Odisha Elections 2024

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ କରାଯାଇଛି। ଏପରିକି କମ୍ପାନୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏକ ନୂତନ ଉତ୍ପାଦ ତଥା ୩ ଏମ୍‌ଏମ୍‌ର ସ୍ବତନ୍ତ୍ର ଆଲଏ ଷ୍ଟିଲ୍‌ ବିକଶିତକରି ନୂଆ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ନୌସେନାର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ସୁପରସୋନିକ୍‌ ମିଶାଇଲ ଆସିଷ୍ଟେଡ୍‌ ରିଲିଜ ଅଫ୍‌ ଟର୍ପେଡୋ ବା ସ୍ମାର୍ଟ ପ୍ରଣାଳୀରେ ପ୍ରୟୋଗ ପାଇଁ ୩ ଏମ୍‌ଏମ୍‌ର ସ୍ବତନ୍ତ୍ର ଆଲଏ ଷ୍ଟିଲ୍‌ ସିଟ୍‌ ବିକଶିତ କରାଯାଇଛି। ସେହିଭଳି ଦେଶର ସାମରିକ ଗବେଷଣା ଶାଖା ଡିଆର୍‌ଡିଓ(ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ ବା ଡିଆର୍‌ଡିଓ)କୁ ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ଆଧାରିତ ହାଲୁକା ଓଜନର ଟର୍ପେଡୋ ଡେଲିଭରି ସିଷ୍ଟମରେ ଉଡ଼ାଣ ପ୍ରୟୋଗ ପାଇଁ ବ୍ୟବହୃତ ସ୍ବତନ୍ତ୍ର ଗ୍ରେଡ୍‌ ସିଟ୍‌ ଜେଏସ୍‌ଏଲ୍‌ ପକ୍ଷରୁ ଯୋଗାଇ ଦିଆଯାଉଛି। ଜିନ୍ଦଲ ଷ୍ଟେନ୍‌ଲେସ୍‌ (ଜେଏସ୍‌ଏଲ୍‌)ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ନିକଟରେ ନୌସେନାର ସ୍ମାର୍ଟ ସିଷ୍ଟମର ସଫଳ ଉଡ଼ାଣ ପରୀକ୍ଷଣ ହୋଇଯାଇଛି। ଭାରତର ପ୍ରତିରକ୍ଷା କ୍ଷମତାରେ ହାଲୁକା ଓଜନର ଟର୍ପେଡୋର ପାରମ୍ପରିକ ପରିସରଠାରୁ ଊଦ୍ଧର୍‌ବରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ସର୍ବୋଚ୍ଚ ଗୁଣବତ୍ତା ଓ ଭରସାଯୋଗ୍ୟ ସାମଗ୍ରୀ ଯୋଗାଣ କରିଥାଉ ଏବଂ କ୍ୟାନିଷ୍ଟର-ବେସ୍‌ଡ ମିଶାଇଲ ସିଷ୍ଟମ ମାଧ୍ୟମରେ ଭାରତୀୟ ନୌସେନାକୁ ସୁଦୃଢ଼ କରିବାରେ ଯୋଗଦାନ କରିପାରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଓ ଗର୍ବିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଓଡ଼ିଶାରେ ବିଏର ୫ଜି ନେଟ୍‌ଓ୍ବର୍କ

ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ(ବିଏ)ର ଓଡ଼ିଶା ୟୁନିଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି...

ମେ’୩୧ ସୁଦ୍ଧା ଆଧାର-ପାନ୍‌ ଲିଙ୍କ୍‌ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍‌ ଏବଂ ଆଧାରକୁ ଲିଙ୍କ୍‌ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ମଙ୍ଗଳବାର...

ବେଦାନ୍ତ ମୋବାଇଲ ହେଲ୍‌ଥ ୟୁନିଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୯।୫: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ମେଡିକାଲ ସେବା ‘ମୋବାଇଲ ହେଲ୍‌ଥ ୟୁନିଟ୍‌ ବା ଏମ୍‌ଏମ୍‌ୟୁ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। କମ୍ପାନୀ...

ପରମେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆର୍‌ଏମ୍‌ଏସ୍‌ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆଇଆଇଟି କାନପୁରର ଛାତ୍ର ଥିଲେ ଏବଂ ଭାରତୀୟ...

ଦୈନିକ ୫୧,୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରିବ ମାଲାବାର

ଭୁବନେଶ୍ୱର,୨୯।୫ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲାବାର ଗ୍ରୁପ୍‌ର ଗୋଆସ୍ଥିତ ମାଲାବାର ହେଡ୍‌କ୍ୱାର୍ଟର୍ସ ପରିସରରେ ବିଶ୍ୱ କ୍ଷୁଧା ଦିବସ ପାଳିତ ହୋଇଯାଇଛି।...

ଖୁସି ଖବର: ଇନଫୋସିସରେ ହେବ ନାହିଁ ଛଟେଇ

ନୂଆଦିଲ୍ଲୀ,୨୮।୫: ସମ୍ପ୍ରତି ସମଗ୍ର ବିଶ୍ୱରେ ଛଟେଇ ଚାଲିଛି। ଏହାର ବ୍ୟାପକ ପ୍ରଭାବ ଭାରତରେ ମଧ୍ୟ ଦୃଶ୍ୟମାନ ହୋଇଛି। ଛଟେଇ ଦ୍ୱାରା ଆଇଟି କ୍ଷେତ୍ର ସବୁଠାରୁ ଅଧିକ...

ଶେୟାର ବଜାର କାରବାରରେ ହ୍ରାସ

ଭୁବନେଶ୍ୱର,୨୮।୫: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୮।୫ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ନବରତ୍ନ ଉଦ୍ୟୋଗ/କମ୍ପାନୀ) ତଥା କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ ବା ନାଲ୍‌କୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri