେହିଦିନଠାରୁ ବାରାଣସୀ ରାଜା ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା କରିଆସୁଥିଲେ। ପରବର୍ତ୍ତୀ ସମୟରେ ସେଠାରେ ମା’ ଦୁର୍ଗାଙ୍କର ଏକ ବଡ଼ ମନ୍ଦିର ନିର୍ମାଣ କରାଯାଇଥିଲା, ଯାହାକୁ ରାଣୀ ଭବାନୀ ନାମ୍ନୀ ଜଣେ ବଙ୍ଗୀୟ ମହାରାଣୀ ତିଆରି କରିଥିଲେ ବୋଲି ସୂଚନା ରହିଛି।

ମନ୍ଦିରର କାରୁକାର୍ଯ୍ୟ
କୁହାଯାଏ, ଉତ୍ତର ଭାରତୀୟ ନାଗର ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରରେ ମା’ ଦୁର୍ଗା ‘ଯନ୍ତ୍ର’ ରୂପରେ ବିରାଜିତା। ସେହିପରି ମନ୍ଦିର ମଧ୍ୟରେ ମା’ଙ୍କର ଏକ ପ୍ରତିମା ମଧ୍ୟ ରହିଛି, ଯାହାର ରଙ୍ଗ ଈଷତ୍‌ ଲାଲ୍‌। ଖାସ୍‌ ସେଥିପାଇଁ ମନ୍ଦିରର ବାହାର ପାର୍ଶ୍ୱରେ ବି ଲାଲ୍‌ ଗେରୁ ରଙ୍ଗ ଦିଆଯାଇଛି। ମା’ ଦୁର୍ଗାଙ୍କ ବ୍ୟତୀତ ଏଠାରେ ବାବା ଭୈରବନାଥ, ମାତା ଲକ୍ଷ୍ମୀ, ମାତା ସରସ୍ବତୀ, ମାତା କାଳୀଙ୍କର ଛୋଟ ଛୋଟ ମୂର୍ତ୍ତିକୁ ବି ପୂଜା କରାଯାଇଥାଏ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସମୟରେ ଭକ୍ତଗଣ ଏଠାକୁ ଆସି ମା’ଙ୍କୁ ଦର୍ଶନ କରିବା ସହ ଭୋଗ ଲାଗି କରିଥାନ୍ତି। କେହି କେହି ଏଠାରେ ତନ୍ତ୍ର ପୂଜା ବି କରାଇଥାନ୍ତି। ତା’ଛଡ଼ା ମନ୍ଦିର ଭିତରେ ଥିବା ଯଜ୍ଞ କୁଣ୍ଡରେ ପ୍ରତିଦିନ ଯଜ୍ଞ ହେଉଥିବାର ଦୃଶ୍ୟ ଏକ ଭକ୍ତିର୍ପୂ୍‌ଣ୍ଣ ପରିବେଶ ସୃଷ୍ଟି କରିଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଭକ୍ତଙ୍କର ଯା’ଆସ ଲାଗି ରହିଥାଏ। ତେବେ ପ୍ରତି ମଙ୍ଗଳବାର, ଶନିବାର, ନବରାତ୍ରୀ ତଥା ଦଶହରା ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ। ନବରାତ୍ରୀ ଓ ଦଶହରା ସମୟରେ ଏଠାରେ ସ୍ବତନ୍ତ୍ର ମେଳାର ଆୟୋଜନ ମଧ୍ୟ କରାଯାଇଥାଏ, ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ବି ଏଠାକୁ ଆସିଥାନ୍ତି। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ଲାଲ୍‌ ବାହାଦୁର ଶାସ୍ତ୍ରୀ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ଅନ୍ୟପକ୍ଷେ ବାରାଣସୀ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟବର୍ତ୍ତୀ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ବି ଏଠାକୁ ଯା’ଆସ କରିଥାଏ।
ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ
ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ମା’ ଦୁର୍ଗାଙ୍କର ଏହି ମନ୍ଦିରକୁ ଦେଖିବା ସହିତ ନିକଟବର୍ତ୍ତୀ ଅଞ୍ଚଳରେ ଆହୁରି ଅନେକ ଦର୍ଶନୀୟ ସ୍ଥାନ ମଧ୍ୟ ଦେଖିପାରିବେ। ଯେମିତି କି ଉକ୍ତ ମନ୍ଦିରଠାରୁ ମାତ୍ର ୨୫୦ ମିଟର ଦୂରରେ ଥିବା ତୁଳସୀ ମାନସ ମନ୍ଦିର, ୭୦୦ ମିଟର ଦୂରରେ ଥିବା ସଙ୍କଟ ମୋଚନ ମନ୍ଦିର ତଥା ଦେଢ କି.ମି. ଦୂରରେ ଥିବା ବନାରସ ହିନ୍ଦୁ ୟୁନିଭର୍ସିଟି ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri