‘ଆସନ୍ତା ବର୍ଷରେ ଅର୍ଥନୀତି ୬-୭%କୁ ବୃଦ୍ଧି ପାଇବ’

ନୂଆଦିଲ୍ଲୀ,୨୧।୧୧: ସାରା ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛିି। ଏପରିକି ବିଶ୍ୱ ବିମୁଦ୍ରାକରଣ ଆଡକୁ ଗତି କରୁଥିବା ବେଳେ ଭାରତରେ ତା’ର (ବିମୁଦ୍ରୀକରଣ) କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତର ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆକଳନ କରିଛନ୍ତି। ସେହିଭଳି ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୬-୭% ମଧ୍ୟରେ ବୃଦ୍ଧି ପାଇବ ବୋଲି ସେ ଆଶା କରିଛନ୍ତି।

ବିଶେଷ କରି ଭାରତରେ ବିମୁଦ୍ରୀକରଣର କୌଣସି ଆଶା ନାହିଁ, ଯଦିଓ ବିଶ୍ୱର ଅବସ୍ଥା (ଆର୍ଥିକ ମାନ୍ଦାବସ୍ଥା) ଦ୍ୱାରା ଦେଶର ଅଭିବୃଦ୍ଧି ନକାରାତ୍ମକ ଭାବେ ପ୍ରଭାବିତ ହୋଇପାରେ, ତଥାପି ଭାରତର ଅର୍ଥନୀତି ୨୦୨୩-୨୪ ଆର୍ଥିକ ବର୍ଷରେ ୬-୭% କୁ ଅଭିବୃଦ୍ଧି କରାଇବାରେ ସଫଳ ହେବୁ ବୋଲି କୁମାର ମତପ୍ରକାଶ କରିଛନ୍ତି। ସେହିପରି ଆମେରିକା, ୟୁରୋପ, ଜାପାନ ଏବଂ ଚାଇନା ଭଳି ଅଭିବୃଦ୍ଧିସମ୍ପନ୍ନ ଦେଶ ସାଙ୍ଗକୁ ବିଶ୍ୱର ଅନ୍ୟ ଦେଶଗୁଡିକରେ ମଧ୍ୟ ଅର୍ଥିନୀତି ଅସନ୍ତୁଳିତ ହେବ ବୋଲି ଆଶଙ୍କା କରାଯାଉଛି।

ଚଳିତ ବର୍ଷ ଅକ୍ଟୋବର ୬ରେ ବିଶ୍ୱବ୍ୟାଙ୍କ ୨୦୨୨-୨୩ ବର୍ଷର ଭାରତୀୟ ଅର୍ଥନୀତି ପାଇଁ ଅଭିବୃଦ୍ଧି ୬.୫%କୁ ଆକଳନ କରିଥିଲା। ଯାହାକି ୨୦୨୨ଜୁନ୍‌ ପୂର୍ବାନୁମାନରୁ ଏକ ପ୍ରତିଶତ ପଏଣ୍ଟ ହ୍ରାସ ପାଇଛି। ତେବେ ବିଶ୍ୱ ଅର୍ଥନୀତିକୁ ନେଇ ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆରା କହିଛନ୍ତି, ବିଶ୍ୱରେ ଅର୍ଥନୀତି ଆପେକ୍ଷିକ ଭବିଷ୍ୟତବାଣୀ ଜଗତରୁ ଏକ ଅନିଶ୍ଚିତତା ଆଡକୁ ଗତି କରୁଛି ଏବଂ ଖୁଚୁରା ମୁଦ୍ରାସ୍ପୀତି ଅଧିକ ସମୟ ପାଇଁ ୬ରୁ ୭% ମଧ୍ୟରେ ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ତେବେ ଦେଶର ଅର୍ଥନୀତି ସ୍ଥିତିକୁ ନେଇ ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଅକ୍ଟୋବରରେ ରପ୍ତାନିର ନକାରାମତ୍କ ଅଭିବୃଦ୍ଧି ସହ ଏହା ସ୍ପଷ୍ଟ ଯେ ଉଭୟ ସାମଗ୍ରୀ ଏବଂ ସେବା ରପ୍ତାନିକୁ କିପରି ବିସ୍ତାର କରାଯିବ ସେ ନେଇ ଦେଶ ଏକ୍ଷେତ୍ରରେ ମଧ୍ୟ ପ୍ରକୃତ ନୀତି ଉପରେ ଧ୍ୟାନ ଦେବା ଆବଶ୍ୟକ। ବର୍ତ୍ତମାନ ଆମକୁ ରାଜ୍ୟରେ ନିର୍ଦ୍ଦିଷ୍ଟ ରପ୍ତାନି ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ। କାରଣ ସମଗ୍ର ଦେଶ ପାଇଁ ଗୋଟିଏ ରପ୍ତାନି ପ୍ରୋତ୍ସାହନ ନୀତି ରହିବ।

ଏପରିକି ଦେଶରେ ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଭାରତର ରପ୍ତାନି ନକାରାମତ୍କ ସ୍ଥିତିରେ ରହିଥିଲା। ତେଣୁ ଅକ୍ଟୋବରରେ ୧୬.୬୫% ହ୍ରାସ ପାଇ ୨୯.୭୮ ବିଲିୟନ୍‌ ଡଲାରରେ ପହଞ୍ଚତ୍ଛି ଏବଂ ବିଶ୍ୱ ବଜାରରେ ଚାହିଦା ହ୍ରାସ ହେତୁ ବାଣିଜ୍ୟ ନିଅଣ୍ଟ ୨୬.୯୧ବିଲିୟନ୍‌ ଡଲାରରେ ପହଞ୍ଚଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri