Odisha Elections 2024

ମାନବୀୟ ଅଭିବୃଦ୍ଧିରେ ଜୈବପ୍ରଯୁକ୍ତି ବିଜ୍ଞାନ

ଯୁବ ବର୍ଗଙ୍କୁ ଭବିଷ୍ୟତ ଜୈବ ପ୍ରଯୁକ୍ତି ବିଜ୍ଞାନୀ ରୂପେ ଗଢ଼ି ତୋଳିବାକୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଶ୍ରେଣୀରେ ପାଠପଢ଼ା ସୁଯୋଗ ସହିତ ଗବେଷଣା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ଭାରତ ବାୟୋଟେକ ପ୍ରଥମ ଦଫାରେ ଅଦ୍ୟାବଧି ୭୦୦ କୋଟି ଟଙ୍କା ନିବେଶ କରି ଭୁବନେଶ୍ୱରର ଅନ୍ଧାରୁଆ ଠାରେ ଏକ ବାୟୋଟେକନୋଲୋଜି ପାର୍କ ସ୍ଥାପନ କରି ନିକଟ ଭବିଷ୍ୟତରେ ପ୍ରାୟ ୨୮ଗୋଟି ‘ଭାକସିନ’ ଉତ୍ପାଦନ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ସରକାର ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି। ଓଡ଼ିଶାରେ ବିଭିନ୍ନ ଅନୁରୂପ ଉଦ୍ୟୋଗ ଯଥା ଇମଜେନେକ୍ସ, କାର୍ଡ ଲାଇଫ, ସନ୍‌ ବାୟୋଟେକ ଇତ୍ୟାଦି ଅବସ୍ଥାପିତ ହୋଇ ଅନେକ ସଫଳତା ସହ ସୁନାମ ଅର୍ଜନ କରୁଛନ୍ତି।
ଜୈବ ପ୍ରଯୁକ୍ତିବିଦ୍ୟା ଜୀବଜଗତରେ ସଂଶ୍ଳିଷ୍ଟ ସମସ୍ତ ପ୍ରାଣୀଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହେବା ସହିତ ମାନବ ଜୀବନ ଓ ତା’ର ସାମାଜିକ ଚଳଣିକୁ ସିଧାସଳଖ ପ୍ରଭାବିତ କରୁଛି। ଏହାର କୃଷି କ୍ଷେତ୍ରରେ ପ୍ରଭାବ ଯୋଗୁ ଖାଦ୍ୟ ଉତ୍କର୍ଷତା, ପରିମାଣ ଓ ଏହାର ପ୍ରକ୍ରିୟାକରଣରେ ଅନେକ ପରିବର୍ତ୍ତନ ଆଣିପାରିଛି। ଟମାଟୋ ଭଳି ସ୍ବଳ୍ପ ଅବଧି ମଧ୍ୟରେ ପଚିଶଢ଼ି ଯାଉଥିବା ଯୋଗୁ ଏହାର ଗୁଣସୂତ୍ରରେ ପରିବର୍ତ୍ତନ ଯୋଗୁ ମନୁଷ୍ୟ ଏପରି ଏକ ଟମାଟୋ ‘ଫ୍ଲାଭର ସାଭର’ ପ୍ରସ୍ତୁତ କରିପାରିଛି, ଯାହା କୃଷକ ପାଇଁ ହିତକାରୀ ସାବ୍ୟସ୍ତ ହୋଇଅଛି। ସେହିପରି କୃଷିରେ ବ୍ୟବହୃତ ଜୈବିକ ସାର, ଜୈବିକ କୀଟନାଶକ ଇତ୍ୟାଦିରେ ସୂକ୍ଷ୍ମ ଜୀବମାନଙ୍କ ବହୁଳ ବ୍ୟବହାର କରାଯାଉଛି। ଏହାଫଳରେ ଫସଲ ଅତ୍ୟଧିକ ଅଣୁ ଖାଦ୍ୟ ଗ୍ରହଣ ଶକ୍ତି ପାଇ ଏବେ ଅଧିକ ଅମଳକ୍ଷମ ହେବା ସହିତ ପରିବେଶକୁ ବାୟୁ ଓ ଜଳ ପ୍ରଦୂଷଣ ମୁକ୍ତ କରାଯାଇ ପାରୁଛି। ମନୁଷ୍ୟ ଜୀବନ ରକ୍ଷାକାରୀ ଔଷଧ ଉଦ୍ୟୋଗ ପାଇଁ ଜୈବ ପ୍ରଯୁକ୍ତି ବିଜ୍ଞାନ ଏକ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ବିଭିନ୍ନ ରୋଗ ନିରୂପଣ, ଚିକିତ୍ସା ଓ ପ୍ରତିରୋଧ କ୍ଷେତ୍ରରେ ସହାୟକ ସାବ୍ୟସ୍ତ ହୋଇଅଛି।
ଭୂତାଣୁ ପ୍ରତିରୋଧକ ଇଣ୍ଟରଫେରନ, ମୋନୋକ୍ଲନାଲ ଆଣ୍ଟିବଡି କିମ୍ବା ଷ୍ଟେମ ସେଲ ଚିକିତ୍ସା ଇତ୍ୟାଦି ଏହି ବିଜ୍ଞାନ ଯୋଗୁ ସମ୍ଭବ ହୋଇଛି। ଟିସୁ କଲଚର ପଦ୍ଧତି ସହାୟତାରେ ଖୁବ୍‌ କମ୍‌ ସମୟରେ ଅସଂଖ୍ୟ ଦୁର୍ମୂଲ୍ୟ ଗଛ ତିଆରି କ୍ଷମତା ‘ମାଇକ୍ରୋପ୍ରୌପାଗେସନ’ ଅବିଶ୍ୱସନୀୟ ହେଲେ ବି ସତ୍ୟ। ପାରମ୍ପରିକ ପ୍ରଜନନ ପ୍ରକ୍ରିୟାରେ ଅସମ୍ଭବ ସଙ୍କର ପ୍ରଜାତି ‘ଜେନେଟିକ ଇଞ୍ଜିନିୟରିଙ୍ଗ’ ଦ୍ୱାରା ଡି.ଏନ.ଏ. କିମ୍ବା ଆର.ଏନ.ଏ.କୁ କଟା ଯୋଡ଼ା କରି ନୂତନ ମନୁଷ୍ୟ ଉପଯୋଗୀ ପ୍ରାଣୀ ସୃଷ୍ଟି କରାଯିବା ସୁଯୋଗ ସୃଷ୍ଟି ହୋଇପାରିଛି। ଏପରି ଆନୁବଂଶିକ ରୂପାନ୍ତରିତ ଜୀବ ତିଆରି ଦ୍ୱାରା ଉନ୍ନତ ହରମୋନ ପ୍ରସ୍ତୁତି ସହିତ ଅଣ୍ଡା, ଦୁଗ୍ଧ ତଥା ମାଂସ ଅଧିକ ଉତ୍ପାଦନ ସମ୍ଭବ ହୋଇଅଛି। ଜୈବ ପ୍ରଯୁକ୍ତିବିଜ୍ଞାନ ପରିବେଶରେ ଥିବା ପ୍ରଦୂଷକ ମାନଙ୍କୁ ଜୈବିକ ଅବକ୍ଷୟ ତଥା ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ଓ ଉପଚାର ଦ୍ୱାରା ସନ୍ତୁଳିତ ରଖିବାରେ ବିଶେଷ ସହାୟକ ହେଉଅଛି। ‘ବାୟୋରିମେଡିଏଶନ’ ଭଳି ପଦ୍ଧତି ମାଧ୍ୟମରେ ଜୈବ ପ୍ରଯୁକ୍ତି ବିଜ୍ଞାନ ପରିବେଶ ପ୍ରଦୂଷଣ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଏହାର ନିୟନ୍ତ୍ରଣ ସୁଯୋଗ ଦେଇଥାଏ।
ଏହି ବିଜ୍ଞାନକୁ ଆମ ରାଜ୍ୟର କୋଣ ଅନୁକୋଣରେ ସାର୍ବଜନୀନ କରିବା ଦରକାର। ଓଡ଼ିଶାରେ ଭରପୂର ଥିବା ଖଣିଜ ସମ୍ପଦ, ୪୮୦ କିଲୋମିଟର ଉପକୂଳବର୍ତ୍ତୀ ସାମୁଦ୍ରିକ ଜୈବ ବିବିଧତା, ବିଭିନ୍ନ ବନ୍ୟ ଔଷଧୀୟ ସମ୍ପଦ ଇତ୍ୟାଦି ରହିଛି। ଏ କ୍ଷେତ୍ରରେ ଏଭଳି ବିଜ୍ଞାନର ପ୍ରୟୋଗ କରାଗଲେ ଆମ ରାଜ୍ୟର ଆହୁରି ପ୍ରଗତି ହୋଇପାରିବ।

(ଶେଷ ଭାଗ)
-ଡ. ମାନସ ରଞ୍ଜନ ଶତପଥୀ,
ସହକାରୀ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଉଦ୍ଭିଦ ବିଜ୍ଞାନ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼
ମୋ: ୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କହିଥିବା ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri