ନବୀନଙ୍କୁ ଭେଟି ଏଭଳି ପ୍ରସ୍ତାବ ଦେଲେ ଅଖିଳେଶ ଯାଦବ, ଭାଜପା ଶୁଣିଲେ…

ଭୁବନେଶ୍ୱର,୧୭ା୧(ସୁନିତ୍‌ ମିଶ୍ର): ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି(ସପା)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଇତିମଧ୍ୟରେ ଅଖିଳେଶ ୩ଥର ଓଡ଼ିଶା ଆସିଲେଣି। କିଛିଦିନ ତଳେ ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପକ୍ଷରୁ ହୋଇଥିବା ପ୍ରାର୍ଥୀଙ୍କ ପ୍ରଚାର ଲାଗି ଦିନିକିଆ ଗସ୍ତରେ ଆସିଥିଲେ। ତା’ର କିଛିଦିନ ଆଗରୁ ଓଡ଼ିଶା ଗସ୍ତରେ ଆସି ପରିବାର ସହ ପୁରୀରେ ରହିଥିଲେ ଏବଂ ତା’ ପରଦିନ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥର ଅଖିଳେଶ ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗୋଟିଏ ବର୍ଷରେ ୩ ଥର ଓଡ଼ିଶା ଆସିବାର ସୁଯୋଗ ମିଳିଛି। ବିଗତ ଦିନରେ ହୋଇଥିବା ସମାଜବାଦୀ ଆନ୍ଦୋଳନରେ ଓଡ଼ିଶାର ବହୁ ନେତା ସାମିଲ ଥିଲେ। ରାଜ୍ୟର ବହୁ ବଡ଼ ନେତା ଯେପରିକି ବିଜୁ ପଟ୍ଟନାୟକଙ୍କ ଭଳି ସମାଜବାଦୀ ବିଚାରର ଲୋକ ଏଠାରେ ଥିଲେ, ସେହିଭଳି ବିଚାରଧାରାର ଲୋକଙ୍କୁ ଆଗକୁ ଏକାଠିକରି ଏକ ବଡ଼ ଶକ୍ତି ପ୍ରସ୍ତୁତ କରାଯିବ। ସମାଜବାଦୀ ପାର୍ଟି ବିଭାଜନ ରାଜନୀତିକୁ କେବେ ପସନ୍ଦ କରେନାହିଁ। ଭାଜପା ବିରୋଧରେ ଲଢ଼ିବାର ଶକ୍ତିକୁ ଏକାଠି କରାଯିବ। ଭାଜପା ଯେତେବେଳେ ପୂରା ଦେଶରେ ଏକ୍ସପୋଜ ହେବ ତା’ପରେ ସେ ଦିଲ୍ଲୀ ଯିବେ ଏବଂ ଆଗକୁ ବାରମ୍ବାର ଓଡ଼ିଶା ଆସିବେ। ଓଡ଼ିଶାରେ ସମାଜବାଦୀ ପାର୍ଟି ଆଗକୁ ବଢୁ ଏଥିଲାଗି ସେ ରାଜ୍ୟକୁ ଆସୁଛନ୍ତି ବୋଲି ଅଖିଳେଶ କହିଛନ୍ତି।
ଏହାପରେ ସେ ସ୍ଥାନୀୟ ଏକ ଘରୋଇ ହୋଟେଲକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ କରିବା ପରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ଲାଗି ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ୩୦ ମିନିଟ୍‌ ନବୀନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମିଳିଥିବା ସୂଚନା ମୁତାବକ, ନବୀନଙ୍କୁ ବୈଠକ ସମୟରେ ଦେଶର ଜଣେ ବଡ଼ ନେତା ବୋଲି ଅଖିଳେଶ କହିବା ସହ ଜାତୀୟ ପ୍ରସଙ୍ଗରେ ମୁହଁ ଖୋଲି ନିଜର ଗୁରୁତ୍ୱ ଜାରି କରିବାକୁ କୁଆଡ଼େ ପ୍ରସ୍ତାବ ଦେଇଥିବା ଜଣାପଡିଛି। ନବୀନଙ୍କୁ ଭେଟିବା ପରେ ଅଖିଳେଶ କହିଛନ୍ତି, ବିଜୁ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ବହୁ ବିକାଶ କରିଛନ୍ତି। ରାଜ୍ୟରେ ବୁଲିଲେ ବିଜେଡି ଶାସନ ସମୟରେ କେତେ ବିକାଶ ହୋଇଛି ତାହା ଦେଖାଯାଉଛି। ନବୀନ ଏବଂ ସେ କୌଣସି ନା କୌଣସି ବାଟରେ ଭାଜପା ସହ ଲଢୁଛନ୍ତି। ବିଜୁ ବାବୁଙ୍କ ସହ ଅଖିଳେଶଙ୍କ ବାପାଙ୍କର ରହିଥିବା ସମ୍ପର୍କ ବିଷୟରେ ମଧ୍ୟ ସେ କହିଥିଲେ। ଆଗକୁ ଥିବା ୪ ରାଜ୍ୟ ସଭା ଆସନ ଭୋଟିଂ ପୂର୍ବରୁ ଓଡ଼ିଶାକୁ ଅଖିଳେଶଙ୍କ ଗସ୍ତ ଏବଂ ନବୀନଙ୍କ ସାଙ୍ଗରେ ସାକ୍ଷାତ ଭିନ୍ନ ସଙ୍କେତ ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହାପରେ ଅଖିଳେଶ ରହୁଥିବା ଘରୋଇ ହୋଟେଲରେ ବହୁ ବରିଷ୍ଠ ନେତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶନିବାର ବୁଦ୍ଧିଜୀବୀଙ୍କ ସହ ତାଙ୍କର ଏକ ଆଲୋଚନା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri