ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ତେବେ ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟଠାରୁ ଅଧିକ ରହିଛି। ଦରବୃଦ୍ଧି ଆଶଙ୍କା ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ସଂଖ୍ୟାରେ କିଛି ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି। ଏପ୍ରିଲ ମାସରେ ପନିପରିବା ମୁଦ୍ରାସ୍ଫୀତି ୧୦ ପ୍ରତିଶତରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଆଳୁ ଦର ବୃଦ୍ଧି ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଗତ ଏକ ମାସ ମଧ୍ୟରେ ଆଳୁ ମୂଲ୍ୟରେ ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଖାଦ୍ୟ ମୁଦ୍ରାସ୍ଫୀତିରେ ପନିପରିବାର ଅଂଶ ୧୫ ପ୍ରତିଶତରୁ ଅଧିକ। ଏଭଳି ପରିସ୍ଥିତିରେ ଆଳୁର ମୂଲ୍ୟ ବୃଦ୍ଧି ସମସ୍ୟା ବଢ଼ାଇପାରେ। ଗ୍ରାହକ ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନ ସୂଚନାନୁସାରେ ମେ ୪ ସୁଦ୍ଧା ଆଳୁର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୨୮.୨ ଟଙ୍କାକୁ ବୃଦ୍ଧି ପାଇଛି। ୧ ମାସ ପୂର୍ବେ ଆଳୁର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୨୫.୨୭ ଟଙ୍କା ଥିବାବେଳେ ୧ବର୍ଷ ପୂର୍ବେ ଖୁଚୁରା ବଜାରରେ ଆଳୁ କିଲୋଗ୍ରାମ ପିଛା ୨୦.୬୦ ଟଙ୍କା ଥିଲା। ତେବେ ପିଆଜ ଏବଂ ଟମାଟୋ ଦରରେ ସାମାନ୍ୟ ହ୍ରାସ ଖାଉଟିଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ଦେଇଛି। ମାସିକ ଭିତ୍ତିରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୨.୨୨ ଟଙ୍କାକୁ ଖସି ଆସିଛି। ୧ ମାସ ପୂର୍ବରୁ କିଲୋଗ୍ରାମର ମୂଲ୍ୟ ୩୨.୫୩ ଟଙ୍କା ଥିଲା। ସେହିଭଳି ଟମାଟୋର ହାରାହାରି ମୂଲ୍ୟ ମଧ୍ୟ ୧ ମାସ ପୂର୍ବରୁ ହ୍ରାସ ପାଇଛି। ତେବେ ୧ବର୍ଷ ପୂର୍ବେ ପିଆଜର ହାରାହାରି ମୂଲ୍ୟ କିଲୋଗ୍ରାମ ୨୨.୩୭ ଟଙ୍କା ଥିଲା। ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫ ପ୍ରତିଶତ ଥିଲା, ଯାହା ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତର । ଏହାପୂର୍ବରୁ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୯ ପ୍ରତିଶତ ଏବଂ ଜାନୁଆରୀରେ ୫.୧୦ ପ୍ରତିଶତ ଥିଲା। ଅନ୍ୟପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁଚୁରା ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରୁ କମ୍‌ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏପ୍ରିଲ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆକଳନ ମେ ୧୩ରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

୨ ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଯାଇଥିଲେ ବ୍ୟକ୍ତି, ଜାଲ ପକାଇ ମୃତଦେହକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ନନ୍ଦପୁର/ ପାଡୁଆ, ୨୨।୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

୨୩ରେ ସମ୍ମାନିତ ହେବେ ୯୦%ରୁ ଅଧିକ ମାର୍କ ରଖିଥିବା ୮୪ ଛାତ୍ରୀଛାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…

ଭବାନୀପାଟଣା,୨୨।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଭବାନୀପାଟଣା ଟାଉନ ହଲରେ ଭବ୍ୟ ସମ୍ବର୍ଦ୍ଧନା ସଭା ମେଧା…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri