ଜଙ୍ଘାବଡ଼ଦେଓଙ୍କ ପୀଠରେ ସ୍ବତନ୍ତ୍ର ତିଥିରେ ଲାଗିହୁଏ ନବାନ୍ନ

ଜନଜାତି ପରମ୍ପରାର ସମୃଦ୍ଧ ଜିଲା ସୁନ୍ଦରଗଡ଼। ଜିଲାର ସାମାଜିକ ଓ ସାଂସ୍କୃତିକ ଭାବଧାରାରେ ଜନଜାତି ଗୋଷ୍ଠୀଙ୍କ ପରମ୍ପରା,ଐତିହ୍ୟ, ଧର୍ମୀୟ ଭାବନା ଏହି ଅଞ୍ଚଳର ସ୍ବତନ୍ତ୍ର ସଂସ୍କୃତି ଭାବେ ପ୍ରସିଦ୍ଧି ଲାଭ କରିଛି। ପ୍ରକୃତି ଓ ପରମ୍ପରାର ପାର୍ବଣ ନୂଆଁଖାଇରେ ନିଜର ଇଷ୍ଟଦେବଦେବୀଙ୍କୁ ନବାନ୍ନ ଅର୍ପଣରେ ମଧ୍ୟ ରହିଛି ସ୍ବତନ୍ତ୍ର ରୀତିନୀତି। ଏହି ଜିଲାର ଜନଜାତି ପରମ୍ପରାର ଏକ ସଂସ୍କୃତିସମ୍ପନ୍ନ ଜନଜାତି ଗୋଣ୍ଡ ଜନଜାତି। ନୂଆଁଖାଇ ପର୍ବ ସାଧାରଣତଃ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଧାରିତ ଲଗ୍ନରେ ପାଳନ କରାଯାଉଥିବା ବେଳେ ଗୋଣ୍ଡ ଜନଜାତି ପରମ୍ପରାରେ ଇଷ୍ଟ ଦେବତା ଜଙ୍ଘାବଡ଼ଦେଓଙ୍କ ପୀଠରେ ଏକ ନୂତନ ତିଥିରେ ଲାଗି ହୁଏ ନବାନ୍ନ।

ପୌରାଣିକ ଆଖ୍ୟାନ ଅନୁଯାୟୀ, ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଦେହାବଶେଷର ନିମ୍ନାଂଶ ଜଙ୍ଘରୁ ଉଦ୍ଧୃତ ଜଙ୍ଘାବଡ଼ଦେଓ ଗୋଣ୍ଡ ଜନଜାତିଙ୍କ ଇଷ୍ଟଦେବ ରୂପେ ସ୍ବୀକୃତ। ଜିଲାରେ ବାସ କରୁଥିବା ଗୋଣ୍ଡ ଜନଜାତିର ୬ଟି ସମ୍ପ୍ରଦାୟ ଏକତ୍ର ହୋଇ ଗୋଷ୍ଠୀଗତ ଭାବେ ଭାଦ୍ରବ ମାସ ଶୁକ୍ଳପକ୍ଷ ବାଲିତୃତୀୟା ତିଥିରେ ପାଳନ କରିଥାନ୍ତି ଏହି ନବାନ୍ନ ଅର୍ପଣର ପର୍ବ। ଏ ସମ୍ପର୍କରେ ବଡଗାଁ ଭୋଇପାଲିସ୍ଥିତ ଜଙ୍ଘବଡ଼ଦେଓ ମନ୍ଦିର ପୂଜକ ମିତ୍ରେଶ୍ୱର ନାୟକଙ୍କ କହିବା ଅନୁଯାୟୀ, ଏହି ପବିତ୍ର ତିଥିରେ ପ୍ରତ୍ୟୁଷରୁ ୬ଟି ସମ୍ପ୍ରଦାୟର ଲୋକେ ଏକାଠି ଜଙ୍ଗଲକୁ ଯାଇଥା’ନ୍ତି। ସେମାନେ ଖଇ ଉଖୁଡ଼ା, ନଡ଼ିଆ, ଧୂପ, ଦୀପ ଆଦି ନେଇ ଶିଆଳି ଗଛ ମୂଳେ ପୂଜା କରିଥା’ନ୍ତି। ଶିଆଳିଗଛର ଲତାକୁ ଛିଣ୍ଡାଇ ସେମାନେ ଜଙ୍ଘବଡ଼ଦେଓଙ୍କ ପୀଠକୁ ଆଣି ତାକୁ ଜଙ୍ଘାବଡ଼ଦେଓଙ୍କ ବସ୍ତ୍ର ରୂପେ ପିନ୍ଧାଇଥା’ନ୍ତି। ସେହି ପାହାଡ଼ରୁ ଭେଲୁଆପତ୍ର, ଚବା, ହରିଡ଼ାପତ୍ର, ସର୍ଗିପତ୍ର ଓ କାଠ ଆଦି ସଂଗ୍ରହ କରି ଆଣିଥା’ନ୍ତି। ସେମାନେ କାଠକୁ କାଟି ନୁହେଁ ଭାଙ୍ଗିକରି ଆଣନ୍ତି। ସେଠାକୁ ଯେତେଜଣ ଯାଇଥା’ନ୍ତି, ସେମାନେ ଭଗବାନ୍‌ଙ୍କୁ ଭୋଗ ଅର୍ପଣ ନ କରିବା ଯାଏ ଅନ୍ନ ବା ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଖାଇ ନଥା’ନ୍ତି। ପରେ ମନ୍ଦିରରେ କଳସ ସ୍ଥାପନା କରାଯାଏ। ତା’ପରେ ସେଠାରୁ ଆସିଲା ପରେ ପୁଣି ଶିକା ଭାର ନେଇ ନଦୀକୁ ଯାଇଥା’ନ୍ତି। ଶିକା ଭାରର ଗୋଟିଏ ପାର୍ଶ୍ୱରେ ଗରା ଏବଂ ଅନ୍ୟପାର୍ଶ୍ୱରେ ଗୋଟିଏ ନୂତନ ହାଣ୍ଡିରେ ପୂଜା ସାମଗ୍ରୀ ଯଥା ଦୀପ, ଫୁଲ, ସିନ୍ଦୂର, ଛ’ମୁଠା ଅରୁଆ ଚାଉଳ, ଛ’ମୁଠା ମୁଗ, ଗୁଡ଼, କ୍ଷୀର, ଗଙ୍ଗାଜଳ, ସର୍ବଷୌଧି, ଚାଉଳଗୁଣ୍ଡ ଆଦି ଦ୍ରବ୍ୟ ନେଇଥା’ନ୍ତି। ନଦୀକୁ ଗଲା ପରେ ସେଠାରେ ପୂଜା କରିଥା’ନ୍ତି ଏବଂ ଜଣେ ଜଗତ ଗଣ୍ଡ ନୂତନ ବସ୍ତ୍ର (ଧୋତି ଗାମୁଛା) ପିନ୍ଧି ଆସିଥା’ନ୍ତି। ନଦୀରୁ ଆଣିଥିବା ପାଣିରେ ଯେଉଁ ଛ’ମୁଠା ଚାଉଳ ଓ ମୁଗ ନେଇଥାନ୍ତି ତାକୁ ଧୋଇ ଆଣିଥାନ୍ତି। ଘରେ ତିଆରି ହୋଇଥିବା ନୂତନ ଚୁଲିରେ ଆଣିଥିବା କାଠରେ ନବାନ୍ନ ପ୍ରସ୍ତୁତ କରିଥାନ୍ତି। ଯିଏ ନବାନ୍ନ ଭୋଗ ପ୍ରସ୍ତୁତ କରେ, ସେ ନିଆଁକୁ ଫୁଙ୍କି ଜଳାନ୍ତି ନାହିଁ । ଖଲିପତ୍ରରେ ବିଞ୍ଚତ୍ ନିଆଁକୁ ଜଳାଯାଏ। ସେହି ନବାନ୍ନ ଭୋଗରେ ନୂଆଧାନ (ସରିଆ ଧାନ)କୁ ନଖରେ ଖୋଲି ଚାଉଳକୁ ବାହାର କରିଥା’ନ୍ତି। ନବାନ୍ନ ଭୋଗ ପ୍ରସ୍ତୁତ ପରେ ସେଠାରେ ମୁଣ୍ଡିଆ ମାରି ଜଙ୍ଘାବଡଦେଓଙ୍କ ମନ୍ଦିରକୁ ନେଇଥାନ୍ତି। ମନ୍ଦିରରେ ସେହିଦିନ ଝୋଟି ପକାଯାଇଥାଏ । ଛ’ଟି ଚବା (କାଶତଣ୍ଡୀ ଫୁଲ), ଛ’ଟି ନୂଆଁଧାନକୁ ଭେଲୁଆପତ୍ରରେ ଦେଇ ପନାସି ଘାସରେ ବନ୍ଧାଯାଏ। ତାପରେ ରାତି ୭ଟାରୁ ୮ଟା ମଧ୍ୟରେ ନବାନ୍ନ ଲାଗି କରାଯାଏ। ଭଗବାନ୍‌ଙ୍କୁ ସେହିଦିନ ନୂତନ କପଡାରେ ୬ଟି ଆସନ ଦିଆଯାଏ। ଫୁଲ, ବେଲପତ୍ର, ଅରୁଆ ଚାଉଳ, ଶଙ୍ଖ ଘଣ୍ଟର ନାଦରେ ଧୂପଦୀପ ଦେଇ ୬ଦିନ ମନ୍ଦିର ବନ୍ଦ ରଖାଯାଏ। ଏହିପରି ଭାବେ ଇଷ୍ଟ ଦେବତା ଜଙ୍ଘବଡ଼ଦେଓଙ୍କଠାରେ ନବାନ୍ନ ଲାଗି କରାଯାଇଥାଏ। ଏହାପରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଗୋଣ୍ଡ ଜନଜାତିର ସମସ୍ତେ ଘରେ ମା’ ଲକ୍ଷ୍ମୀ ଓ ପିତୃପୁରୁଷଙ୍କ ନିକଟରେ ନବାନ୍ନ ଲାଗି କରି ନୂଆ ଖାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri