ସୋଭିଏଟ୍‌ର ପତନ ଓ ଗୋର୍ବାଚେଭ୍‌

ମସ୍କୋ, ୧ା୯: ୧୯୧୭ରେ ବୋଲସେଭିକ୍‌ କ୍ରାନ୍ତି ଓ ଜାର୍‌ ନିକୋଲାସ୍‌ ଦ୍ୱିତୀୟ ଶାସନରୁ ହଟିବା ପରେ ସୋଭିଏଟ୍‌ ସଂଘ ଗଠନ ହୋଇଥିଲା। ହେଲେ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିଲା। ଭ୍ଲାଡିମିର ଲେନିନ୍‌ ରୁଷିଆ ଶାସନ ଭାର ସମ୍ଭାଳିଥିଲେ। ରୁଷିଆକୁ ଲାଗି ରହିଥିବା ରାଜ୍ୟଗୁଡ଼ିକୁ ସେ ଏକଜୁଟ କରିଥିଲେ। ପରେ ଅଫିସିଆଲି ସୋଭିଏଟ୍‌ ସଂଘ ସ୍ଥାପନ ହୋଇଥିଲା। ତେବେ ଲୋକଙ୍କୁ ନିଜ ଇଚ୍ଛାରେ ବଞ୍ଚିବା ସ୍ବାଧୀନତା ମିଳିପାରି ନ ଥିଲା। ରୁଷିଆରେ ଏକଚ୍ଛତ୍ରବାଦ ଶାସନର ସୂତ୍ରଧର ଥିଲେ ଯୋଶେଫ୍‌ ଷ୍ଟାଲିନ୍‌। ଦେଶର ସମସ୍ତ ନିଷ୍ପତ୍ତି କମ୍ୟୁନିଷ୍ଟ ପାର୍ଟି ହିଁ ନେଉଥିଲା। ୧୯୮୫ରେ ମିଖାଇଲ୍‌ ଗୋର୍ବାଚେଭ୍‌ ୟୁନିୟନ ଅଫ୍‌ ସୋଭିଏଟ୍‌ ସ୍ପେଶାଲିଷ୍ଟ୍‌ ରିପବ୍ଲିକ୍ସ (ୟୁଏସ୍‌ଏସ୍‌ଆର୍‌)ର ରାଷ୍ଟ୍ରପତି ହୋଇଥିଲେ। ସେହି ସମୟରେ ରୁଷିଆ ଗମ୍ଭୀର ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିଲା। ଲୋକଙ୍କୁ ସ୍ବାଧୀନତା ଦେବା ଏବଂ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଗୋର୍ବାଚେଭ୍‌ ଅନେକ ପଦକ୍ଷେପ ନେଇଥିଲେ। ସେ ପେରେସ୍ତ୍ରୋଇକା (ପୁନର୍ଗଠନ) ଏବଂ ଗ୍ଲାସ୍‌ନୋଷ୍ଟ (ମୁକ୍ତ ଅର୍ଥନୀତି ଓ ରାଜନୀତି) ନୀତି ଆଣିଥିଲେ। ଷ୍ଟାଲିନଙ୍କ ଏକଚ୍ଛତ୍ରବାଦୀ ଶାସନ ଦେଖିଥିବା ଲୋକଙ୍କ ପାଇଁ ଏହା ବେଶ୍‌ ନୂଆ ଥିଲା। ଧୀରେଧୀରେ ସୋଭିଏଟ୍‌ବାସୀ ମନଖୋଲି ବଞ୍ଚିବା ଶିଖିବା ସହ, ବିଭିନ୍ନ କାରବାର, ସମ୍ପତ୍ତି କ୍ରୟବିକ୍ରୟ ଆଦି କରିପାରିଥିଲେ। ୧୯୯୦ରେ ପ୍ରଥମ କରି ମ୍ୟାକ୍‌ଡୋନାଲ୍ଡ ଷ୍ଟୋର ଖୋଲିଥିଲା। ପରେ ଆମେରିକାର ଅନେକ କମ୍ପାନୀ ରୁଷିଆ ମାର୍କେଟରେ ଏହାର ଶାଖା ଖୋଲିଥିଲେ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ କମିବାରେ ଲାଗିଲା ଏବଂ ଲୋକେ ସେମାନଙ୍କ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଇଲେ।
ଏପରି ନୀତିକୁ ତାଙ୍କ କମ୍ୟୁନିଷ୍ଟ ଦଳ ବିରୋଧ କରିଥିଲା। ଏପରି ପଲିସି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା କୁହାଯାଇଥିଲା। ହେଲେ ସ୍ବାଧୀନତାର ସ୍ବାଦ ଚାଖି ସାରିଥିବା ବିଭିନ୍ନ ରାଜ୍ୟ ସୋଭିଏଟ୍‌ ସଂଘର କମ୍ୟୁନିଷ୍ଟ ଶାସନରୁ ଅଲଗା ହେବାକୁ ଚାହିଁଲେ। ବାଲିଷ୍ଟିକ୍‌ ରାଜ୍ୟ ଏଷ୍ଟୋନିଆ, ଲିଥୁଆନିଆ, ଲାଟ୍‌ଭିଆ ଆଦିରେ ଯୁବବର୍ଗ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ୧୯୯୧ ସେପ୍ଟେମ୍ବରରେ ଏହି ୩ ରାଜ୍ୟ ନିଜକୁ ସ୍ବାଧୀନ ଦେଶ ଘୋଷଣା କରିଦେଇଥିଲେ। ଧୀରେ ଧୀରେ ଆଜରବାଇଜାନ୍‌, ଜର୍ଜିଆ, ଆର୍ମେନିଆ, ୟୁକ୍ରେନ୍‌, ମାଲ୍‌ଡୋଭାରେ ବି ସ୍ବାଧୀନତା ଦାବିରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଲା। କ୍ରମେ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜକୁ ସ୍ବାଧୀନ ଘୋଷଣା କରିବାରେ ଲାଗିଲେ। ସୋଭିଏଟ୍‌ ସଂଘର ବିଲୟକୁ ରୋକିବା ପାଇଁ ଗୋର୍ବାଚେଭ୍‌ ବହୁ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇପାରି ନ ଥିଲେ। ଶେଷରେ ସୋଭିଏଟ୍‌ ୟୁନିୟନ୍‌ ଭାଙ୍ଗି ରୁଷିଆ, ୟୁକ୍ରେନ୍‌, ଜର୍ଜିଆ, ବେଲାରୁଷ, ମାଲଡୋଭା, ଆର୍ମେନିଆ, ଆଜରବାଇଜାନ୍‌, କାଜାଖସ୍ତାନ, କିର୍ଗିଜସ୍ତାନ, ଉଜ୍‌ବେକିସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଲିଥିୁଆନିଆ, ଲାଟ୍‌ଭିଆ, ଏଷ୍ଟୋନିଆ ଆଦି ଦେଶ ସ୍ବାଧୀନ ହୋଇଥିଲା। ୧୯୯୧ ଡିସେମ୍ବର ୨୫ରେ ଗୋର୍ବାଚେଭ୍‌ କ୍ରେମ୍‌ଲିନ୍‌ରୁ ସୋଭିଏଟ୍‌ ପତାକା ବଦଳାଇ ସେଠାରେ ରୁଷିଆର ନ୍ୟାଶନାଲ ଫ୍ଲାଗ୍‌ ଲଗାଇଥିଲେ। ସେତେବେଳେ ବର୍ତ୍ତମାନର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ୩୯ ବର୍ଷ ହୋଇଥିଲା। ସେ କେଜିଏଫ୍‌ରେ ଗୋଇନ୍ଦା ଏଜେଣ୍ଟ ଥିଲେ। ସୋଭିଏଟ୍‌ ସଂଘର ପତନ ପୁଟିନ୍‌ଙ୍କୁ ଉଚିତ ଲାଗି ନ ଥିଲା। ପୂର୍ବଜମାନେ ବହୁକଷ୍ଟରେ ଯାହା ବନାଇଥିଲେ, ତାହା ନଷ୍ଟ ହୋଇଗଲା ବୋଲି ସେତେବେଳେ ପୁଟିନ୍‌ କହିଥିଲେ।

ଶୀତଳଯୁଦ୍ଧର ଶେଷ

୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଆଫଗାନିସ୍ତାନ ସଙ୍କଟ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ଦୁଇ ବିଶ୍ୱଶକ୍ତି ଆମେରିକା ଓ ସୋଭିଏଟ୍‌ ସଂଘ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ମିଖାଇଲ ଗୋର୍ବାଚେଭ୍‌ ସୋଭିଏଟ୍‌ ରାଷ୍ଟ୍ରପତି ଥିବାବେଳେ ଏହା ଅଧିକ ଘନେଇବାରେ ଲାଗିଲା। ସେହି ସମୟରେ ଗୋର୍ବାଚେଭ୍‌ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ନିକଟତର ହୋଇ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରିଥିଲେ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ ଏବଂ ମାର୍ଗରେଟ୍‌ ଥାଚରଙ୍କ ସହ ସେ ଏକାଧିକ ଥର ଆଲୋଚନା କରିଥିଲେ। ଗୋର୍ବାଚେଭ୍‌ ଆମେରିକା ସହ ଅଣୁଅସ୍ତ୍ର ଚୁକ୍ତି ମଧ୍ୟ କରିଥିଲେ। ପରେ ଶୀତଳ ଯୁଦ୍ଧ ଶେଷ କରିବା ପାଇଁ ସେ ପରିସ୍ଥିତି ସୃଷ୍ଟି କରିଥିଲେ। ସୋଭିଏଟ ସଂଘ ବିଲୟ ହେବା ପରେ କୋଲ୍ଡ ଓ୍ବାର ଶେଷ ହୋଇଯାଇଥିଲା। କାରଣ ପୂରା ବିଶ୍ୱ ଏକଧ୍ରୁବୀୟ ହେବା ସହ ଆମେରିକା ଏକମାତ୍ର ସୁପରପାଓ୍ବାର ଦେଶ ହୋଇ ରହିଥିଲା। ସୋଭିଏଟ୍‌ ସଂଘରୁ ଅଲଗା ହେବା ପରେ ରୁଷିଆକୁ ଛିଡ଼ା ହେବା ପାଇଁ ଅନେକ ବର୍ଷ ଲାଗିଯାଇଥିଲା। ଭ୍ଲାଡିମିର ପୁଟିନ୍‌ଙ୍କ ଶାସନରେ ରୁଷିଆ ପୁଣି ଏକ ମହାଶକ୍ତି ହୋଇ ଉଭା ହେଲା। ଫଳରେ ଏବେ ପୁଣି ଆମେରିକା ଓ ରୁଷିଆକୁ ନେଇ ବିଶ୍ୱ ଦୁଇଭାଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri