Posted inଖେଳ

ପିତାଙ୍କ ସ୍ବପ୍ନ ପାଇଁ ୬୨ ବର୍ଷୀୟ କୋଚ୍‌ ହେଲେ ଖେଳାଳି

ବର୍ମିଂହାମ୍‌,୪ା୮(ପି.ଟି): ପିତାଙ୍କ ସ୍ବପ୍ନ ପୂରଣ ପାଇଁ ପାଲଟିଗଲେ ଆଥ୍‌ଲେଟ। ୬୨ ବର୍ଷୀୟ ଟେବୁଲ ଟେନିସ୍‌ କୋଚ୍‌ ଜଣଙ୍କ ନିଜ ପରିବାରର ପରମ୍ପରା ବଜାୟ ରଖିବା ପାଇଁ ଖେଳାଳି ଜର୍ସି ପିନ୍ଧି କୋର୍ଟକୁ ଓହ୍ଲାଇଛନ୍ତି। ଇଂଲଣ୍ଡରେ ଜନ୍ମିତ ଷ୍ଟିଭ୍‌ ରିଲି ଫିଜି ଟିଟି ଦଳର କୋଚ୍‌ ଭାବେ କାର୍ଯ୍ୟ କରନ୍ତି। ୮୪ ବର୍ଷ ପୂର୍ବେ ଷ୍ଟିଭ୍‌ଙ୍କ ପିତା ଜିମ୍‌ ୧୯୩୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ସେ ସମୟରେ ଏହି କ୍ରୀଡ଼ାର ନାମ ବ୍ରିଟିଶ୍‌ ଏମ୍ପାୟାର ଗେମ୍‌ସ ରହିଥିଲା। ୧୯୩୬-୪୩ ଯାଏ ଜିମ୍‌ ସ୍କଟ୍‌ଲାଣ୍ଡ ପକ୍ଷରୁ ବକ୍ସିଂ କରୁଥିଲେ। ଜିମ୍‌ ରିଲି ଯେଉଁ ପୋଷାକ ପିନ୍ଧି ୧୯୩୬ ବକ୍ସିଂ ଚାମ୍ପିୟନଶିପ୍‌ ପଦକ ଜିତିଥିଲେ ସେହି ପୋଷାକ ସହିତ ମ୍ୟାଚ୍‌ ଖେଳିବେ ଷ୍ଟିଭ୍‌।

ପିତା ଜଣେ ବକ୍ସର ରହିଥିବା ବେଳେ ଷ୍ଟିଭ୍‌ଙ୍କୁ ବକ୍ସିଂ ସମେତ ବିଭିନ୍ନ ଖେଳରେ ପ୍ରଶିକ୍ଷଣ ମିଳୁଥିଲା। ଟିଟି ତାଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ ରୟାଲ ନାଭିରେ କାର୍ଯ୍ୟ କରିବା ସମୟରେ ନିଜ ଟିଟି ଦକ୍ଷତାର ବିକାଶ କରିଥିଲେ। ୧୭ ବର୍ଷ ବୟସରେ ନୌସେନାରେ କାମ କରି ୨୨ ବର୍ଷ ସେବା କରିଥିଲେ। ନୌସେନା ଛାଡ଼ିବା ପରେ ଜଣେ ଡାଇଭର ଭାବେ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ। ଏହି ସମୟରେ ଏକ ଚୁକ୍ତିଭିତ୍ତିକ ଚାକିରିରେ ଫିଜିକୁ ଯାଇଥିବା ବେଳେ ୨୦୦୯ରେ ସେଠାକାର ସ୍ଥାୟୀ ବାସିନ୍ଦା ପାଲଟିଗଲେ। ସମୟକ୍ରମେ ଫିଜି ଟିଟି ଦଳର କୋଚ୍‌ ଭାବେ କାର୍ଯ୍ୟ କରିବା ଆରମ୍ଭ କଲେ ଷ୍ଟିଭ୍‌। ଏହା ପୂର୍ବରୁ ଏକାଧିକଥର ତାଙ୍କୁ ଫିଜି ପକ୍ଷରୁ ଖେଳିବା ପାଇଁ ଅଫର ମଧ୍ୟ ଦିଆଯାଇଛି। ହେଲେ ପିତାଙ୍କ ଜନ୍ମଭୂମିରେ ଖେଳିବା ଲାଗି ପୂର୍ବ ଅଫରଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ। ମୋର ଏହି କୃତିତ୍ୱ ପାଇଁ ମୋ ପରିବାର ଗର୍ବ ଅନୁଭବ କରିବ ବୋଲି କହିଛନ୍ତି ଷ୍ଟିଭ୍‌। ଉଲ୍ଲେଖଯୋଗ୍ୟ, ସେ ପୁରୁଷ ସିଙ୍ଗଲ୍ସ, ମିକ୍ସଡ ଡବଲ୍ସ ଓ ଦଳଗତ ଇଭେଣ୍ଟରେ ଫିଜିର ପ୍ରତିନିଧିତ୍ୱ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri