ନିର୍ମାଣ ନିଗମକୁ ବୁଡ଼ାଇବେ ଅଧିକାରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସରକାରୀ ସଂସ୍ଥା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ(ଓସିସିଏଲ୍‌) ଡୁବିବାକୁ ବସିଲାଣି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ମିଳିମିଶି ନିଗମକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। କେତେଜଣ ଅଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଏହି ଲାଭଜନକ ସଂସ୍ଥାକୁ ଭିତରୁ ଖୋଳ କରିସାରିଲାଣି। ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ହେଉଥିବା ପୁଳାପୁଳା ଦୁର୍ନୀତି, ନିମ୍ନମାନର କାମ, ଠିକାଦାର ପ୍ରୀତି, ଅଯଥା ଅପଚୟକୁ ଅନୁମୋଦନ, ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଓସିସିଏଲ୍‌କୁ ଆର୍ଥିକ ସ୍ତରରେ ଦୁର୍ବଳକରି ଚାଲିଛି। ଅଧିକାରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ କମ୍ପାନୀକୁ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି)ଙ୍କ ଦ୍ୱାରା ଗତ ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଓସିସିଏଲ୍‌ର ଏଭଳି ଚାଞ୍ଚଲ୍ୟକର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି।

ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ଜଳସମ୍ପଦ ବିଭାଗର ଡ୍ୟାମ୍‌, ସ୍ପିଲ୍‌ଓ୍ବେ, ହାଇଡ୍ରୋଲିକ୍‌ ଫାଟକ, ବ୍ୟାରେଜ, ଜଳଭଣ୍ଡାର, କେନାଲ ଇତ୍ୟାଦି କାର୍ଯ୍ୟର ନିର୍ମାଣ ପାଇଁ ରାଜ୍ୟ ସରକାର ୧୯୬୧ରେ ଓସିସିଏଲ୍‌ ଗଠନ କରିଥିଲେ। ଏହାର ଦୈନନ୍ଦିନ କାର୍ଯ୍ୟ ଦେଖିବାକୁ ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ, ପରିଚାଳନା ନିର୍ଦ୍ଦେଶକ(ମେକାନିକାଲ), ୪ ଜଣ ସାଧାରଣ ପରିଚାଳକ(ସିଭିଲ), ଜଣେ ସାଧାରଣ ପରିଚାଳକ(ମେକାନିକାଲ), ଜଣେ ଚିଫ୍‌ ଆକାଉଣ୍ଟାଣ୍ଟ, ଜଣେ ପ୍ରଶାସନିକ ଅଧିକାରୀ ଏବଂ ଜଣେ କମ୍ପାନୀ ସେକ୍ରେଟାରି ନିଯୁକ୍ତି ପାଇଛନ୍ତି। ସିଏଜି ୨୦୧୬-୧୭ରୁ ୨୦୨୦-୨୧ ଅବଧିକୁ ଅନ୍ତର୍ଭୁକ୍ତ କରି ଓସିସିଏଲ୍‌ କମ୍ପାନୀ କାର୍ଯ୍ୟାଳୟ ସହ ୫ଟି ପ୍ରକଳ୍ପ କାର୍ଯ୍ୟାଳୟର ନଥି ଓ ତଥ୍ୟକୁ ଯାଞ୍ଚ ପରିସରଭୁକ୍ତ କରିଥିଲେ। ସିଏଜି ଜାଣିବାକୁ ପାଇଛନ୍ତି ଯେ ଉକ୍ତ ସମୟ ମଧ୍ୟରେ କମ୍ପାନୀ ୩ ବର୍ଷିଆ କର୍ପୋରେଟ ଯୋଜନା କିମ୍ବା ବାର୍ଷିକ ଯୋଜନା ପ୍ରସ୍ତୁତ କରିନାହିଁ। କାରବାର, ଲାଭ, ଲକ୍ଷ୍ୟ ଓ ପ୍ରତିଶ୍ରୁତିକୁ ନେଇ କମ୍ପାନୀ ପ୍ରତିବର୍ଷ ଜଳସମ୍ପଦ ବିଭାଗ ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଥାଏ। ମାତ୍ର କମ୍ପାନୀ ୨୦୧୭ରୁ ୨୦୨୦ ମଧ୍ୟରେ କାରବାର ଲକ୍ଷ୍ୟ ହାସଲ କରିପାରି ନାହିଁ। ଏହି ସମୟ ମଧ୍ୟରେ କମ୍ପାନୀର କାରବାର ୫୨ ପ୍ରତିଶତ ଅର୍ଥାତ୍‌ ୮୭୪ କୋଟିରୁ ୪୨୨ କୋଟି ଟଙ୍କାକୁ ହ୍ରାସ ପାଇଛି। ମାତ୍ର ଆଶ୍ଚର୍ଯ୍ୟକର କଥା, କମ୍ପାନୀର କାରବାର ହ୍ରାସ ପାଇଥିଲେ ମଧ୍ୟ ଲାଭ ଯଥେଷ୍ଟ ଅଧିକ ଥିଲା ବୋଲି ଦର୍ଶାଯାଇଥିଲା। ଏ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଓସିସିଏଲ୍‌ ଦ୍ୱାରା କରାଯାଉଥିବା ପ୍ରକଳ୍ପଗୁଡ଼ିକ ୯ ମାସରୁ ୯ ବର୍ଷ ମଧ୍ୟରେ ଆରମ୍ଭ ହୋଇପାରି ନ ଥିଲା। ଡ୍ରେଜର ଓ ପାଇପ୍‌ ଲାଇନ ମୂଲ୍ୟ ବୃଦ୍ଧି କରି ଓସିସିଏଲ୍‌ ଅଧିକାରୀ ଠିକାଦାରମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାରୁ କମ୍ପାନୀକୁ ୭.୧୨ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ମହାନଦୀ ବ୍ୟାରେଜ ଉପରମୁଣ୍ଡରେ ସୋଆଲ ଅପସାରଣ ପାଇଁ ଜଳ ସମ୍ପଦ ବିଭାଗ ଓସିସିଏଲ୍‌ ଦ୍ୱାରା ୨୨୨.୧୯ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଦିଆଯାଇଥିଲା। ତେବେ ଏହି କାର୍ଯ୍ୟ ପାଇଁ ୨୦୧୪ ନଭେମ୍ବରରେ ପୂର୍ତ୍ତ ବିଭାଗ ଦ୍ୱାରା ଏସ୍‌ଓଆରରେ ଧାର୍ଯ୍ୟ କରାଯାଇଥିବା ଡ୍ରେଜିଂର ୟୁନିଟ୍‌ ମୂଲ୍ୟକୁ ଅନ୍ତର୍ଭୁକ୍ତ କରା ନ ଯାଇ ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୪-୧୫ରେ କାର୍ଯ୍ୟକାରୀ ହୋଇଥିବା ଡ୍ରେଜିଂ ଘନମିଟର (କ୍ୟୁବିକ୍‌ ମିଟର) ପ୍ରତି ୧୧୩.୬୩ ଟଙ୍କାକୁ ଡ୍ରୋଜର ଓ ଆନୁଷଙ୍ଗିକ ସାମଗ୍ରୀର ଭଡାକୁ ଆସ୍ଥାୟୀ ମୂଲ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ଓସିସିଏଲ୍‌ ୨୦୧୬ ସଂଶୋଧିତ ଆକଳନରେ ଘନମିଟର ପିଛା ୧୧୩.୬୩ ବଦଳରେ ୧୨୬.୨୫ ଟଙ୍କାକୁ ବୃଦ୍ଧି କରିଥିଲା। ୨୦୧୯ ଫେବୃୟାରୀରୁ ଡିସେମ୍ବର ମଧ୍ୟରେ ଓସିସିଏଲ୍‌ ୧୪୮.୯୩ କୋଟି ଟଙ୍କା ମୂଲ୍ୟର ଡ୍ରେଜିଂ କାର୍ଯ୍ୟ ପ୍ରଦାନ କରିଥିଲା। ଫଳରେ ୨୦୨୧ ଜୁଲାଇ ସୁଦ୍ଧା ୫୫.୪୦ କ୍ୟୁବିକ ମିଟର କାର୍ଯ୍ୟ ଡ୍ରେଜିଂ ପାଇଁ ଠିକାଦାରଙ୍କୁ ୭.୭୨ କୋଟି ଟଙ୍କା ଅତିରିକ୍ତ ପ୍ରଦାନ କରାଯାଇଥିଲା। ସେହିପରି ଓସିସିଏଲ୍‌ ସୋଆଲ ଅପସାରଣ ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଡୋଜର ବ୍ୟବହାର ପରିବର୍ତ୍ତେ କମ୍‌ କ୍ଷମତା ବିଶିଷ୍ଟ ଡୋଜର ବ୍ୟବହାର ଯୋଗୁ ୩୮.୭୮ ଲକ୍ଷ କ୍ୟୁବିକ ମିଟର କାର୍ଯ୍ୟ ପାଇଁ ୨୮.୨୯ ଲକ୍ଷ ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, ଆକଳନ ମୂଲ୍ୟରେ ବର୍ଦ୍ଧିତ ମୂଲ୍ୟ ଅନ୍ତର୍ଭୁକ୍ତ କରି ଓସିସିଏଲ୍‌ କର୍ତ୍ତୃପକ୍ଷ ଠିକାଦାର (ମେସର୍ସ ଡି.ଡି. ବିଲ୍‌ଡର୍ସ) ସଂସ୍ଥାକୁ ୧୩୪.୭୧ କୋଟି ଟଙ୍କା ଟେଣ୍ଡରରେ ୫.୬୩ ଲକ୍ଷ କ୍ୟୁବିକ ମିଟର ଖନନ ଓ ପରିବହନ ବାବଦରେ ୧.୬୨ କୋଟି ଟଙ୍କା ଅଯଥା ଲାଭ ପ୍ରଦାନ କରିଛନ୍ତି। ସେହିପରି ଜେଡ୍‌-କିସମ ସିଟ୍‌ ପାଇଲ ଓ ପଥର ପାଇଁ ଅଧିକ ମୂଲ୍ୟ ଯୋଗୁ ୩ଟି କାର୍ଯ୍ୟ ସକାଶେ ୧.୨୭ କୋଟି ଟଙ୍କା ଠିକାଦାରଙ୍କୁ ଅନୁଚିତ ଲାଭ ଦିଆଯାଇଛି।

ମାଟି ବିଛେଇବା କାର୍ଯ୍ୟରେ ମଧ୍ୟ ସିଏଜି ଦୁର୍ନୀତିର ଗନ୍ଧ ବାରିଛନ୍ତି। ମାଟି ବିଛାଇବା ପାଇଁ ବ୍ୟବହୃତ ଭାଇବ୍ରେଟୋରି ରୋଲର ଭଡ଼ା ବାବଦରେ ୪.୭୪ କୋଟି ଟଙ୍କା ଅତିରିକ୍ତ ଭଡ଼ା ପ୍ରଦାନ କରାଯାଇଥିଲା। ସେହିପରି ଦେଓ ଜଳସେଚନ ପ୍ରକଳ୍ପର ୨ଟି କାର୍ଯ୍ୟରେ ସିମେଣ୍ଟ କଂକ୍ରିଟ କାମରେ ଓସିସିଏଲ୍‌ ଠିକାଦାର ସଂସ୍ଥା ଡିଡି ବିଲ୍‌ଡର୍ସକୁ ୨.୭୨ କୋଟି ଅନିୟମିତ ଭାବେ ପ୍ରଦାନ କରିଥିବା ସିଏଜି ଉଲ୍ଲେଖ କରିଛନ୍ତି। ଦେଓ ଜଳସେଚନ ପ୍ରକଳ୍ପର ମାଟିବନ୍ଧ ନିର୍ମାଣରେ ଯୋଗାଯାଇଥିବା ପଥର ଉପରେ ଠିକାଦାରଙ୍କୁ ୫.୬୧ କୋଟି ଟଙ୍କା ଅନୁଚିତ ଲାଭ ପ୍ରଦାନ କରାଯାଇଛି। ଠିକାଦାର ସଂସ୍ଥା କାର୍ଯ୍ୟ ଅଧାରୁ ଛାଡ଼ି ଚାଲି ଯାଇଥିଲେ ମଧ୍ୟ ସେମାନଙ୍କୁ ଆଗୁଆ ଦିଆଯାଇଥିବା ୩.୬୬ କୋଟି ଆଦାୟ ହୋଇପାରି ନ ଥିବା ସିଏଜି ଦର୍ଶାଇଛନ୍ତି। କେବଳ ଠିକାଦାର ପ୍ରୀତି ନୁହେଁ, କମ୍ପାନୀ କର୍ମଚାରୀମାନେ ମଧ୍ୟ ୩.୫୩ କୋଟି ଟଙ୍କାର ସରକାରୀ ଅର୍ଥକୁ ଆଡଭାନ୍ସ ଆକାରରେ ନେଇ ଚଳୁ କରିଦେଇଛନ୍ତି। କମ୍ପାନୀରେ କାର୍ଯ୍ୟରତ ୩୩୩ ଜଣ କର୍ମଚାରୀ ଉକ୍ତ ଅର୍ଥ ଅଗ୍ରିମ ଆକାରରେ ନେଇଥିଲେ। ସେହି ଅର୍ଥ ଓସିସିଏଲ୍‌ ଆଦାୟ କରିପାରିନାହିଁ। ସେମାନଙ୍କ ମଧ୍ୟରେ ୩୦୦ କର୍ମଚାରୀ ଅବସର ନେଇସାରିଥିବା ବେଳେ ୧୫ ଜଣ ଚାକିରି ଛାଡ଼ି ଦେଇଛନ୍ତି। ୧୩ ଜଣ ଡେପୁଟେଶନରେ ଆସିଥିବା କର୍ମଚାରୀ ନିଜ ବିଭାଗକୁ ଫେରି ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି, ୨ ଜଣ ନିଲମ୍ବିତ ଓ ୨ ଜଣ କର୍ମଚାରୀ ନିରୁଦ୍ଦିଷ୍ଟ ହୋଇ ଯାଇଛନ୍ତି। ଫଳରେ କମ୍ପାନୀ ଉକ୍ତ ଅର୍ଥ ଆଦାୟ କରିବାରେ ବିଫଳ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri