ଭାରତରେ ବଢୁଛି ଆର୍ଥିକ ଅସମାନତା

ଡାଭୋସ୍‌,୧୭ା୧: ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବାବେଳେ ଦେଶରେ ଆର୍ଥିକ ଅସମାନତା ଅତ୍ୟଧିକ ବୃଦ୍ଧି ପାଇଛି। ଗତ ୩ ଦଶନ୍ଧି ମଧ୍ୟରେ ଅସମାନତା ବ୍ୟବଧାନ ସର୍ବାଧିକ ବଢ଼ିଛି। ଏବେ ଭାରତର ୧ ପ୍ରତିଶତ ଅତି ଧନୀ ବ୍ୟକ୍ତିଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ୪୦ ପ୍ରତିଶତରୁ ଅଧିକ ରହିଥିବାବେଳେ ତଳ ସ୍ତରରେ ଥିବା ଜନସଂଖ୍ୟାର ୫୦ ପ୍ରତିଶତଙ୍କ ପାଖରେ ମାତ୍ର ୩% ସମ୍ପତ୍ତି ରହିଛି ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି।
ସୁଇଜରଲାଣ୍ଡର ଡାଭୋସ୍‌ ସହରରେ ସୋମବାର ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ୫୩ତମ ବାର୍ଷିକ ବୈଠକ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଡବ୍ଲ୍ୟୁଇଏଫ୍‌ର ବାର୍ଷିକ ଅସମାନତା ରିପୋର୍ଟର ‘ଭାରତ ସପ୍ଲିମେଣ୍ଟ’ ପ୍ରକାଶ ପାଇଛି। ଯଦି ଭାରତର ୧୦ ଜଣ ଅତି ଧନୀଙ୍କ ଉପରେ ୫ ପ୍ରତିଶତ ଟିକସ ଲଗାଯାଏ, ତେବେ ସେହି ଅର୍ଥରେ ଦେଶର ସବୁ ପିଲାଙ୍କ ସ୍କୁଲ୍‌ ପଢ଼ାଖର୍ଚ୍ଚ ଉଠାଯାଇପାରିବ ବୋଲି ଅକ୍ସଫାମ୍‌ ଇଣ୍ଟରନ୍ୟାଶନାଲ କହିଛି। ଭାରତର ସବୁଠୁ ଧନୀ ଗୌତମ ଆଦାନୀଙ୍କର ୨୦୧୭ରୁ ୨୦୨୧ ମଧ୍ୟରେ ବଢ଼ିଥିବା ସମ୍ପତ୍ତି ଉପରେ ଯଦି ଏକକାଳୀନ ଟିକସ ଲଗାଯାଏ, ତେବେ ୧.୭୯ ଲକ୍ଷ କୋଟି ଟଙ୍କା ଉଠାଯାଇପାରିବ, ଯାହା ଦେଶର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ବର୍ଷେ ପର୍ଯ୍ୟନ୍ତ ନିଯୁକ୍ତି ଦେବାକୁ ଯଥେଷ୍ଟ ବୋଲି ଅକ୍ସଫାମ୍‌ ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି।
‘ସର୍ଭାଇଭାଲ୍‌ ଅଫ୍‌ ଦି ରିଚେଷ୍ଟ’ ନାମକ ଏହି ରିପୋର୍ଟରେ ଆହୁରି କୁହାଯାଇଛି, ଯଦି ଭାରତର ବିଲିଅନେୟାରମାନଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ଉପରେ ଗୋଟିଏ ଥର ୨ ପ୍ରତିଶତ ଟିକସ ଲଗାଯାଏ, ତେବେ ଦେଶରେ ଅପପୁଷ୍ଟିର ଶିକାର ଲୋକଙ୍କୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିସାର ଯୋଗାଇବା ଲାଗି ଆବଶ୍ୟକ ୪୦,୪୨୩ କୋଟି ଟଙ୍କା ସଂଗୃହୀତ ହୋଇପାରିବ। ସେହିପରି ଦେଶର ୧୦ ଜଣ ଅତି ଧନୀଙ୍କ ଉପରେ ଗୋଟିଏ ଥର ୫ ପ୍ରତିଶତ ଟ୍ୟାକ୍ସ ଲଗାଗଲେ ୧.୩୭ ଲକ୍ଷ କୋଟି ଟଙ୍କା ସଂଗୃହୀତ ହେବ। ଏହା ଦେଶର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ୨୦୨୨-୨୩ ବର୍ଷ ଲାଗି ଆକଳିତ ପାଣ୍ଠିର ଦେଢ଼ଗୁଣରୁ ଅଧିକ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗତ ଆର୍ଥତ୍କ ବର୍ଷର ବଜେଟ ୮୬,୨୦୦ କୋଟି ଟଙ୍କା ହୋଇଥିବାବେଳେ ଆୟୁଷ ମନ୍ତ୍ରଣାଳୟର ୩,୦୫୦ କୋଟି ଟଙ୍କା।
ଭାରତରେ କେବଳ ସମ୍ପତ୍ତି ଅସମାନତାରେ ଦ୍ରୁତ ବୃଦ୍ଧି ହୋଇଛି ତାହା ନୁହେଁ, ଲିଙ୍ଗଗତ ଅସମାନତା ମଧ୍ୟ ବଢ଼ିଛି। ସମାନ କାମ ପାଇଁ ଜଣେ ପୁରୁଷ କର୍ମଚାରୀଙ୍କୁ ଯେତିକି ପାରିଶ୍ରମିକ ମିଳୁଛି, ମହିଳା କର୍ମଚାରୀ ତା’ର ୬୩ ପ୍ରତିଶତ ପାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଅନୁସୂଚିତ ଜାତି ଏବଂ ଗ୍ରାମାଞ୍ଚଳ ଶ୍ରମିକମାନଙ୍କ କ୍ଷେତ୍ରରେ ଏହି ତାରତମ୍ୟ ଆହୁରି ବେଶି। ସେଠାରେ ପୁରୁଷଙ୍କ ତୁଳନାରେ ମହିଳା ଶ୍ରମିକ ୫୫ ପ୍ରତିଶତ ଆୟ କରୁଛନ୍ତି। ଅକ୍ସଫାମ୍‌ ରିପୋର୍ଟ ଅନୁଯାୟୀ କୋଭିଡ୍‌ ମହାମାରୀ ଆରମ୍ଭ ହେବାଠାରୁ ଗତବର୍ଷ ନଭେମ୍ବର ମଧ୍ୟରେ ଭାରତୀୟ ବିଲିଅନେୟାରମାନଙ୍କ ସମ୍ପତ୍ତି ୧୨୧ ପ୍ରତିଶତ ବୃଦ୍ଧି ପାଇଛି, ଅର୍ଥାତ୍‌ ଦିନକୁ ବଢ଼ିଛି ୩,୬୦୮ କୋଟି ଟଙ୍କା। ଅନ୍ୟପକ୍ଷରେ ଦେଖିବାକୁ ଗଲେ ୨୦୨୧-୨୨ ବର୍ଷରେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି)ରୁ ଆସିଥିବା ମୋଟ ୧୪.୮୩ ଲକ୍ଷ କୋଟି ଟଙ୍କାର ୬୪ ପ୍ରତିଶତ ଦେଶର ତଳ ସ୍ତରରେ ଥିବା ୫୦ ପ୍ରତିଶତଙ୍କଠାରୁ ଆସିଛି। ୧୦ ପ୍ରତିଶତ ଶୀର୍ଷ ଧନୀଙ୍କଠାରୁ ଜିଏସ୍‌ଟି ବାବଦରେ ସଂଗୃହୀତ ଅର୍ଥ ମୋଟ ଜିଏସ୍‌ଟିର ମାତ୍ର ୩ ପ୍ରତିଶତ। ୨୦୨୦ରେ ଭାରତରେ ବିଲିଅନେୟାରଙ୍କ ସଂଖ୍ୟା ୧୦୨ ଥିବାବେଳେ ୨୦୨୨ରେ ୧୧୬କୁ ବୃଦ୍ଧି ପାଇଥିବା ଅକ୍ସଫାମ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri