୨୪ ଘଣ୍ଟା ପରେ ଫେରିଲା ଇଣ୍ଟରନେଟ ସେବା

ସୁନ୍ଦରଗଡ଼,୧୭ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରରେ ଗୋ-ମାଂସ ବିକ୍ରିକୁ କେନ୍ଦ୍ର କରି ଗୁରୁବାର ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ନାଗରିକ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ସହରରେ ଲାଗୁ ହୋଇଥିବା ୧୬୩ଧାରା ପ୍ରତ୍ୟାହୃତ ହେବା ସହ ଜିଲାରେ ୨୪ଘଣ୍ଟା ଧରି ବନ୍ଦ ଥିବା ଇଣ୍ଟରନେଟ ସେବା ସନ୍ଧ୍ୟାରୁ କାର୍ଯ୍ୟକ୍ଷମ ହୋଇଛି। ସହରରେ ଶାନ୍ତି, ଭାଇଚାରା ଓ ପୂର୍ବ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ବୈଠକରେ ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ,ଜିଲାପାଳ ଡ. ଶୁଭଙ୍କର ମହାପାତ୍ର, ଏସପି ଅମ୍ରିତ ପାଲ କୌର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏଥିସହିତ ଗୁରୁବାର ଘଟିଥିବା ଗୋଷ୍ଠୀ ସଂଘର୍ଷ, ଜଳାପୋଡା ଓ ଦୋକାନ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶାନ୍ତି କମିଟି ବୈଠକରେ ଦଳମତ ନିର୍ବିଶେଷରେ ଦାବି କରାଯାଇଛି। ଏହି ଘଟଣାରେ ୪ଜଣ ପୋଲିସ କର୍ମୀଙ୍କ ସମେତ ୧୨ଜଣ ବ୍ୟକ୍ତି ଆହତ ହୋଇଥିଲେ। ଆହତ ପୋଲିସ କର୍ମଚାରୀ ପ୍ରତାପ କାଲୋଙ୍କ ରିପୋର୍ଟ କ୍ରମେ ପୋଲିସ ସୁନ୍ଦରଗଡ ଟାଉନ ଥାନାରେ ୧୩ରୁ ଊର୍ଦ୍ଧ୍ୱ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ରିଜେଣ୍ଟ ମାର୍କେଟ ଅଞ୍ଚଳରେ ପୋଲିସ ସ୍ବତନ୍ତ୍ର କ୍ୟାମ୍ପ କରି ମୁତୟନ ଅଛନ୍ତି। ସୁନ୍ଦରଗଡ, ରାଉରକେଲା, କେନ୍ଦୁଝର ପୋଲିସ ଜିଲାରୁ ୧୬ପ୍ଲାଟୁନ ପୋଲିସ ସୁନ୍ଦରଗଡ ସହରରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ଅଛନ୍ତି। ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ସେନାର ବୀରତ୍ୱ ସହ ଦୃଷ୍ଟି ଆକର୍ଷଣ କରିବ ‘ବାକ୍ଟ୍ରିଅନ୍‌ ଓଟ’

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷ, ଗଣତନ୍ତ୍ର ଦିବସ ପରେଡ ଦେଶର ସାମରିକ ଶକ୍ତି, ଭୌଗୋଳିକ ବିବିଧତା ଏବଂ ବୀରତ୍ୱପୂର୍ଣ୍ଣ ଦକ୍ଷତାକୁ ଏପରି ଭାବରେ ପ୍ରଦର୍ଶନ କରିବ ଯାହା...

ଚେତାବନୀ ଦେଲେ ମାଲିକ ସଂଘ, ୨୪ରୁ ବଡ଼ିବନି ଘରୋଇ ବସ୍‌ !

ଭୁବନେଶ୍ୱର,୧୭।୧: ୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ...

୨୬ ଜାନୁଆରୀ ପୂର୍ବରୁ ଆକ୍ରମଣ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ, ଦିଲ୍ଲୀ ସମେତ କିଛି ରାଜ୍ୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭।୧: ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ...

୬ମିନିଟ୍‌ ଯାଏ କିଟ୍‌କିଟ୍‌ ଅନ୍ଧାର, ଦିନ ୧୨ଟାରେ ଗାଏବ ହୋଇଯିବେ ସୂର୍ଯ୍ୟ!

ପୃଥିବୀରେ ବହୁତ କମ ଲୋକ ଫେବୃଆରୀ 2026 ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି...

ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର: ଭୁଲ ଭୁଲେୟା କାହାଣୀ…

ଭୁବନେଶ୍ୱର,୧୭।୧:ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ...

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ଗ୍ରୀନ ସିଗନାଲ ଦେଲେ ମୋଦି, ଜାଣନ୍ତୁ କେଉଁ ରାଜ୍ୟକୁ ମିଳିବ ଏହାର ଲାଭ

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୭ ତାରିଖରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଟି...

୩ ଲକ୍ଷର ଓ୍ବାଟର ପ୍ୟୁରିଫାୟାର ଧରି ବୁଲୁଛନ୍ତି ଗିଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ ଦଳ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ପାଇଁ ଇନ୍ଦୋରରେ ପହଞ୍ଚିଛି। ଇନ୍ଦୋର ସମ୍ପ୍ରତି ଏଠାରେ ଥିବା ଦୂଷିତ ପାଣି ଯୋଗୁ ସାରା...

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri