Odisha Elections 2024

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ତେବେ ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟଠାରୁ ଅଧିକ ରହିଛି। ଦରବୃଦ୍ଧି ଆଶଙ୍କା ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ସଂଖ୍ୟାରେ କିଛି ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି। ଏପ୍ରିଲ ମାସରେ ପନିପରିବା ମୁଦ୍ରାସ୍ଫୀତି ୧୦ ପ୍ରତିଶତରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଆଳୁ ଦର ବୃଦ୍ଧି ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଗତ ଏକ ମାସ ମଧ୍ୟରେ ଆଳୁ ମୂଲ୍ୟରେ ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଖାଦ୍ୟ ମୁଦ୍ରାସ୍ଫୀତିରେ ପନିପରିବାର ଅଂଶ ୧୫ ପ୍ରତିଶତରୁ ଅଧିକ। ଏଭଳି ପରିସ୍ଥିତିରେ ଆଳୁର ମୂଲ୍ୟ ବୃଦ୍ଧି ସମସ୍ୟା ବଢ଼ାଇପାରେ। ଗ୍ରାହକ ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନ ସୂଚନାନୁସାରେ ମେ ୪ ସୁଦ୍ଧା ଆଳୁର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୨୮.୨ ଟଙ୍କାକୁ ବୃଦ୍ଧି ପାଇଛି। ୧ ମାସ ପୂର୍ବେ ଆଳୁର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୨୫.୨୭ ଟଙ୍କା ଥିବାବେଳେ ୧ବର୍ଷ ପୂର୍ବେ ଖୁଚୁରା ବଜାରରେ ଆଳୁ କିଲୋଗ୍ରାମ ପିଛା ୨୦.୬୦ ଟଙ୍କା ଥିଲା। ତେବେ ପିଆଜ ଏବଂ ଟମାଟୋ ଦରରେ ସାମାନ୍ୟ ହ୍ରାସ ଖାଉଟିଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ଦେଇଛି। ମାସିକ ଭିତ୍ତିରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୨.୨୨ ଟଙ୍କାକୁ ଖସି ଆସିଛି। ୧ ମାସ ପୂର୍ବରୁ କିଲୋଗ୍ରାମର ମୂଲ୍ୟ ୩୨.୫୩ ଟଙ୍କା ଥିଲା। ସେହିଭଳି ଟମାଟୋର ହାରାହାରି ମୂଲ୍ୟ ମଧ୍ୟ ୧ ମାସ ପୂର୍ବରୁ ହ୍ରାସ ପାଇଛି। ତେବେ ୧ବର୍ଷ ପୂର୍ବେ ପିଆଜର ହାରାହାରି ମୂଲ୍ୟ କିଲୋଗ୍ରାମ ୨୨.୩୭ ଟଙ୍କା ଥିଲା। ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫ ପ୍ରତିଶତ ଥିଲା, ଯାହା ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତର । ଏହାପୂର୍ବରୁ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୯ ପ୍ରତିଶତ ଏବଂ ଜାନୁଆରୀରେ ୫.୧୦ ପ୍ରତିଶତ ଥିଲା। ଅନ୍ୟପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁଚୁରା ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରୁ କମ୍‌ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏପ୍ରିଲ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଆକଳନ ମେ ୧୩ରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଓଡ଼ିଶାରେ ବିଏର ୫ଜି ନେଟ୍‌ଓ୍ବର୍କ

ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ(ବିଏ)ର ଓଡ଼ିଶା ୟୁନିଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି...

ମେ’୩୧ ସୁଦ୍ଧା ଆଧାର-ପାନ୍‌ ଲିଙ୍କ୍‌ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍‌ ଏବଂ ଆଧାରକୁ ଲିଙ୍କ୍‌ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ମଙ୍ଗଳବାର...

ବେଦାନ୍ତ ମୋବାଇଲ ହେଲ୍‌ଥ ୟୁନିଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୯।୫: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ମେଡିକାଲ ସେବା ‘ମୋବାଇଲ ହେଲ୍‌ଥ ୟୁନିଟ୍‌ ବା ଏମ୍‌ଏମ୍‌ୟୁ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। କମ୍ପାନୀ...

ପରମେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆର୍‌ଏମ୍‌ଏସ୍‌ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆଇଆଇଟି କାନପୁରର ଛାତ୍ର ଥିଲେ ଏବଂ ଭାରତୀୟ...

ଦୈନିକ ୫୧,୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରିବ ମାଲାବାର

ଭୁବନେଶ୍ୱର,୨୯।୫ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲାବାର ଗ୍ରୁପ୍‌ର ଗୋଆସ୍ଥିତ ମାଲାବାର ହେଡ୍‌କ୍ୱାର୍ଟର୍ସ ପରିସରରେ ବିଶ୍ୱ କ୍ଷୁଧା ଦିବସ ପାଳିତ ହୋଇଯାଇଛି।...

ଖୁସି ଖବର: ଇନଫୋସିସରେ ହେବ ନାହିଁ ଛଟେଇ

ନୂଆଦିଲ୍ଲୀ,୨୮।୫: ସମ୍ପ୍ରତି ସମଗ୍ର ବିଶ୍ୱରେ ଛଟେଇ ଚାଲିଛି। ଏହାର ବ୍ୟାପକ ପ୍ରଭାବ ଭାରତରେ ମଧ୍ୟ ଦୃଶ୍ୟମାନ ହୋଇଛି। ଛଟେଇ ଦ୍ୱାରା ଆଇଟି କ୍ଷେତ୍ର ସବୁଠାରୁ ଅଧିକ...

ଶେୟାର ବଜାର କାରବାରରେ ହ୍ରାସ

ଭୁବନେଶ୍ୱର,୨୮।୫: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୮।୫ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ନବରତ୍ନ ଉଦ୍ୟୋଗ/କମ୍ପାନୀ) ତଥା କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ ବା ନାଲ୍‌କୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri