ଯଶୋବନ୍ତ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି

ବିରିଡି,୨୯।୧୧(ଡି.ଏନ.ଏ.): ଓଡ଼ିଆ ଭାଷା, ସଂସ୍କୃତିକୁ ଆଧ୍ୟାମତ୍ିକ ରଚନାବଳୀ ଦ୍ୱାରା ରୁଦ୍ଧିମନ୍ତ କରି ଓଡ଼ିଆ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ କରିବାକୁ ମଧ୍ୟଯୁଗୀୟ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧ ସାଧକ ଯଶୋବନ୍ତ ଦାସଙ୍କ ଅବଦାନ ଅବିସ୍ମରଣୀୟ। ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀ (ଓଢଣ ଷଷ୍ଠୀ) ତିଥିରେ ସିଦ୍ଧ ସାଧକଙ୍କର ଶ୍ରାଦ୍ଧୋତ୍ସବ ପାଳିତ ହୋଇଆସୁଛି। ଉକ୍ତ ଦିନରେ କେତେ ଘଣ୍ଟା ଲାଗି ରାଜ୍ୟର ପ୍ରମୁଖ ସାହିତି୍ୟକ, କବି, ସାଧୁସନ୍ଥ, ଖବରଦାତା ବୁଦ୍ଧିଜୀବୀ, ପ୍ରଶାସକ, ରାଜନେତାମାନେ ଜଗତ୍‌ସିଂହପୁର ଜିଲା ବିରିଡି ବ୍ଲକ ଅଢଙ୍ଗ ନାଇଲୋ ଗାଁରେ ଏକତ୍ରିତ ହୋଇଥାନ୍ତି। ଆଉ ହଜାର ହଜାର ଶ୍ରଦ୍ଧାଳୁ, ଜନସାଧାରଣ ମହାପୁରୁଷଙ୍କ ସେହିଦିନରେ କାର୍ଯ୍ୟକ୍ରମ ଦେଖି ରାତି ବିତାଇଥାନ୍ତି। ପରଦିନ ଆଉ କେହି ନ ଥାନ୍ତି ମହାପୁରୁଷଙ୍କ କଥା ମନେ ପକାଇବାକୁ।
ଓଡ଼ିଶାର ଘରେ ଘରେ ପରିଚିତ ସାଧକଙ୍କ ପ୍ରେମ ଭକ୍ତି ବ୍ରହ୍ମ ଗୀତା, ଟୀକା ଗୋବିନ୍ଦ ଚନ୍ଦ୍ର, ଆମତ୍ ପରତେ ଗୀତା, ପଦ୍ମବନ ରାସ ମାଳିକା ଓ ଭଜନାବଳୀ ଭକ୍ତ ସମାଜକୁ ଆନ୍ଦୋଳିତ କରିଥାଏ। କିନ୍ତୁ ତାଙ୍କ ସାଧନା ପୀଠଟି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ପୂର୍ବରୁ ଉଭୟ ସରକାରୀ ଓ ବେସରକାରୀ ସହାୟତା ନ ଥିବାରୁ ପୀଠଟିର ବିକାଶ ଘଟି ପାରିନାହିଁ। କିନ୍ତୁ ପଞ୍ଚସଖା ଉନ୍ନୟନ ପରିଷଦ ପକ୍ଷରୁ ଆଇନଜୀବୀ ଶିଶିର ଦାସଙ୍କ ସହାୟତାରେ ମହାପୁରୁଷଙ୍କ ମନ୍ଦିରଟିଏ ହେବା ସହ ସାମ୍ନାରେ ଏକ ଦର୍ଶନ ପିଣ୍ଡି ନିର୍ମାଣ କରାଯାଇଛି। ମହାପୁରୁଷଙ୍କ ଗାଦିକୁ ଲାଗି ପଛପଟେ ୧୪ ଜଣ ମହନ୍ତଙ୍କ ସମାଧି ପଡି ରହିଛି। ଏହା କେବଳ ଶ୍ରାଦ୍ଧ ଦିନ ମାଟି ପଡି ଲିପାଯାଇଥାଏ। ମହାପୁରୁଷଙ୍କ ପୀଠର ରକ୍ଷଣାବେକ୍ଷଣ ଓ ନୀତି କରିବା ପାଇଁ କେଉଁ ଯୁଗରୁ ଜମିଦାର ୧୨ ବାଟି , ୧୨ ମାଣ, ୧୨ ଗୁଣ୍ଠ ଓ ୧୨ ବିଶ୍ୱା ଜମି ଖଞ୍ଜା କରିଥିଲେ। ଏବେ ସେହି ଜମି ବିକ୍ରି ହୋଇଯିବା ପରେ ଦୈନନ୍ଦିନ ନୀତି ଟ୍ରଷ୍ଟି କରୁଛି। ଜମି ଆକାରରେ ଏ ୩.୩୨ଡି. ଚାଷଜମି ରହିଥିବା ବେଳେ ପୀଠ ନିକଟରେ ୪ ଏକର ପଡିଆ ଜମି ରହିଛି। ପୀଠର ଅବହେଳିତ ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଦେବୋତ୍ତର କମିଶନଙ୍କ ପକ୍ଷରୁ ଏକ ଟ୍ରଷ୍ଟ ଗଠନ କରାଯାଇଛି। ୨୦୧୬ ମାର୍ଚ୍ଚରେ ଦେବୋତ୍ତର ବିଭାଗ ନୀତିକାନ୍ତି ପାଇଁ ୩୦ ହଜାର ଓ ରଥ ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଆଉ ଏବେ ଦେଉନାହାନ୍ତି। ଏଠାରେ ଆୟ କିଛି ନାହିଁ, କେବଳ ଦାନ ଓ ବାର୍ଷିକ ଉତ୍ସବରୁ ଆଦାୟ ଅର୍ଥରେ ପୂଜକ ଏବଂ ନୀତି କାର୍ଯ୍ୟ ହୁଏ। ମହାପୁରୁଷଙ୍କ ପଞ୍ଚସଖାଙ୍କ ସାଧନା ପୀଠ ମଧ୍ୟରୁ କେବଳ ଯଶୋବନ୍ତ ପୀଠକୁ ଛାଡି ଅନ୍ୟ ୪ ମହାପୁରୁଷଙ୍କ ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳ ଭାବେ ଘୋଷଣା କରିଛନ୍ତି। ପୀଠକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ, ପୀଠର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ, ଅଣଖିଆ ଛକରେ ମହାପୁରୁଷଙ୍କ ତୋରଣ ନିର୍ମାଣ, ପାନ୍ଥଶାଳା ଓ ଶୌଚାଳୟ ନିର୍ମାଣ, ପୀଠ ପୁଷ୍କରିଣୀର ପଙ୍କ ଉଦ୍ଧାର, ପୀଠ ପାର୍ଶ୍ୱରେ ଉଦ୍ୟାନ ନିର୍ମାଣ, ଶ୍ରୀରାମ ମଣ୍ଡପର ପୁନରୁଦ୍ଧାର ଲାଗି ରାଜ୍ୟ ସରକାର ଅର୍ଥ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲିଙ୍ଗରାଜ ମଲ୍ଲ, ଦେବୀପ୍ରସାଦ ତ୍ରିପାଠୀ, କିଶୋର ଚନ୍ଦ୍ର ମହାନ୍ତି, ବିଶ୍ୱନାଥ ଦାସ, ଚିତ୍ତରଞ୍ଜନ ଦାସ, ସରପଞ୍ଚ ଲକ୍ଷ୍ମୀପ୍ରିୟା ଖଟୁଆ, ଜିଲା ପରିଷଦ ସଭ୍ୟା ଦୀପ୍ତିମୟୀ ରାୟ ପ୍ରମୁଖ ଜଗତ୍‌ସିଂହପୁର ଜିଲାପାଳ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ମାତା ରେଖାଦେବୀ ଓ ପିତା ବଳଭଦ୍ର ମଲ୍ଲଙ୍କ ପୁତ୍ର ଯଶୋବନ୍ତଙ୍କର ଜୀବନ କାଳ ୧୪୭୦ଖ୍ରୀଷ୍ଟାବ୍ଦରୁ ୧୫୫୦ ମଧ୍ୟରେ ବିତିଥିଲା ବୋଲି ମହାପୁରୁଷ ପଞ୍ଚସଖାଙ୍କ ସାଧକ ଧ୍ୟାନକୁଦ ପୀଠର ପୀଠାଧୀଶ ବାବା ଅରକ୍ଷିତ ଦାସ କୁହନ୍ତି। ପରେ ଯଶୋବନ୍ତ ତତ୍କଳୀନ ଅଢଙ୍ଗଗଡର ରାଜା ରଘୁରାଜ ଚମ୍ପତିଙ୍କ ଭଗିନୀ ଅଞ୍ଜନା ଦେବୀଙ୍କୁ ବିବାହ କରି ୩ଟି ପୁତ୍ର ସନ୍ତାନର ଜନକ ହୋଇଥିଲେ। ତାଙ୍କ ନାମ ରାମ, ମାଧବ ଓ କହ୍ନେଇ। ସେ ସଂସାରୀ ହୋଇଥିଲେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଇଷ୍ଟ ଭାବେ ସୁମରଣା କରି ପିଣ୍ଡ ବ୍ରହ୍ମାଣ୍ଡ, ଠୁଳ, ଶୂନ୍ୟ, ତତ୍ତ୍ୱ ସମ୍ପର୍କରେ ଜନମାନସକୁ ଅବଗତ କରାଉଥିଲେ। ଓଢଣ ଷଷ୍ଠୀ ଦିନ ପୀଠରେ ମହାପୁରୁଷଙ୍କ ଶ୍ରାଦ୍ଧ ପଡିବା ପରେ ମାଳଚୂଳ, ଭଜନ କୀର୍ତ୍ତନ ଯଜ୍ଞ, ପ୍ରବଚନ, ଧର୍ମସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ। ବିଶେଷ ଭାବେ ପ୍ରତିବର୍ଷ ମହାପୁରୁଷଙ୍କ ପୀଠରେ ଓଢଣ ଷଷ୍ଠୀ ତିଥିରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଶୋବନ୍ତ ସାଂସ୍କୃତିକ ବିକାଶ କଳା ଅନୁଷ୍ଠାନ ଓ ଯଶୋବନ୍ତ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟର ଯଶୋବନ୍ତ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଓ ସାରସ୍ବତ ସଭା ସହ ଗ୍ରାମବାସୀଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri